ବ୍ୟବସାୟୀ ହର୍ଷ ଗୋୟନକା ସୋସିଆଲ ମିଡିଆରେ ବହୁତ ଅକ୍ଟିଭ୍ ରୁହନ୍ତି । ସେ ମଜାଳିଆ ପୋଷ୍ଟ ଏବଂ ଜୋକ୍ ସେୟାର କରି ନିଜ ଫଲୋରଙ୍କ ମନୋରଞ୍ଜନ କରନ୍ତି । ଏଥର ସେ ଏକ ମଜାଦାର ଚିତ୍ର ସେୟାର କରିଛନ୍ତି । ଯେଉଁଠାରେ ଜଣେ ବ୍ୟକ୍ତି ଲେଡି ପର୍ସ ଏବଂ ଚପଲ୍ ଧରି ସମୁଦ୍ର କୂଳରେ ଠିଆ ହୋଇଛି । ଏହାକୁ ନେଇ ହର୍ଷ ଗୋୟନକା ଏହା ଉପରେ ଏକ ମଜାଦାର ପ୍ରତି-କ୍ରିୟା ଦେଇଛନ୍ତି।
ଫଟୋକୁ ଦେଖିକି ଲାଗୁଛି କି ବ୍ୟକ୍ତି ଜଣକ ନିଜ ପତ୍ନୀ ଏବଂ ସାଙ୍ଗମାନଙ୍କ ସହ ବୁଲିବାକୁ ଆସିଛି। ତା ପତ୍ନୀ ସମୁଦ୍ରରେ ମଜା କରୁଛି ଏବଂ ଇଏ ନିଜ ପତ୍ନୀ ଏବଂ ସାଙ୍ଗମାନଙ୍କ ଜିନିଷକୁ ଦେଖାରେଖା କରୁଛି। ବ୍ୟକ୍ତିଙ୍କ ବେକରେ ତିନୋଟି ଲେଡି ପର୍ସ ଏବଂ ତା ହାତରେ ଅନେକ ଲେଡି ଚପଲ ଥିବା ଦେଖିବାକୁ ମିଳୁଛି। ଜନେଇଦାବକୁ ଚାହୁଁ ଯେ ଏହା ଏକ ପୁରୁଣା ଫଟୋ, ଯାହାକୁ ହର୍ଷ ଗୋୟନକା ସେୟାର କରିଛନ୍ତି।
ହର୍ଷ ଗୋୟନକା ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମୁଁ ଏହି ବିବାହିତ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ଏବଂ ସାଙ୍ଗମାନଙ୍କ ସହିତ ରବିବାର ଉପଭୋଗ କରୁଥିବାର ଦେଖିଲି ।’
https://twitter.com/hvgoenka/status/1371072385948868620?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1371072385948868620%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fman-spotted-with-women-purse-and-slippers-at-sea-shore-harsh-goenka-gives-epic-reaction-2391028
ଏହି ଫଟୋକୁ ସେ ୧୪ ମାର୍ଚ୍ଚରେ ସେୟାର କରିଥିଲେ, ଯାହାକୁ ଏପର୍ଯ୍ୟନ୍ତ ଦେଢ଼ ହଜାରରୁ ଅଧିକ ଲାଇକ ମିଳିସାରିଛି। ଏହା ସହିତ ୧୦୦ ରୁ ଅଧିକ ରି-ଟ୍ୱିଟ୍ ଏବଂ ଶହ ଶହ କମେଟ୍ ଆସିଛି । ଲୋକମାନେ କମେଟ୍ ରେ ଏପରି ପ୍ରତିକ୍ରିୟା ଦେଇଛନ୍ତି….
Few more pic.twitter.com/H0XJDeKvun
— India my jaan (@rajeshbrooks) March 14, 2021
Hahaaa. Anything left
— Vipingarg (@vipin2garg) March 15, 2021
https://twitter.com/dks6720/status/1371079465644609536?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1371079465644609536%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fman-spotted-with-women-purse-and-slippers-at-sea-shore-harsh-goenka-gives-epic-reaction-2391028
https://twitter.com/Ankittyagi03/status/1371124196906967041?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1371124196906967041%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fman-spotted-with-women-purse-and-slippers-at-sea-shore-harsh-goenka-gives-epic-reaction-2391028