ବୋଧହୁଏ ଲୋକମାନେ କୌଣସି କଥାର ଜବାବ OK କହି ଦେଇଥାନ୍ତି। ସେ ଆପଣଙ୍କ ବନ୍ଧୁ ହୁଅନ୍ତୁ, ଅଫିସରେ ଆପଣଙ୍କ ବସ ହୁଅନ୍ତୁ କିମ୍ବା ଆଉ କେହିବି ହୁଅନ୍ତୁ, ଦୁଇ ବର୍ଣ୍ଣ ବିଶିଷ୍ଟ ଏହି ଶବ୍ଦର ବ୍ୟବହାର ଆମେ କାହା ସହିତ ବି କଥାବାର୍ତ୍ତା ସମୟରେ ସବୁଠାରୁ ଅଧିକ କରିଥାଉ। ଆମେ ତା ସହିତ ସହମତ ହେଉ କିମ୍ବା ସହମତ ନହେଉ। ଯେତେବେଳେ ଆପଣଙ୍କୁ ଠିକ ଅଛି କହିବାର ଅଛି କିମ୍ବା କୈାଣସି କଥା ଉପରେ ସହମତି ଦେବାର ଅଛି, ତ ଆପଣ OK କହିଥାନ୍ତି। ଏହି ଦୁଇ ବର୍ଣ୍ଣ ପୂରା ଗୋଟିଏ ବାକ୍ୟ ଭଳି କାମ କରିଥାଏ ଏବଂ ସାଧାରଣ ଭାଷାର ଶବ୍ଦ ହୋଇ ଯାଇଛି, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ଏହା ଅଟେ କି ଆମ ଭିତରୁ ଅଧିକାଂଶ ଲୋକ ଏହା ଜାଣି ନାହାନ୍ତି କି OKର ଫୁଲ ଫର୍ମ କଣ ଅଟେ। ଆଜି ଆମେ ଆପଣଙ୍କୁ ଜଣାଇବୁ କି ବାସ୍ତବରେ OKର ମାନେ କ’ଣ ହୋଇଥାଏ।
୧୮୨ବର୍ଷ ପୂର୍ବରୁ ହୋଇଥିଲା OKର ଆରମ୍ଭ
OK ଇଂରାଜୀ ଭାଷାର ସବୁଠାରୁ ସାଧାରଣ ଶବ୍ଦ ମାନଙ୍କ ଭିତରୁ ଗୋଟିଏ ଅଟେ। ଏହାର ବ୍ୟବହାର ଗ୍ରହଣ କରିବା, ରାଜିହେବା, ଅନୁମୋଦନ ଭଳି ଅନେକ କଥାରେ କରା ଯାଇଥାଏ। OKର ମାନେ ହେଉଛି, ‘Olla Kalla’। ଏହା ଏକ ଗ୍ରୀକ ଶବ୍ଦ ଅଟେ, ଯାହାର ମାନେ ହେଉଛି All correct।OK ଶବ୍ଦର ଜନ୍ମ ୧୮୨ବର୍ଷ ପୂର୍ବରୁ ହୋଇଥିଲା। ଏହାର ଆରମ୍ଭ ହୋଇଥିଲା ଆମେରିକା ପତ୍ରକାର ଚାର୍ଲ୍ସ ଗୋର୍ଡୋନ ଗ୍ରୀନ (Charles Gordon Greene)ଙ୍କ ସମୟରୁ। ବର୍ଷ ୧୮୩୯ରେ ଲେଖକ ଉଦ୍ଦେଶ୍ୟମୂଳକ ଭାବରେ ଶବ୍ଦକୁ ବଦଳେଇ ଦେଇଥିଲେ ଏବଂ ସଂକ୍ଷିପ୍ତ ଭାବରେ ବ୍ୟବହାର କରିଥିଲେ। ଠିକ ସେମିତି ଯେମିତି ଆଜି ଆମେ LOLZ, OMG, କିମ୍ବା NBD କହୁଛେ। OKର ବ୍ୟବହାର ସବୁଠାରୁ ପ୍ରଥମେ “Oll Korrect”ର ସଂକ୍ଷିପ୍ତ ଭାବରେ କରା ଯାଇଥିଲା। ଏହା ଗ୍ରାମାରର ଗୋଟିଏ ବ୍ୟଙ୍ଗାତ୍ମକ ଲେଖା ଥିଲା ଏବଂ ୱେଷ୍ଟନ ମିନିଂ ପୋଷ୍ଟରେ ବର୍ଷ ୧୮୩୯ରେ ଛପା ଯାଇଥିଲା। ଏହି ଟ୍ରେଣ୍ଡ ପରେ OW ଭଳି ଶବ୍ଦ ମଧ୍ୟ ବ୍ୟବହାରରେ ଆସିଥିଲା। ଏହାର ମାନେ ମଧ୍ୟ “Oll Wright” କିମ୍ବା all right ହିଁ ହୋଇଥିଲା।
