ବାଙ୍ଗାଲୋରର ବୈଜ୍ଞାନିକ ଡକ୍ଟର ପୁନୀତ ସିଂହ ଏବଂ ସୁକମା ଜିଲ୍ଲା ପ୍ରଶାସନରେ ପରିଶ୍ରମର ମୂଲ୍ୟ ରଖିଛନ୍ତି। ଏଠାରେ ବିନା ଇନ୍ଧନରେ ଚାଲିବା ବାଲୀ ମାଇକ୍ରୋହାଇଡ୍ରୋ ଟରବାଇନ ସ୍ଥାପିତ କରାଯାଇଛି ଯାହାଦ୍ଵାରା ଗାଁର ପାଖାପାଖି ୫୦କୃଷକଙ୍କର ୨୦୦ ହେକ୍ଟର ଜମିରେ ଜଳସେଚନ କରାଯାଇପାରିବ।
ସୁକମା, ଜିଲ୍ଲାର ନକ୍ସଲ ପ୍ରଭାବିତ ଗାଁ ଗିରଦାଲ ପାରା ଯେଉଁଠାରେ ବାଙ୍ଗାଲୋର ବୈଜ୍ଞାନିକ ଡକ୍ଟର ପୁନୀତ ସିଂହ ଏବଂ ଜିଲ୍ଲା ପ୍ରଶାସନରେ ପରିଶ୍ରମର ମୂଲ୍ୟ ରଖିଛନ୍ତି। ଏଠାରେ ବିନା ଇନ୍ଧନରେ ଚାଲିବା ବାଲୀ ମାଇକ୍ରୋହାଇଡ୍ରୋ ଟରବାଇନ ସ୍ଥାପିତ କରାଯାଇଛି। ଯାହାଦ୍ଵାରା ଗାଁର ପାଖାପାଖି ୫୦କୃଷକଙ୍କର ୨୦୦ହେକ୍ଟର ଜମିରେ ଜଳସେଚନ କରାଯାଇପାରିବ। ଏନଏଚ ୩୦ରୁ କେବଳ ୬କିଲୋମିଟର ଦୂର ଗିରଦାଲପାରା ଗାଁ ନିକଟ ନାଳରୁ ପ୍ରସ୍ତୁତ ଷ୍ଟା-ପ ଡ଼୍ୟାମ ପାଖରେ ହାଇଡ୍ରୋ ପାବର ବେସ୍ଡ ପମ୍ପିଙ୍ଗ ସ୍କିମ ଆରମ୍ଭ କରାଯାଇଛି। ଏହି ଯୋଜନାର ଲାଭ ଗାଁର ପାଖାପାଖି ୫୦କୃଷକଙ୍କୁ ମିଳିବ ଯେଉଁଥିରେ ୧୬୦ହେକ୍ଟର ରବି ଫସଲ ଏବଂ ୪୦ହେକ୍ଟର ଖରାଦିନ ଫସଲ ହେବ। ଏହି ଯୋ-ଜ-ନାର ଆରମ୍ଭ ହୋଇ ସାରିଛି ଏବଂ ପ୍ରଥମ ପରିକ୍ଷଣ ସଫଳ ହୋଇ ସାରିଛି। ଯାହାକୁ ଦେଖିବା ପାଇଁ ମନ୍ତ୍ରୀ କବାସୀ ଲଖମା ପହଞ୍ଚିଥିଲେ। ଏହି ପ୍ରୋଜେକ୍ଟକୁ ନେଇ ଜିଲ୍ଲା ପ୍ରଶାସନରେ ଚର୍ଚ୍ଚା କରିଛନ୍ତି ଏବଂ କହିଛନ୍ତି କି ଏମିତି ହିଁ ପ୍ରୋଜେକ୍ଟକୁ ପୂରା ଜିଲ୍ଲାରେ ଲାଗୁ କରାଯିବ।
ଏହିପରି କାମ କରିଥାଏ ଏହି ମେସିନ
