ଭାରତର ସବୁଠାରୁ ଲୋକପ୍ରିୟ ଖେଳ କ୍ରିକେଟ୍,ଏପରି ଏକ ଖେଳ ଯେଉଁଥିରେ କ୍ୟାରିୟର କରିବା ପାଇଁ ଅଳ୍ପ ବୟସରୁ ପ୍ରତ୍ୟେକ ଖେଳାଳିଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥାଏ ଏବଂ ଏହି ପରିଶ୍ରମ କିଛି ଦିନ ନୁହେଁ ବରଂ ବର୍ଷ ବର୍ଷ ଧରି କରିବାକୁ ପଡିଥାଏ, ଯେଉଁ କାରଣରୁ କ୍ରିକେଟରମାନଙ୍କୁ ବହୁତ କିଛି ତ୍ୟା-ଗ କରିବାକୁ ପଡେ, ତା’ପରେ ଯାଇ ଜଣେ ସଫଳ କ୍ରିକେଟର ଉଚ୍ଚତାକୁ ସ୍ପର୍ଶ କରିପାରିବ ଯାହାର କଳ୍ପନା
ପ୍ରତ୍ୟେକ ବ୍ୟକ୍ତି କରିଥାଏ।
ଜଣେ ସଫଳ ଖେଳାଳୀ ହେବାକୁ ହେଲେ ଆପଣଙ୍କୁ ବହୁତ କିଛି ତ୍ୟା-ଗ କରିବାକୁ ପଡିବ, କିଛି ଖେଳାଳି କ୍ରିକେଟ୍ ରେ ସଫଳତା ହାସଲ କରିବାକୁ ଏତେ ସିରୀୟସ୍ ଥାନ୍ତି ଯେ ସେମାନେ ନିଜ କଲେଜ ପଢା ଛାଡି ଦିଅନ୍ତି ଏବଂ ଦିନରାତି କଠିନ ପରିଶ୍ରମ କରିବା ପରେ ଯାଇ ସଫଳତା ହାସଲ କରନ୍ତି।
ସେହି ଖେଳାଳୀମାନେ ଯେଉଁମାନେ କଲେଜ ଚେହେରା ଦେଖି ନାହାଁନ୍ତି
ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ୫ଜଣ ଭାରତୀୟ କ୍ରିକେଟରଙ୍କ ବିଷୟରେ କହିବୁ, ଯେଉଁମାନେ କ୍ରିକେଟ୍ ନି-ଶା ଯୋଗୁ କେବେବି କଲେଜ ଯାଇ ନାହାଁନ୍ତି, କିନ୍ତୁ କ୍ରିକେଟ୍ ରେ ଏମାନେ ଏପରି ସ୍ଥାନ ହାସଲ କରିଛନ୍ତି ଯାହାକୁ ପାଇବାକୁ ପ୍ରତ୍ୟେକ କ୍ରିକେଟର ଚାହାଁନ୍ତି।
#୧ ସଚିନ ତେନ୍ଦୁଲକର
ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ୍ ଜଗତର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରୁ ସବୁଠାରୁ ଶୀର୍ଷରେ ନିଆଯାଏ। ଏହି ମୁକାମ୍ ପାଇବା ପାଇଁ ସଚିନଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା, ଏହି ସବୁ ହାସଲ କରିବା ପାଇଁ ସଚିନ୍ କଠିନ ତାଲିମ ଏବଂ ଅନେକ ବ-ଳିଦା-ନ ଦେଇଥିଲେ । ସଚିନ ତେନ୍ଦୁଲକର ୧୧ ବର୍ଷ ବୟସରୁ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ ଏବଂ ମାତ୍ର ୧୬ ବର୍ଷ ବୟସରେ ସେ ଭାରତୀୟ କ୍ରିକେଟ୍ ଦଳ ପାଇଁ ଖେଳିବା ଆରମ୍ଭ କରିଥିଲେ।
ଏତେ କମ୍ ବୟସରୁ କ୍ରିକେଟ୍ ଦୁନିଆରେ ପାଦ ରଖିଥିବାରୁ ସଚିନ୍ ପଢା ପାଇଁ ଅଧିକ ସମୟ ପାଇପାରିନଥିଲେ। ଇଣ୍ଡୋ-ପାକ୍ ସିରିଜ୍ ହେତୁ ସଚିନ୍ ତାଙ୍କର ଦଶମ ଶ୍ରେଣୀ ପରୀକ୍ଷା ଦେଇପାରିଲେ ନାହିଁ । ଅବଶ୍ୟ ସେ ପରେ ଅଧ୍ୟୟନ ଜାରି ରଖି ସେ ଦ୍ୱାଦଶ ଶ୍ରେଣୀ ଯାଏଁ ପଢିଥିଲେ।