ଆମେରିକା ଚୟନର ସହିତ ଜଡିତ କଥା
ଏହାପରେ OKର ବ୍ୟବହାର ନିର୍ବାଚନ ସ୍ଲୋଗାନ ଭାବରେ କରା ଯାଇଥିଲା। ବର୍ଷ ୧୮୪୦ରେ ଆମେରିକା ରାଷ୍ଟ୍ରପତି Martin Van Burenଙ୍କ ପୁନଃ-ନିର୍ବାଚନ କ୍ୟାମ୍ପାନରେ ଯେତେବେଳେ ଓକେ ଶବ୍ଦର ବ୍ୟବହାର କରି ଯାଇଥିଲା ତ ଏହା ପୂରା ଦୁନିଆରେ ପ୍ରଚଳିତ ହୋଇ ଯାଇଥିଲା। ବାସ୍ତବରେ, ନ୍ୟୁୟର୍କର କିଣ୍ଡରହୁକରେ ଜନ୍ମ ହୋଇଥିବା Van Burenଙ୍କ ଡାକ ନାମ Old Kinderhook” ଥିଲା। ତାଙ୍କ ସମର୍ଥକ ମାନେ ନିର୍ବାଚନ ପ୍ରଚାର ସମୟର ରାଲିରେ “OK”ର ବ୍ୟବହାର କରିଥିଲେ ଏବଂ ପୂରା ଦେଶରେ “OK Clubs” କରିଥିଲେ। ଏହା ପରଠାରୁ ଓକେ ଗୋଟିଏ ଦ୍ବିଅର୍ଥ ବୋଧକ ଶବ୍ଦ ହୋଇଗଲା। Old Kinderhook ମଧ୍ୟ ଏବଂ All correct ମଧ୍ୟ।
ଓକେ ସହ ଜଡ଼ିତ ଆଉକିଛି ତଥ୍ୟ
Huffpostର ଏକ ରି-ପୋ-ର୍ଟ ଅନୁସାରେ, ପ୍ରଥମେ ଏହା କୁହା ଯାଉଥିଲା କି OK ମୂଳ ଆମେରିକା ଭାରତୀୟ ଜନଜାତି Choctawର ଶବ୍ଦ okehରୁ ଆସିଛି। ଏହା ମଧ୍ୟ ଦାବି କରାଯାଇଛି କି ଏହା ଆଫ୍ରିକାର ବୋଲୋଫ ଭାଷାରୁ ନିଆଯାଇଛି। OKକୁ ନେଇ ଅନେକ ଅଲଗା-ଅଲଗା ତର୍କ ରହିଛି। ଏହାର ଉତ୍ପତ୍ତିକୁ ନେଇ ବି-ବା-ଦ ସବୁବେଳେ ଲାଗି ରହିଛି। ଏହି ରିପୋ-ର୍ଟରେ Smithsonian ମ୍ୟାଗାଜୀନର ଗୋଟିଏ ଆର୍ଟିକଲର ଉଲ୍ଲେଖ କରାଯାଇଛି ଯେଉଁଥିରେ OKକୁ ନେଇ ସୂ-ଚ-ନା ଦିଆଯାଇଛି।
Smithsonian ମ୍ୟାଗଜୀନର ଆର୍ଟିକଲ ଅନୁସାରେ, OKଶବ୍ଦର ଉତ୍ପତ୍ତି ୧୯ବିଂଶ ଶତାବ୍ଦୀର ଆରମ୍ଭରେ ହୋଇଥିଲା। ଗୋଟିଏ ରି-ପୋ-ର୍ଟ-ରେ ଏହା ମଧ୍ୟ କୁହାଯାଇଛି କି ଏହାଛଡା OK ଶବ୍ଦ ‘All Correct’ ପାଇଁ ବ୍ୟବହାର କରାଯାଇଥାଏ, କିନ୍ତୁ ଏହି ଶବ୍ଦକୁ “Oll Korrect” କରି ଦିଆଯାଇଛି। ଯାହାପର ଠାରୁ ଏହି ଶବ୍ଦ AC ବଦଳରେ OK ହୋଇଗଲା। ଏହି ହିସାବରେ OKର ମାନେ ହୋଇଥାଏ ‘All Correct’, ଯାହାକୁ “Oll Korrect” କରି ଦିଆଯାଇଛି। ଏହାମଧ୍ୟ କୁହା ଯାଉଛି କି ଠିକ ଶବ୍ଦଟି Okay ଅଟେ ଏବଂ ଲୋକମାନେ ଭୁଲରେ Okର ବ୍ୟବହାର କରୁଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।