ଡକ୍ଟର ପୁନୀତ ସିଂହ ପାଖାପାଖି ଏହା ଉପରେ ୩୦ବର୍ଷ କାମ କରିଛନ୍ତି ତାପରେ ଯାଇ ଏହାକୁ ଆବିଷ୍କାର କରିବାରେ ସଫଳ ହୋଇଛନ୍ତି। ନାଳରୁ ପ୍ରସ୍ତୁତ ଷ୍ଟା-ପ ଡେମ ପାଇପ ମାଧ୍ୟମରେ ପାଣି ପାଖରେ ହିଁ ସ୍ଥାପିତ ଟରବାଇନ ମେସିନରେ ଯାଇଥାଏ। ପାଣି ଶୀଘ୍ର ବୋହିବା ଯୋଗୁଁ ପାଣି ପାଇପ ମାଧ୍ୟମରେ ପାଖାପାଖି ୨୨ମିଟର ଲିଫ୍ଟ କରି ଦେଢକିମି ଦୂରରେ ପ୍ରସ୍ତୁତ ଟାଙ୍କିରେ ଗଚ୍ଛିତ ହୋଇ ରହିଥାଏ। ଏହାପରେ ସେଠାରୁ କେନାଲ ସାହାଯ୍ୟରେ ପାଣିକୁ ଜମି ପର୍ଯ୍ୟନ୍ତ ପହଞ୍ଚା ଯିବ। ଏହି ଭଳି ଏହି ମେସିନ କାମ କରିଥାଏ। ଏହା ବିନା ଇନ୍ଧନ ଜନିତ ମେସିନ ଅଟେ ଏଥିପାଇଁ କୃଷକ ମାନଙ୍କୁ କୈାଣସି ପ୍ରକାରର ଖର୍ଚ୍ଚ କରିବାକୁ ପଡିବ ନାହିଁ। ଜିଲ୍ଲା ପ୍ରଶାସନ ଏହି ପ୍ରୋଜେକ୍ଟ ପାଇଁ ପାଖାପାଖି ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ଏହି ପ୍ରୋଜେକ୍ଟ ପାଖାପାଖି ଶେଷ ହୋଇ ଆସିଲାଣି।
ନିଜ ଖର୍ଚ୍ଚରେ ଲଗାଇଲେ ମେସିନ
ବୈଜ୍ଞାନିକ ଡକ୍ଟର ପୁନୀତ ସିଂହ ପୂର୍ବ ଅନେକ ବର୍ଷରୁ ଏହି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି। କିନ୍ତୁ ସୁକମାରେ କେବଳ ଚାରି ମାସ ମଧ୍ୟରେ ଏହି ପ୍ରୋଜେକ୍ଟ ବନାହୋଇ ପ୍ରସ୍ତୁତ ହୋଇ ଯାଇଛି। ଯଦିଓ ଜିଲ୍ଲା ପ୍ରଶାସନ ବହୁତ ଖର୍ଚ୍ଚ କରିଛନ୍ତି କିନ୍ତୁ ପାଖାପାଖି ୧୮ଲକ୍ଷର ଟରବାଇନ ମେସିନକୁ ବୈଜ୍ଞାନିକ ପୁନୀତ ସିଂହ ନିଜ ଖର୍ଚ୍ଚରେ ଲଗାଇଛନ୍ତି। ଜଣା ଯାଉଛି କି ବୈଜ୍ଞାନିକ ପୁନୀତ ସିଂହ ବହୁତ ପରିଶ୍ରମ ଏବଂ ଏହି ପ୍ରୋଜେକ୍ଟ ସହିତ ବହୁତ ଜଡ଼ିତ ଅଛନ୍ତି। ତାଙ୍କୁ ଜର୍ମାନୀରୁ ଅନେକ ଅଫର ଆସିଛି କିନ୍ତୁ ସେ କେବଳ ନିଜ ଦେଶରେ କାମ କରିବା ପାଇଁ ଚାହୁଁଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।