କଣ ଚାପୁଡ଼ା ମାରି ଚିକେନ ରାନ୍ଧି ପାରିବେ? ଏହି ୟୁଟ୍ୟୁବର ତ କରି ଦେଖାଇଛନ୍ତି!

ଦୁନିଆର ବିଭିନ୍ନ କୋଣରେ ଖାଇବା ପ୍ରସ୍ତୁତି କରିବାର ପ୍ରଣାଳୀ ଅଲଗା ଅଟେ। କିନ୍ତୁ ଖାଦ୍ୟ ପ୍ରସ୍ତୁତି କରିବା ପାଇଁ ଗୋଟିଏ କଥା ତ ସାଧାରଣ ହୋଇଥାଏ ନା। ଯାହା ହେଉଛି ନିଆଁ। ହେଲେ, ସୋସିଆଲ ମିଡ଼ିଆରେ ଜଣେ ୟୁଟ୍ୟୁବରଙ୍କ ଭିଡିଓ ଚର୍ଚ୍ଚାର ବିଷୟ ହୋଇଯାଇଛି। ତାଙ୍କର ଦାବି ହେଉଛି କି ସେ ଚାପୁଡ଼ା ମାରି ଚିକେନ ରାନ୍ଧି ପାରୁଛନ୍ତି। ଅର୍ଥାତ, ଚାପୁଡାର ଗରମରେ ସେ ଚିକେନକୁ ଖାଇବା ଯୋଗ୍ୟ କରିଦେଉଛନ୍ତି। ଭିଡ଼ିଓରେ ସେ ନିଜ କଥାକୁ ବୈଜ୍ଞାନିକ ପ୍ରଣାଳୀରେ ପ୍ରମାଣ କରିବାର ମଧ୍ୟ ନଜର ଆସିଛନ୍ତି!

ପ୍ରଥମେ ଭିଡିଓ ଦେଖନ୍ତୁ..

ଏହି ଭିଡିଓକୁ Louis Weisz ନାମକ ୟୁଟ୍ୟୁବ ଚ୍ୟାନେଲରେ ୧୪ମାର୍ଚ୍ଚରେ ସେୟାର କରାଯାଇଥିଲା, ଯାହାକୁ ଆର୍ଟିକିଲ ଲେଖା ଯିବା ପର୍ଯ୍ୟନ୍ତ ୬୯ଲକ୍ଷରୁ ଅଧିକ ଭ୍ୟୁଜ ଏବଂ ୩ଲକ୍ଷ ୩୦ହଜାର ଲାଇକ ମିଳିସାରିଛି। ଭିଡ଼ିଓ କ୍ୟାପଶନରେ ୟୁଟ୍ୟୁବର ଲେଖିଥିଲେ, ‘ମୁଁ ଗୋଟିଏ ଚିକେନକୁ ଚାପୁଡ଼ା ମାରି ରାନ୍ଧିଦେଲି।

କଣ ରହିଛି ଭିଡିଓରେ?

ଏହି ଭିଡିଓଟି ୧୩ମିନିଟର ଅଟେ, ଯେଉଁଥିରେ ୟୁଟ୍ୟୁବର ଗୋଟିଏ ଚାପୁଡା ମାରୁଥିବା ମେସିନ ମାଧ୍ୟମରେ ଚିକେନକୁ ରାନ୍ଧିଥିଲେ। ବାସ୍ତବରେ, ଏଥିପାଇଁ ସେ କଞ୍ଚାମାଂସକୁ ମେସିନ ତଳେ ରଖିଥାନ୍ତି। ମେସିନ ତା ଉପରେ ହଜାର ହଜାର ଚାପୁଡ଼ା ମାରିଥାଏ। ଏଥିରୁ ଗରମ ଜନ୍ମ ହୋଇଥାଏ। ତାପମାତ୍ରା ୬୦ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ। ପରିଶେଷରେ ବ୍ୟକ୍ତି ଜଣଙ୍କ ନିଜ ପରିକ୍ଷଣରେ ସଫଳ ହୋଇଥାନ୍ତି। କାରଣ ଭାଇ.. ଚାପୁଡ଼ା ଦ୍ଵାରା ହେଇଥିବା ଚିକେନକୁ ସେ ଖାଇ ମଧ୍ୟ ଦେଖାଇଥିଲେ।

ଲୋକମାନେ କଲେ ମଜାଳିଆ କମେଣ୍ଟ!

ଏହି ପରିକ୍ଷଣ ଯେଉଁଠାରେ ବହୁତ ଲୋକଙ୍କୁ ବିଚିତ୍ର ଲାଗିଥିଲା, ସେଠାରେ କିଛି ଲୋକ ଏହାର ମଜାକ କରୁଥିବାର ମଧ୍ୟ ନଜର ଆସିଥିଲେ। ଯେମିତି ଜଣେ ୟୁଜର ଲେଖିଛନ୍ତି, ପ୍ରାଚୀନ କାଳରେ ଲୋକମାନେ କଞ୍ଚାମାଂସ ଖାଉଥିଲେ। ବର୍ତମାନ ଲୋକମାନେ ନିଆଁ ସାହାଯ୍ୟରେ ରନ୍ଧା ହୋଇଥିବା ଖାଦ୍ୟ ଖାଉଛନ୍ତି। ଭବିଷ୍ୟତରେ ଚାପୁଡ଼ା ମାରିବେ! ଏହି ଭଳି ଲୋକମାନେ ୟୁଟ୍ୟୁବରଙ୍କୁ କମେଣ୍ଟ କରିବାକୁ ଲାଗିଥିଲେ। ହେଲେ, ଆପଣ କୁହନ୍ତୁ କେବେ ଚିନ୍ତା କରିଥିଲେ କି ଚିକେନକୁ ଚାପୁଡ଼ା ମାରି ମଧ୍ୟ ରନ୍ଧାଯାଇ ପାରିବ?

Leave a Reply

Your email address will not be published. Required fields are marked *