#୨ ବିରାଟ କୋହଲି
ଭାରତୀୟ କ୍ରିକେଟ୍ ଦଳର ସବୁଠାରୁ ବିଶ୍ୱସ୍ତ ବ୍ୟାଟ୍ସମ୍ୟାନ୍ ତଥା ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ରନ୍ ମେସିନ୍ ଭାବରେ ଜଣାଶୁଣା। ବିରାଟ କୋହଲି ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ ଦିଲ୍ଲୀର ବିଶ୍ୱ ଭାରତୀ ଏବଂ କନଭେଣ୍ଟ ସ୍କୁଲରୁ କରିଥିଲେ। ପିଲାଦିନରୁ କୋହଲି ସଚିନ ତେନ୍ଦୁଲକରଙ୍କ ପରି ଜଣେ ମହାନ କ୍ରିକେଟର ହେବାକୁ ଚାହୁଁଥିଲେ,ଏଥିପାଇଁ ସେ ପିଲାଦିନରୁ ପଡ଼ିଆରେ ବହୁତ ଝାଳ ବୋହାଇଥିଲେ।ଏହି କାରଣରୁ ସେ କେବଳ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ସକ୍ଷମ ହୋଇଥିଲେ
ତଥାପି ବିରାଟ କୋହଲିଙ୍କ ପାଖରେ ଏତେ ସମୟ ଅଛି ଯେ ସେ ଚାହିଁଲେ ଅତି କମରେ ଦୂରରୁ ଗ୍ରାଜୁଏସନ କରିପାରିବେ, କାରଣ ଏମ୍.ଏସ୍ ଧୋନି ମଧ୍ୟ ଦୂରରୁ ଅଧ୍ୟୟନ କରି ଥରେ ଫେ-ଲ୍ ହୋଇ B.Com ପାସ୍ କରି ହୋଇଥିଲେ ।

#୩ ଜହିର ଖାନ
ବାମହାତରେ ରିଭର୍ସ-ସୁଇଙ୍ଗ୍ ବୋଲିଂ କରିବାରେ ମାହିର ବୋଲର ପୂର୍ବତନ ଷ୍ଟାର ବୋଲର ଜହିର ଖାନଙ୍କ ଏହି କ-ଳା ବିଷୟରେ ସମସ୍ତେ ଜାଣିଥିଲେ। ତାଙ୍କୁ ଏହି ଉପାଧି ଏତେ ସହଜରେ ମିଳିନଥିଲା । ଜଣେ ସଫଳ ବୋଲର ହେବାକୁ ପାଇଁ ତାଙ୍କୁ ବହୁତ କିଛି ତ୍ୟା-ଗ କରିବାକୁ ପଡିଥିଲା, କୁହାଯାଏ ଯେ ଜହିର ଖାନ ତାଙ୍କ ସ୍କୁଲ ସମୟରେ ଜଣେ ପ୍ରତିଭା ପୂର୍ଣ୍ଣ ଛାତ୍ର ଥିଲେ। ଦ୍ୱାଦଶ ଶ୍ରେଣୀରେ ବହୁତ ଭଲ ମାର୍କ ସହିତ ପାସ୍ କରିବା ପରେ ଜହିର ଇଞ୍ଜିନିୟରିଂ ପାଇଁ ଆଡମିଶନ ନେଇଥିଲେ ।
କ୍ରିକେଟ୍ ପ୍ରତି ଏତେ ଆକର୍ଷିତ ହେଇଗଲେ ଯେ ସେ ଇଞ୍ଜିନିୟରିଂ ଆରମ୍ଭ କରିବା ପୂର୍ବରୁ ଛାଡ଼ି ଦେଇଥିଲେ ଏବଂ କ୍ରିକେଟ୍ ଦୁନିଆରେ ନିଜ ସ୍ଥାନ ସୁଷ୍ଟି କରିବାରେ ବ୍ୟସ୍ତ ହେଇଗଲେ। କ୍ରିକେଟ୍ ରେ ସଫଳ ହେବା ପରେ ସେ ଭାରତୀୟ ଦଳ ପାଇଁ କ୍ରିକେଟ୍ ପାଇଁ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଖେଳିଥିଲେ । ଯଦି ଆମେ ସ୍ମରଣୀୟ ପ୍ରଦର୍ଶନ ବିଷୟରେ କହିବା ସେ ୨୦୧୧ ବିଶ୍ୱକପ ଫାଇନାଲରେ ପ୍ରଥମ ୩ ଓଭର ମେଡେନ ଫିଙ୍ଗିଥିଲେ,ଏହିଠାରୁ ଟିମ୍ ଇଣ୍ଡିଆ ମ୍ୟାଚ୍ କୁ ହାତରେ ଧରି ଜିତିଥିଲା । ତେବେ ଭାରତକୁ ବିଶ୍ୱକପ ଜିତେଇଥିବା ଜହିର କେବଳ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିବାରେ ସକ୍ଷମ ହୋଇଥିଲେ।

