କାଉ କରୁଛି କ୍ୟାଟୱାକ୍, ବିଶ୍ୱାସ ହେଉନି ଯଦି ଭିଡିଓ ଦେଖନ୍ତୁ

ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ସମୟ ବହାର କରି କିଛି ସୂଚନା ପାଇଁ ହେଉ କି ମନୋରଞ୍ଜନ ପାଇଁ ଲୋକମାନେ ସୋସିଆଲ ମିଡିଆ ସାଇଟ ଘାଣ୍ଟି ଥାଆନ୍ତି। ହେଲେ ବେଳେ ବେଳେ ଏପରି କିଛି ଜିନିଷ ନଜରକୁ ଆସିଯାଏ ଯାହାକୁ ଦେଖି ସେସବୁ ସତ ବୋଲି ବିଶ୍ୱାସ କରିବା କ-ଷ୍ଟ-କ-ର ହୋଇପଡେ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟିଏ କାଉ କ୍ୟାଟୱାକ୍ କରୁଥିବାର ନଜରକୁ ଆସିଛି। ଏହି ଭିଡ଼ିଓଟିକୁ ଦେଖିଲେ ଆପଣ ମଧ୍ୟ ନିଜ ହସକୁ ଅଟକାଇ ପାରିବେ ନାହିଁ। ତେବେ ଭିଡିଓଟିକୁ ଜଣେ IFS ଅଧିକାରୀ ସୁଜନ୍ତା ନନ୍ଦା ନିଜ ଟ୍ୱିଟର କାଉଣ୍ଟରେ ସେୟାର କରିଛନ୍ତି। ଭିଡିଓରେ କାଉଟି ମଡେଲଙ୍କ ପରି କ୍ୟାଟୱାକ୍ କରୁଥିବାର ଦେଖିବାକୁ ମିଳିଛି। ତେବେ କାଉର କ୍ୟାଟୱାକ୍ ଭିଡିଓ ଲୋକଙ୍କ ହୃଦୟକୁ ଛୁଇଁବା ସହ ମନରଞ୍ଜୋନର ଖୋରାକ ଯୋଗାଇଛି ।

ଅଟିଟ୍ୟୁଡ ବି ମସ୍ତ

ଏହି ଭିଡିଓଟିକୁ ଏବେ ସୁଦ୍ଧା ୩୩ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୫୫୮ ଜଣ ଉପଭୋକ୍ତା ଏହାକୁ ରିଟ୍ୱିଟ କରିସାରିଛନ୍ତି। ଭିଡିଓଟିକୁ ପୋଷ୍ଟ କରି ସୁଶାନ୍ତ ନନ୍ଦା କ୍ୟାପସନରେ ଲେଖିଛନ୍ତି – ମୁଁ ଆଟିଟ୍ୟୁଡ ସହିତ ସୀମିତ ଏଡିସନ୍ ଅଟେ। ତେବେ ଭିଡିଓ ଦେଖୁଥିବା ଲୋକମାନେ ମଧ୍ୟ କାଉର ଆଟିଟ୍ୟୁଡ ଦେଖି ବେଶ ପ୍ରଭାବିତ ହୋଇଛନ୍ତି। ସେମାନେ ଅନେକ ମଜାଳିଆ କମେଣ୍ଟ୍ କରି କାଉର ଚାଲି ଆଉ ଆଟିଟ୍ୟୁଡକୁ ବେଶ ପ୍ରଶଂସା କରିଛନ୍ତି।

କାଉ ଚାଲିଲା ହଂସ ପରି!

ଏହି ଭିଡିଓରେ ଏକରୁ ଆରେକ ଦମଦାର କମେଣ୍ଟ୍ ଦେଖିବାକୁ ମିଳିଛି। କେତେକ ଉପଭୋକ୍ତା କାଉର ଏହି ମଡେଲ ଚାଲିକୁ ହଂସର ଚାଲି ସହ ତୁଳନା କରି ଥିବା ବେଳେ କେହି କେହି ଏହାକୁ ‘କ୍ୟାଟୱାକ୍’ ନୁହେଁ ବରଂ ‘କାଉ ୱାକ୍’ ବୋଲି କହିଛନ୍ତି। ଆଉ ଜଣେ ଉପଭୋକ୍ତା କମେଣ୍ଟରେ ଲେଖିଛନ୍ତି – ମିସ୍ ବ୍ଲାକ୍ ବିୟୁଟିଙ୍କ କ୍ୟାଟୱାକ୍।

Leave a Reply

Your email address will not be published. Required fields are marked *