୧୦ଟି ୧୦୦ଟଙ୍କିଆ ନୋଟ ଗଣିବାରେ ବର ହେଲା ବିଫଳ, ତାପରେ ରା-ଗରେ କନିଆଁ ଭାଙ୍ଗିଦେଲା ବାହାଘର

ବାହାଘର କୈାଣସି ବି ଝିଅ ଜୀବନର ମୁଖ୍ୟ ନିଷ୍ପତ୍ତି ହେଇଥାଏ। ଏଥିପାଇଁ ତା’ର ଚେ-ଷ୍ଟା ଏହା ହୋଇଥାଏ କି ସେ ନିଜ ପାଇଁ ବେ-ଷ୍ଟ ପୁଅକୁ ଖୋଜେ। ବିଶେଷ କରି ଏମିତି ପୁଅ ଯିଏ ତା ସହିତ ଭଲ ଭାବରେ ମିଶି ପାରିବ। କିନ୍ତୁ ପ୍ରସ୍ତାବିତ ବିବାହ ଯୋଗୁଁ ଅନେକ ଥର ପୁଅ ଝିଅ ପରସ୍ପରକୁ ଭଲ ଭାବରେ ଜାଣି ପାରନ୍ତି ନାହିଁ। ସେମାନଙ୍କୁ ପରସ୍ପରଙ୍କ ବିଷୟରେ ଅନେକ କଥା ବାହାଘର ପରେ ଜଣା ପଡିଥାଏ। ପୁଣି ସେମାନେ ନିଜ ବାହାଘରକୁ ନେଇ ପଶ୍ଚାତାପ କରିଥାନ୍ତି।

ସେମିତି କିଛି ଭାଗ୍ୟଶାଳୀ ଝିଅମାନେ ଏମିତି ମଧ୍ୟ ହୋଇଥାନ୍ତି ଯେଉଁମାନଙ୍କୁ ବାହାଘର ଦିନ ହିଁ ପୁଅମାନଙ୍କ ପାଖରେ ଥିବା କମି କିମ୍ବା ଖ-ରା-ପ ଅଭ୍ୟାସ ବିଷୟରେ ଜଣାପଡି ଯାଇଥାଏ। ଏଥିପାଇଁ ଆମକୁ ଅନେକ ଏମିତି ଖବର ଶୁଣିବାକୁ ମିଳିଥାଏ ଯେଉଁଥିରେ କନିଆଁ ବାହାଘର ଦିନ ହିଁ ବର ସହିତ ସାଥଫେରା ନେବାକୁ ମନାକରି ଦେଇଥାନ୍ତି ଏବଂ ବରଯାତ୍ରୀ ଫେରି ଯାଇଥାଏ।

ଆପଣ ମଧ୍ୟ ଏମିତି ଖ-ବ-ର ଶୁଣିଥିବେ। ଯେମିତି କି ବରର ତମାଖୁ ଖାଇବା, ମଦ ପିଇ ଆସିବା, ଅଭଦ୍ରାମୀ କରିବା ଇତ୍ୟାଦି କାରଣ ଯୋଗୁ କନିଆଁ ବାହାହେବା ପାଇଁ ମନା କରି ଦେଇଥାନ୍ତି। ଆଜି ଆମେ ଆପଣଙ୍କୁ ବାହାଘରର ଏମିତି ହିଁ ଗୋଟିଏ ପୁରୁଣା କାହାଣୀ ଶୁଣାଇବାକୁ ଯାଉଛୁ ଯେତେବେଳେ କନିଆଁ ବରଙ୍କୁ ଶହେ ଟଙ୍କିଆ ଦଶଟି ନୋଟ ନଗଣି ପାରିବା କାରଣରୁ ବାହା ହେବା ପାଇଁ ମନା କରିଦେଇଥିଲେ।

ଏହି ଘ-ଟ-ଣା ବିହାର ମଧୁବନୀ ଜିଲ୍ଲାର ପଣ୍ଡୌଲ ଗାଁର ଅଟେ। ଏଠାରେ ପଣ୍ଡୌଲ ପ୍ରଖଣ୍ଡର ବ୍ରହ୍ମତ୍ତରା ଗାଁର ପୁଅ ରହିକା ପ୍ରଖଣ୍ଡ ମୋମୀନପୁର ଗାଁର ଝିଅକୁ ବାହା ହେବା ପାଇଁ ଆସିଥିଲେ। ସ୍ଥିର ହୋଇଥିବା ଦିନରେ ସେ ବରଯାତ୍ରୀ ନେଇ ବାହାହେବା ପାଇଁ ଆସି ପହଞ୍ଚି ଥିଲେ। ଏହାପରେ ବରଯାତ୍ରୀଙ୍କର ସ୍ବାଗତ ହୋଇଥିଲା, ବରଣମାଳା ମଧ୍ୟ ପିନ୍ଧା ସରିଥିଲା। କିନ୍ତୁ ମଣ୍ଡପ ସମୟରେ ଯେତେବେଳେ କନିଆଁଙ୍କ ସାଙ୍ଗମାନଙ୍କ ସହିତ ବର କଥାବାର୍ତ୍ତା ହୋଇଥିଲେ ତ ସେମାନଙ୍କୁ ସେ ଅଶିକ୍ଷିତ ହେବାକୁ ନେଇ ସ-ନ୍ଦେ-ହ ହୋଇଥିଲା।

କନିଆଁଙ୍କ ସାଙ୍ଗମାନେ ବରଙ୍କୁ ୧୦୦-୧୦୦ର ଦଶଟି ନୋଟ ଦେଇଥିଲେ ଏବଂ ଏହାକୁ ଗଣିବା ପାଇଁ କହିଥିଲେ। ବର ତିନିଥର ଚେ-ଷ୍ଟା କରିଥିଲେ କିନ୍ତୁ ପ୍ରତ୍ୟେକ ଥର ସେ ବିଫଳ ହୋଇଥିଲେ। ଏହାପରେ ବରଙ୍କୁ ଜିଲ୍ଲାର ନାମ ପଚରା ଯାଇଥିଲା ତ ସେ ଭୁଲ ଜବାବ ଦେବା ସମୟରେ ପଣ୍ଡୌଲ କହିଥିଲେ। ଏହିପରି ସେ ସବୁ ପ୍ରଶ୍ନର ଭୁଲ ଉତ୍ତର ଦେଇଥିଲେ। ଯେତେବେଳେ କନିଆଁ ଏହି ଦୃଶ୍ୟ ଦେଖିଥିଲେ ତ ସାହସ କରି ବାହା ହେବାପାଇଁ ମନା କରିଦେଇଥିଲେ।

କନିଆଁଙ୍କର ଏହି ନିଷ୍ପତ୍ତିକୁ ସେଠାରେ ଉପସ୍ଥିତ ଅନେକ ଅତିଥି ପ୍ରଶଂସା କରିଥିଲେ। ଏହାପରେ ବରଯାତ୍ରୀରେ ଉପସ୍ଥିତ ଜଣେ ବ୍ୟକ୍ତି ନିଜ ପୁଅ ସହିତ ବାହା ହେବାପାଇଁ ପ୍ରସ୍ତାବ କନିଆଁଙ୍କୁ ଦେଇଥିଲେ। ତାଙ୍କୁ କହିଥିଲେ କି ମୋ ପୁଅ ଶିକ୍ଷିତ ଅଟେ କ’ଣ ତୁମ ତାଙ୍କୁ ବାହା ହେବ? ଏହାପରେ ଝିଅଘର ଲୋକେ ହଁ କହିଥିଲେ।

Leave a Reply

Your email address will not be published. Required fields are marked *