ବର୍ତ୍ତମାନ ଡ୍ରାଇଭିଙ୍ଗ ଲାଇସେନ୍ସ ନଥିଲେ ମଧ୍ୟ ଚାଲାଣ କଟିବ ନାହିଁ, କେବଳ ଆଧାର କାର୍ଡ ଦେଖାଇଲେ ମଧ୍ୟ ଚଳିବ,ଜାଣନ୍ତୁ ନୂଆ ନିୟମ ବିଷୟରେ

ଆମ ଦେଶରେ ଗାଡି ଚଲାଇବା ପାଇଁ ସମସ୍ତଙ୍କୁ ନିହାତି ଭାବେ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାକୁ ପଡ଼ିଥାଏ। ଆଉ ଯଦି ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଲାଇ ଧରା ପଡନ୍ତି ତେବେ ଟ୍ରାଫିକ୍ ପୋଲିସ ମୋଟା ଅଙ୍କର ଚାଲାଣ କାଟି-ଥାନ୍ତି । ବେଳେବେଳେ ଗାଡ଼ିର ମୂଲ୍ୟଠୁ ବି ଅଧିକ ହୋଇଯାଏ ଚାଲାଣର ମୂଲ୍ୟ। ସେହିଭଳି ବେଳେବେଳେ ଲୋକମାନେ ଡ୍ରାଇଭିଂ ଲାଇସେନ୍ସ କରିଥାନ୍ତି କିନ୍ତୁ ତାହାକୁ ନିଜ ସାଙ୍ଗରେ ନେବାକୁ ଭୁଲି ଯାଇଥାଆନ୍ତି। ହେଲେ ଏହି ସମସ୍ୟାର ସମାଧାନ ପାଇଁ ଉତ୍ତରପ୍ରଦେଶ ପରିବହନ ବିଭାଗ ଏକ ନୂଆ ତରିକା ବାହାର କରିଛି | ଏଠାରେ ଏକ ନୂଆ ନିୟମ ଲାଗୁ କରାଯିବ ଯାହା ଦ୍ଵାରା ସମସ୍ତ ଡ୍ରାଇଭିଂ ଲାଇସେନ୍ସକୁ ଆଧାର କାର୍ଡ ସହିତ ସଂଯୁକ୍ତ କରାଯିବ ବୋଲି ଜଣା ପଡ଼ିଛି। ଆଉ ଚେକିଂ ସମୟରେ ଡ୍ରାଇଭିଂ ଲାଇସେନ୍ସ ନଥିଲେ ଆଧାର କାର୍ଡ ଦେଖେଇ ଯାଇ ହେବ। ଏଥିରେ ଚାଳକଙ୍କର ଚାଲାଣ କଟା-ଯିବ ନାହିଁ | ଅର୍ଥାତ୍ ଡ୍ରାଇଭିଂ ଲାଇସେନ୍ସ ନଥିଲେ ଟ୍ରାଫିକ୍ ପୋ-ଲି-ସ୍ କୁ ଆଧାର କାର୍ଡ ଦେଖାଇ ପାରିହେବେ ଚାଳକ।

ଏହି ନୂତନ ନିୟମ କାର୍ଯ୍ୟକରି କରିବା ପାଇଁ ୟୁପି ସରକାର ଇତିମଧ୍ୟରେ ଏକ ସଫ୍ଟୱେୟାର ପ୍ରସ୍ତୁତ କରିସାରିଛନ୍ତି। ତେବେ ଏହି ନିୟମ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅଧିକ କାର୍ଯ୍ୟ ଚାଲିଛି। ସୂଚନା ଅନୁଯାୟୀ ଏହି ନିୟମ ଆସନ୍ତା ଆର୍ଥିକ ବର୍ଷରୁ ଲୋକମାନଙ୍କ ପାଇଁ ଉପଲବ୍ଧ ହେବ। ଟ୍ରାଫିକ୍ ନିୟମ ଉଲ୍ଲଂଘନ ବୃଦ୍ଧିକୁ ଦେଖି ୟୁପି ସରକାର ଏମଭି ଆକ୍ଟ ଅନୁଯାୟୀ ଦ-ଣ୍ଡ ଦୁଇ ଗୁଣ ବୃଦ୍ଧି କରିଥିଲେ। ଯେଉଁ କାରଣରୁ, ଛୋଟରୁ ଛୋଟ ଟ୍ରାଫିକ୍ ନିୟମ ଉ-ଲ୍ଲଂ-ଘ-ନ କରି ଅତି କମରେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡୁଥିଲା ଚାଳକଙ୍କୁ। ଜଣେ ଅଧିକାରୀଙ୍କ କହିବ ଅନୁଯାୟୀ ଅଧିକାଂଶ ଚାଲାଣ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ କଟୁ-ଥିଲା। ଅନେକ ଚଳକଙ୍କର ଡ୍ରାଇଭିଂ ଲାଇସେନ୍ସ ଥାଇ ମଧ୍ୟ ସାଙ୍ଗରେ ନେବାକୁ ଭୁଲିଯାଇ ତ-ଣ୍ଡ ଗଣୁଥିଲେ। ଏହି କାରଣରୁ ଡ୍ରାଇଭିଂ ଲାଇସେନ୍ସ ଏବଂ ଆଧାର କାର୍ଡକୁ ଲିଙ୍କ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ନୂତନ ସୁବିଧା ବିଷୟରେ ସୂଚନା ଦେଇ ସାହାରନପୁରର ସହକାରୀ ପରିବହନ ଅଧିକାରୀ କୁଲଦୀପ ସିଂ କହିଛନ୍ତି ଯେ ବର୍ତ୍ତମାନ ଡ୍ରାଇଭିଂ ଲାଇସେନ୍ସକୁ ଆଧାର କାର୍ଡ ସହିତ ଯୋଡ଼ିବା ପାଇଁ ପରିବହନ ବିଭାଗ କାର୍ଯ୍ୟ କରୁଛି। ଏହା ସରିବା ପରେ ଆଧାର କାର୍ଡ ଡ୍ରାଇଭିଂ ଲାଇସେନ୍ସର ବିକଳ୍ପ ଭାବେ କାର୍ଯ୍ୟ କରିବ। କେବଳ ସେତିକି ନୁହେଁ, ପରିବହନ ବିଭାଗ ଦ୍ୱାରା ଅନ୍ୟ ସେବାଗୁଡିକ ଆଧାର କାର୍ଡ ସହିତ ମଧ୍ୟ ସଂଯୁକ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହା ଦ୍ଵାରା ଆଉ ଏକ ସୁବିଧା ପାଇପାରିବେ ଜନସାଧାରଣ। ଆଧାର କାର୍ଡ ସହାୟତାରେ ନକଲି ଆରସି, ନକଲି ଡ୍ରାଇଭିଂ ଲାଇସେନ୍ସ, ଭଡା, କ୍ରୟ ଚୁକ୍ତି କିମ୍ବା ସମାପ୍ତି ପାଇଁ ସୁପାରିଶ ପତ୍ର ଇତ୍ୟାଦି ଘରେ ବସି ମଗେଇ ପାରିବେ। ଏହି ନୂତନ ନିୟମ ଜନସାଧାରଣଙ୍କୁ ଅନେକ ଲାଭ ଦେବା ସହ ଚାଲାଣ ସମସ୍ୟାରୁ କିଛି ମାତ୍ରାରେ ଆଶ୍ବସ୍ତ କରିପାରିବ ବୋଲି ଆଶା କରାଯାଇଛି।

Leave a Reply

Your email address will not be published. Required fields are marked *