ରାହୁଲ ଗାନ୍ଧୀଙ୍କର ମୋଦି ସରକାରଙ୍କ ଉପରେ ଆଉ ଏକ ହା-ମଲା, କହିଲେ- ଥରକୁ ଥର ଦୋହରାଇବା ପରେ ମଧ୍ୟ, ମିଛ ମିଛ ହିଁ ହୋଇଥାଏ।

ରାହୁଲ ଗାନ୍ଧୀ ଟୁଇଟରରେ ବିଜେପିର ଖବରକାଗଜରେ ଗୋଟିଏ ବିଜ୍ଞାପନ ସେୟାର କରିଛନ୍ତି। ଏହି ବିଜ୍ଞାପନ ଆଧାରରେ ହିଁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ଲକ୍ଷକୁ ନେଇଥିଲେ। ରାହୁଲ ଗାନ୍ଧୀ ଲେଖିଥିଲେ କି ଥରକୁ ଥର ଦୋହରାଇବା ପରେ ମଧ୍ୟ, ମିଛ ମିଛ ହିଁ ହୋଇଥାଏ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଉପରେ ଆଉ ଏକ ହା-ମଲା କରିଛନ୍ତି। ରାହୁଲ ଗାନ୍ଧୀ ଟୁଇଟରରେ ବିଜେପିର ଖବରକାଗଜରେ ଗୋଟିଏ ବିଜ୍ଞାପନ ସେୟାର କରିଛନ୍ତି। ଏହି ବିଜ୍ଞାପନ ଆଧାରରେ ହିଁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ଲକ୍ଷକୁ ନେଇଥିଲେ। ରାହୁଲ ଗାନ୍ଧୀ ଲେଖିଥିଲେ କି ଥରକୁ ଥର ଦୋହରାଇବା ପରେ ମଧ୍ୟ, ମିଛ ମିଛ ହିଁ ହୋଇଥାଏ।

ବାସ୍ତବରେ ପ୍ରଭାତ ଖବର ଏବଂ ସନ୍ମାର୍ଗ ନାମକ ଖବରକାଗଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ସହିତ ଗୋଟିଏ ବିଜ୍ଞାପନ ଛାପିଥିଲେ। ଏହି ବିଜ୍ଞାପନ ପ୍ରଥମେ ୧୪ଫେବୃଆରୀରେ ଛପା ହୋଇଥିଲା ଏବଂ ଏହାପରେ ୨୫ଫେବୃୟାରୀରେ ଆଉଥରେ ପୁଣି ଛପା ହୋଇଥିଲା। ଏହି ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ସହିତ ଜଣେ ମହିଳାଙ୍କର ମଧ୍ୟ ଫଟୋ ଅଛି।

ଏହି ଫଟୋ ସହିତ ଲେଖା ହୋଇଛି କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋତେ ମିଳିଲା ନିଜ ଘର। ମୁଣ୍ଡ ଉପରକୁ ଛାତ ମିଳିବାରୁ ପାଖାପାଖି ୨୪ଲକ୍ଷ ପରିବାର ହେଲେ ଆତ୍ମନିର୍ଭରଶୀଳ। ସାଥିରେ ଆସନ୍ତୁ ଏବଂ ସାଥିହୋଇ ମିଳିମିଶି ଆତ୍ମନିର୍ଭରଶୀଳ ଭାରତର ସ୍ବପ୍ନକୁ ସତ କରିବା। ଏହା ସହିତ ଗୋଟିଏ ସ୍ଲୋଗାନ ଲେଖା ହୋଇଛି- ‘ଆତ୍ମନିର୍ଭର ଭାରତ, ଆତ୍ମନିର୍ଭର ବଙ୍ଗଳା’

ମିଡ଼ିଆ ରି-ପୋର୍ଟ ମୁତାବକ ବିଜ୍ଞାପନରେ ଯେଉଁ ମହିଳାଙ୍କ ଫଟୋ ଛପା ହୋଇଛି ତାଙ୍କ ନାମ ଲକ୍ଷ୍ମୀ ଦେବୀ ଅଟେ। ଲକ୍ଷ୍ମୀ ଦେବୀଙ୍କ ପାଖରେ ନିଜର କୈାଣସି ଘର ନାହିଁ। ସେ ୫୦୦ଟଙ୍କା ମାସକୁ ଭଡ଼ା ଦେଇ ଗୋଟିଏ ବହୁତ ଛୋଟ କୋଠରୀରେ ରହୁଛନ୍ତି। ରି-ପୋର୍ଟ ମୁତାବକ ଲକ୍ଷ୍ମୀ ଦେବୀଙ୍କୁ ଏହା ମଧ୍ୟ ଜଣା ନାହିଁ କି ତାଙ୍କର ଏହି ଫଟୋ କେବେ ଉଠା ହୋଇଥିଲା। ବର୍ତମାନ ଏହି ବିଜ୍ଞାପନ ବାହାନାରେ ବି-ପକ୍ଷ ମୋଦି ସରକାରଙ୍କ ଉପରେ ମିଛ ପ୍ରଚାରର ଆ-ରୋ-ପ ଲଗାଯାଉଛି।

Leave a Reply

Your email address will not be published. Required fields are marked *