ରାହୁଲ ଗାନ୍ଧୀଙ୍କ ନାମର ଅର୍ଥ କଣ ? ଶିବରାଜ କହିଲେ Rahul ର ଫୁଲଫର୍ମ କଣ ?

ଦେଶର ରାଜନୀତିରେ ଅଲଗା ଅଲଗା ମତଦାନ କରିବା ବହୁତ ସାଧାରଣ କଥା ଅଟେ। ଏଠାର ସବୁ ନେତା ଜଣେ ଅନ୍ୟ ଜଣଙ୍କ ଉପରେ କାଦୁଅ ଫିଙ୍ଗି ନିଜକୁ ଭଲ ପ୍ରମାଣିତ କରିବା ପାଇଁ ଚେ-ଷ୍ଟା କରିଥାନ୍ତି। ପୁଣି ସେ କଂଗ୍ରେସ ହେଉ, ବିଜେପି ହେଉ କିମ୍ବା ‘ଆପ’ ସମସ୍ତଙ୍କର ଏମିତି ହିଁ ଅବସ୍ଥା ଅଟେ। କିଛିଦିନରେ ହିଁ ଆସାମର ୧୨୬ବିଧାନସଭା ସିଟ ପାଇଁ ତିନୋଟି ସ୍ତରରେ ନିର୍ବାଚନ ହେବାର ଅଛି। ଏଥିପାଇଁ ସବୁ ପାର୍ଟି ନିଜର ପ୍ରଚାର ପ୍ରସାର କରିବା ପାଇଁ ଲାଗିପଡିଛନ୍ତି। ଏହି ସମୟରେ ରାଜନୈତିକ ମତଦାନ ମଧ୍ୟ ନିଜ ଚରମ ସୀମାରେ ପହଞ୍ଚିଛି।

Google

ଏହା ମଧ୍ୟରେ ମଧ୍ୟ ପ୍ରଦେଶର ସୀଏମ ଶିବରାଜ ସିଂହ ଚୌହାନ ମଧ୍ୟ ଗତ ଗୁରୁବାର ପଲାସବାଡୀର ନିର୍ବାଚନ ସଭାକୁ ସମ୍ବୋଧିତ କରିବା ପାଇଁ ଯାଇ ପହଞ୍ଚିଥିଲେ। ଏଠାରେ ସେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରକୁ କଥାରେ ତୀର ଚଲାଇ ଥିଲେ। ଏମିତି କି ସେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଫୁଲଫର୍ମ ମଧ୍ୟ ଜନତାଙ୍କୁ ଜଣାଇଥିଲେ।

ସୀଏମ ଶିବରାଜ ସବୁଠାରୁ ପ୍ରଥମେ ପ୍ରିୟଙ୍କା ଗାନ୍ଧୀଙ୍କ ଆଡ଼କୁ ହାତ ନେଇଥିଲେ। ସେ କହିଥିଲେ କି ପ୍ରିୟଙ୍କା ଗାନ୍ଧୀ ଆସାମକୁ ଆସି ଯେତେବେଳେ ଚା’ପତିକୁ ଭାଙ୍ଗିଥିଲେ ତ ଏମିତି ଲାଗିଥାଏ ମାନେ ସେ କୈାଣସି ସିନେମାର ସୁଟିଂ କରୁଛନ୍ତି। ସେ ଆଗକୁ କହିଥିଲେ କଂଗ୍ରେସର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଥିଲେ। ପୁଣି ତାଙ୍କ ଝିଅ ଇନ୍ଦିରା ପୀଏମ ହୋଇଥିଲେ। ଏହାପରେ ଆସିଥିଲେ ରାଜୀବ ଗାନ୍ଧୀ। ବର୍ତମାନ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଧାଡିରେ ଛିଡ଼ା ହୋଇଛନ୍ତି। ଏହା ରାଜବଂଶ ଅଟେ।

Google

ସେହି ସମୟରେ ଶିବରାଜ ସିଂହ ଚୌହାନ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଫୁଲଫର୍ମ ମଧ୍ୟ କହିଥିଲେ। ସେ କହିଥିଲେ ‘I ମାନେ ଇରରିସ୍ପଂସିବଲ(ଦାୟିତ୍ଵ ହୀନ), N ମାନେ ନେପୋଟିଜ୍ମ(ପରିବାର ବାଦ) ଏବଂ C ମାନେ କରପ୍ଟେଡ (ଭ୍ରଷ୍ଟାଚାରରେ ଲିପ୍ତ)।’

ସେଠାରେ ରାହୁଲ ଗାନ୍ଧୀଙ୍କ ଫୁଲଫର୍ମ କହିବା ସମୟରେ ସେ କହିଥିଲେ “R” ମାନେ ରିଜେକ୍ଟେଡ, ତାଙ୍କୁ ଦେଶ ପ୍ରତ୍ୟାଖ୍ୟାନ କରି ଦେଇଛି। “A” ମାନେ ଅପସେଟ ମାଇଣ୍ଡ, ଦେଶରେ ଯେବେବି କୈାଣସି ବଡ ଚର୍ଚ୍ଚା ହୋଇଥାଏ ତ ରାହୁଲ ଗାନ୍ଧୀ ଲୁଚି ପଳାଇ ଯାଇଥାନ୍ତି। “H” ମାନେ ହୋପଲେସ, ତାଙ୍କଠାରୁ ଆଶା କରିବା ହିଁ ବୃଥା। ଏହାଛଡା ଜନତାଙ୍କର କଂଗ୍ରେସ ଠାରୁ ମଧ୍ୟ କୈାଣସି ଆଶା ନାହିଁ। “U” ମାନେ ୟୁଜଲେସ,ସେ କୈାଣସି କାମକୁ ନୁହନ୍ତି। “L” ମାନେ ଲାୟର, ସେ ସବୁବେଳେ ମିଛ ହିଁ ମିଛ କହିଥାନ୍ତି

Google

ଶିବରାଜ ସିଂହଙ୍କ ଦ୍ଵାରା କୁହାଯାଇଥିବା ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ଫୁଲଫର୍ମ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଯାଇଛି। ଏହା ଜାଣିବା ପରେ ବହୁତ ଲୋକ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କର ମଜା ଉଡାଉଛନ୍ତି। ବିଶେଷ କରି ବିଜେପିକୁ ସମର୍ଥନ କରୁଥିବା ଲୋକ ରାହୁଲ ଗାନ୍ଧୀଙ୍କର ବହୁ ମାତ୍ରାରେ ମଜା ଉଡାଉଛନ୍ତି। ଏହାଛଡା ଏମିତି ପ୍ରଥମ ଥର ନୁହେଁ ଯେତେବେଳେ କେହି ରାହୁଲ ଗାନ୍ଧୀଙ୍କର ମଜା ଉଡାଇଛନ୍ତି। ସୋସିଆଲ ମିଡିଆରେ ରାଜନେତାମାନଙ୍କ ମଧରୁ ସବୁଠାରୁ ଅଧିକ ମୀମ ରାହୁଲ ଗାନ୍ଧୀଙ୍କ ଉପରେ ହିଁ ହୋଇଥାଏ।

Leave a Reply

Your email address will not be published. Required fields are marked *