ମାଛିକୁ କାହିଁକି ସବୁଠାରୁ ପରିଷ୍କାର ଜୀବ କୁହାଯାଏ,ଜାଣନ୍ତୁ ଏହା ପଛରେ କଣ ରହିଛି ରହସ୍ୟ

ମାଛି ଏମିତି ଏକ ଜୀବ ଯାହା ଠାକୁରଙ୍କ ଫୁଲମାଳରୁ ଆରମ୍ଭ କରି ଆବର୍ଜନା ସବୁ ସ୍ଥାନରେ ଦେଖା ଯାଇଥାଏ। ଛୋଟରୁ ଅତି ଛୋଟ କଣାରେ ମଧ୍ୟ ମାଛି ରହିଯାଇ ପାରେ। ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିବା ତାର ଅଭ୍ୟାସ ନୁହେଁ, ସବୁ ବେଳେ ଏଠୁ ସେଠିକି ଘୁରି ବୁଲୁଥାଏ। ଏହାର ଗଣ ଗଣ ଶବ୍ଦ ଯେତିକି ଚିଡିଚିଡ଼ା କରିଥାଏ ତାକୁ ଦେଖିଲେ ସେତିକି ଘୃ-ଣା ମଧ୍ୟ ଆସିଥାଏ। ମାଛି ଅପରିଷ୍କାର ସ୍ଥାନରେ ବସୁଥିବାରୁ ତାକୁ ଅତ୍ୟନ୍ତ ମଇଳା ଜୀବ ଭାବେ ଧରା ଯିବା ସହ ସଭିଏଁ ଦୁରୁଦୁର ମାରମାର କରିଥାନ୍ତି। ହେଲେ ପ୍ରକୃତରେ ମାଛିମାନେ ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ ରହିଥାନ୍ତି। ଯାହା ଅନେକ ଅନୁସନ୍ଧାନରୁ ଜଣା ପଡିଛି। ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ମାଛି ତାର ପଛ ଦୁଇ ଗୋଡ଼ ମକଚି ଥାଏ ବା ଚାଟିଥାଏ। ଏହିପରି ଅବସ୍ଥାରେ ମାଛି ଅତ୍ୟନ୍ତ ଭୟ-ଙ୍କର ଲାଗୁଥିଲେ ମଧ୍ୟ ଏହା ପଛର କାରଣ ରହିଛି କିଛି ଭିନ୍ନ। ତେବେ ମାଛି କଣ ପାଇଁ ସବୁବେଳେ ତାର ଦୁଇ ଗୋଡ଼ ଘସିଥାଏ ଜାଣନ୍ତି କି? ଆମେ ଏହା ପଛରେ ରହିଥିବା କାରଣ ବିଷୟରେ ଆପଣଙ୍କୁ ଜଣାଉଛୁ।

ସାଧାରଣତଃ ମାଛିମାନଙ୍କର ୬ଟି ଗୋଡ ରହିଥାଏ। ମାଛିମାନେ ସେମାନଙ୍କ ଶେ-ଷ ଦୁଇଟି ଗୋଡକୁ ସର୍ବଦା ଯୋଡି ଘଷୁଥିବାର ଦେଖିବାକୁ ମିଳେ। ସେମାନେ ନିଜକୁ ସଫା ରଖିବା ପାଇଁ ଏହିଭଳି କରିଥାନ୍ତି। ପ୍ରକୃତରେ ଏହି ଉପାୟରେ ସେମାନେ ନିଜର ସ୍ମେଲ୍ ରିସେପ୍ଟର ସଫା କରିଥାନ୍ତି। ସ୍ମେଲ ରିସେପ୍ଟର ମାଛି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ସାହାଯ୍ୟରେ ସେମାନେ ଉଡ଼ିବାକୁ ସ-କ୍ଷମ ହେଉଥିବା ବେଳେ ଖାଦ୍ୟ, ମିଟ୍ ଅନୁ-ସନ୍ଧା-ନ କରିଥାନ୍ତି। ମାଛିର ଅଧାରୁ ଅଧିକ କାମ ଏହି ସ୍ମେଲ ରିସେପ୍ଟର କରିଥାଏ। ତେଣୁ ସେମାନେ ଏହାକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନତା ରଖିଥାନ୍ତି ।

ମାଛି କେବଳ ଦୁଇ ଗୋଡକୁ ଏକାଠି ଘଷନ୍ତି ତାହା ନୁହେଁ ବରଂ ସେମାନେ ଗୋଡକୁ ମୁଣ୍ଡ ଏବଂ ଡେଣା ଉପରେ ଘସି ଥାଆନ୍ତି। ନିଜର ପରିଷ୍କାର ପରିଚ୍ଛନ୍ନତା ପାଇଁ ମାଛି ବହୁତ କଠିନ ପରିଶ୍ରମ କରିଥାଏ। ମାଛିର ଏହି ସଫାସୁତରା ଗୁଣ ଦେଖି ଆରିଜୋନା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ମାଛି ମଡେଲ ମାଧ୍ୟମରେ ଲୋକଙ୍କୁ ସ୍ୱଚ୍ଛତା ଶିକ୍ଷା ଦିଆଯିବା ଉଚିତ। ଅନ୍ୟପକ୍ଷରେ ମାଛି ଉପରେ କରାଯାଇଥିବା ଅନୁସନ୍ଧାନଗୁଡିକରୁ ଜଣାପଡ଼ିଛି ଯେ କେତେକ ସ୍ଵତନ୍ତ୍ର ପ୍ରଜାତିର ମାଛି ଦିନର ଏକ ନିର୍ଦ୍ଦିଷ୍ଟ ସମୟରେ ନିଜକୁ ସଫା କରିଥାନ୍ତି। ୨୦୦୭ ମସିହାରେ ଫ୍ରୁଟ୍ ଫ୍ଲାଇଜଙ୍କୁ ନେଇ ଜର୍ମାନର ଅନୁସନ୍ଧାନକାରୀମାନେ କରିଥିବା ଅନୁସନ୍ଧାନରୁ ଏହି ସତ୍ୟତା ଜଣା ପଡିଛି। ଏହି ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ମାଛିମାନେ ପ୍ରାୟତଃ ସକାଳେ ଏବଂ ସନ୍ଧ୍ୟାରେ ନିଜକୁ ସଫା କରିଥାନ୍ତି। ମାଛିକୁ ନେଇ ଆହୁରି ଗୋଟିଏ କୌତୁହଳପୂର୍ଣ୍ଣ ବିଷୟ ରହିଛି। ସବୁ ମାଛି ଆମକୁ ଏକା ପରି ଦେଖା ଯାଉଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଭିନ୍ନତା ରହିଥାଏ। ମାଛିମାନଙ୍କର ଅନେକ ପ୍ରଜାତି ରହିଛି। ତେଣୁ ସେମାନଙ୍କୁ ଧ୍ୟାନ ପୂର୍ବକ ଦେଖିବା ଦ୍ଵାରା ଏହି ପ୍ରଭେଦ ଜାଣି ହେବ।

Leave a Reply

Your email address will not be published. Required fields are marked *