#୪ ଯୁବରାଜ ସିଂ
ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂଙ୍କର କ୍ରିକେଟ୍ ଦୁନିଆରେ ଏପରି ଷ୍ଟାରଡମ୍ ଥିଲା ଯେ ପ୍ରତ୍ୟେକ କ୍ରିକେଟ୍ ପ୍ରେମୀ ତାଙ୍କ ଦିୱାନା ଥିଲେ। ଯୁବରାଜ ସିଂ ୨୧ ବର୍ଷ ବୟସରୁ ଭାରତୀୟ ଦଳ ପାଇଁ ଖେଳିବା ଆରମ୍ଭ କରିଥିଲେ ଏବଂ ସେ ପ୍ରାୟ ୧୮ ବର୍ଷ ଧରି ଭାରତୀୟ ଦଳ ପାଇଁ କ୍ରିକେଟ୍ ଖେଳିଥିଲେ।
ଯୁବରାଜଙ୍କ ପିତା ଯୋଗରାଜ ସିଂ ମଧ୍ୟ ଭାରତୀୟ ଦଳ ପାଇଁ କ୍ରିକେଟ୍ ଖେଳିଥିଲେ ଏବଂ ସେ ସର୍ବଦା ଯୁବରାଜଙ୍କୁ କ୍ରିକେଟର ଭାବରେ ଦେଖିବାକୁ ଚାହୁଁଥିଲେ। ପିତାଙ୍କ ଇଚ୍ଛା ଏବଂ ନିଜର ଉତ୍ସାହ ଯୋଗୁଁ ଯୁବରାଜ ମଧ୍ୟ ପିଲାଦିନରୁ କ୍ରିକେଟର ହେବା ପାଇଁ କଠିନ ପରିଶ୍ରମ କରିଥିଲେ । ଏହି କାରଣରୁ ସେ ପାଠପଢ଼ାରେ ଧ୍ୟାନ ଦେଇପାରିନଥିଲେ ଏବଂ କେବଳ ଦ୍ୱାଦଶ ଶ୍ରେଣୀ ପାସ କରିବାରେ ସକ୍ଷମ ହୋଇଥିଲେ ।

#୫ ଶିଖର ଧାୱନ
ବାମହାତୀ ଓପନର୍ ଶିଖର ଧାୱନ ଏପରି ଜଣେ ବ୍ୟାଟ୍ସମ୍ୟାନ୍ ଯିଏ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ମାତ୍ର ୮୫ ବଲ୍ ରୁ ଦ୍ରୁତତମ ଶତକ ହାସଲ କରିଛନ୍ତି। ୩୫ ବର୍ଷୀୟ ଶିଖର ବର୍ତ୍ତମାନର ଭାରତୀୟ ଦଳ ସହ କ୍ରିକେଟ୍ ଖେଳୁଛନ୍ତି ଏବଂ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଏହି ସଫଳତା ତାଙ୍କୁ ଏତେ ସହଜ ମିଳିନାହିଁ,ଏଥିପାଇଁ ତାଙ୍କୁ ବହୁତ କିଛି ତ୍ୟା-ଗ କରିବାକୁ ପଢିଛି।

ଦିଲ୍ଲୀରେ ରହୁଥିବା ଶିଖର ଧାୱନ କେବଳ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ହିଁ ପଢ଼ିଛନ୍ତି, ସେ କେବେ ବି କଲେଜର ଚେହେରା ଦେଖି ନାହାଁନ୍ତି। କିନ୍ତୁ ଶିଖର ଦିଲ୍ଲୀର ଜଣାଶୁଣା ବିଦ୍ୟାଳୟ St. Mark’s Senior Secondary Public School ରୁ ପଢ଼ିଛନ୍ତି। ଟିମ୍ ଇଣ୍ଡିଆକୁ ଆସିବା ପୂର୍ବରୁ ଶିଖର ଆଇପିଏଲରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଏଠାରୁ ହିଁ ସେ ଟିମ୍ ଇଣ୍ଡିଆ ପାଇଁ ରାସ୍ତା ବାହାର କରିଥିଲେ। ଏଥିରୁ ସ୍ପଷ୍ଟ ଯେ ଖେଳର ଚାପ ଯୋଗୁଁ ଶିଖର କଲେଜ ଯିବାର ସୁଯୋଗ ପାଇଁ ନଥିଲେ ।