୨ ବର୍ଷ ହେଲାଣି ଗୋଟିଏ ହେଲେ ମଧ୍ୟ ୨୦୦୦ ଟଙ୍କିଆ ନୋଟ ଛପାଯାଇ ନାହିଁ, ଜାଣନ୍ତୁ କଣ ରହିଛି ସରକାଙ୍କ ଯୋଜନା

ଧୀରେ-ଧୀରେ ୨୦୦୦ ଟଙ୍କିଆ ନୋଟ ସର୍କୁଲେଶନରେ କମି‌ କଣପାଇଁ ହେଉଛି?ଏଟୀଏମ ମେସିନରୁ ମଧ୍ୟ ୨୦୦୦ ଟଙ୍କିଆ ନୋଟ କମ ବାହାରୁଛି। ପ୍ରତ୍ୟେକ ମନୁଷ୍ୟର ମନରେ ପ୍ରଶ୍ନ ଜନ୍ମ ହେଉଥିଲା କି ବାସ୍ତବରେ ୨୦୦୦ ଟଙ୍କିଆ ନୋଟ କମ ହେବା ପଛରେ କାରଣ କ’ଣ ରହିଛି?ଯାହାର ଜବାବ ବର୍ତ୍ତମାନ ସରକାର ଦେଇ ସାରିଛନ୍ତି।

ସରକାର ଲୋକସଭାରେ କହିଛନ୍ତି କି ପୂର୍ବ ଦୁଇବର୍ଷରେ ୨ହଜାର ଟଙ୍କିଆ ନୋଟ ଗୋଟିଏ ହେଲେ ମଧ୍ୟ ଛପା ଯାଇନାହିଁ। ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ସଂସଦରେ ଏହର ସୂଚନା ଦେଇଛନ୍ତି।ସେ କହିଥିଲେ କି ନୋଟର ପ୍ରିଟିଂକୁ ନେଇ ଆରବୀଆଈଙ୍କ ସହିତ କଥାବାର୍ତ୍ତା ହୋଇ ସରକାର ନିଷ୍ପତ୍ତି ନେଇଥିଲେ। ଅପ୍ରେଲ୨୦୧୯ ପରଠାରୁ ଗୋଟିଏ ହେଲେ ମଧ୍ୟ ନୂଆ ୨୦୦୦ର ବ୍ୟାଙ୍କ ନୋଟ ଛପା ଯାଇନାହିଁ।

ଏତିକି ନୁହେଁ, ଅନୁରାଗ ଠାକୁର ଏହା ମଧ୍ୟ କହିଛନ୍ତି କି ପୂର୍ବ ତିନି ବର୍ଷରେ ଲଗାତର ୨୦୦୦ଟଙ୍କିଆ ନୋଟ ପ୍ରଚଳନରେ ହ୍ରାସ ହୋଇଛି।ସେ କହିଥିଲେ କି ୩୦ମାର୍ଚ୍ଚ ୨୦୧୮ରେ ୨୦୦୦ଟଙ୍କାର ୩୩୬.୨ କୋଟି ନୋଟ ସର୍କୁଲେଶନରେ ଥିଲା, ଯେତେବେଳେ କି ୨୬ଫେବୃଆରୀ ୨୦୨୧ରେ ଏହାର ସଂଖ୍ୟା ହ୍ରାସ ହୋଇ ୨୪୯.୯ କୋଟି ହୋଇଯାଇଥିଲା।ତାହା ମାର୍ଚ୍ଚ,୨୦୨୦ ଶେଷ ପର୍ଯ୍ୟନ୍ତ ଚଳଣିରେ ମହଜୁଦ ୨,୦୦୦ଟଙ୍କିଆ ନୋଟ ସଂଖ୍ୟା ୨୭୩.୯ କୋଟି ‌ଥିଲା। ଯେତେବେଳେ କି ମାର୍ଚ୍ଚ-୨୦୧୯ର ଶେଷରେ ୨୦୦୦ ନୋଟର ସଂଖ୍ୟା ୩୨୯.୧ କୋଟି ଥିଲା।

ଅର୍ଥ ରାଜମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଦିନ ସଂସଦରେ ଗୋଟିଏ ଲିଖିତ ଜବାବରେ କହିଥିଲେ, ‘କୈାଣସି ମୂଲ୍ୟର ବ୍ୟାଙ୍କ ନୋଟର ଛପା ହେବାର ନିଷ୍ପତ୍ତି ଜନତାଙ୍କ ନେବା-ଦେବାର ଦାବିକୁ ପୂରା କରିବା ପାଇଁ RBIଙ୍କ ଉପଦେଶ ଦ୍ଵାରା ନିଆ ଯାଇଥାଏ।’ସେ କହିଥିଲେ କି ୨୦୧୯-୨୦ ଏବଂ ୨୦୨୦-୨୧ରେ ୨୦୦୦ଟଙ୍କିଆ ନୋଟ ଛପା ହେବାର ଅର୍ଡର ଦିଆଯାଇନାହିଁ।

କେନ୍ଦ୍ର ସରକାରଙ୍କ ଅନୁସାରେ ୨୦୦୦ଟଙ୍କିଆ ବ୍ୟାଙ୍କ ନୋଟ ଛପା ବନ୍ଦ କରିବାର ନିଷ୍ପତ୍ତି ଏହାର ହୋର୍ଡିଂ ରୋକିବା ଏବଂ କଳା ଟଙ୍କା ଉପରେ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଛି।

ଗୋଟିଏ ରିପୋର୍ଟ ମୁତାବକ, ୨୦୧୮ରୁ ତିନି ବର୍ଷ ମଧ୍ୟରେ ଯେଉଁଠାରେ ୨୦୦୦ଟଙ୍କିଆ ନୋଟର ପ୍ରଚଳନ ହ୍ରାସ ପାଇଛି, ସେଠାରେ ସେହି ସମୟରେ ୫୦୦ ଏବଂ ୨୦୦ଟଙ୍କିଆ ନୋଟର ପ୍ରସାରରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ମୂଲ୍ୟ ଏବଂ ମାତ୍ରା ଦୁଇଟିଯାକ ହିସାବରେ ୫୦୦ ଏବଂ ୨୦୦ଟଙ୍କିଆ ନୋଟର ପ୍ରସାର ବଢ଼ିଛି।

ରିପୋର୍ଟ ଅନୁସାରେ, ପ୍ରଚଳନରେ ପାଖାପାଖି ମୁଦ୍ରାରେ ୨,୦୦୦ ନୋଟର ଅଂଶ ମାର୍ଚ୍ଚ,୨୦୨୦ର ଶେଷ ପର୍ଯ୍ୟନ୍ତ ହ୍ରାସପାଇ ୨.୪ ପ୍ରତିଶତ ରହି ଯାଇଥିଲା। ଏହା ମାର୍ଚ୍ଚ,୨୦୧୯ ଶେଷ ପର୍ଯ୍ୟନ୍ତ ତିନି ପ୍ରତିଶତ ଏବଂ ମାର୍ଚ୍ଚ, ୨୦୧୮ ଶେଷ ପର୍ଯ୍ୟନ୍ତ ୩.୩ ପ୍ରତିଶତ ଥିଲା।

ଗୌରବର କଥା ହେଉଛି କି ନଭେମ୍ବର ୨୦୧୬ରେ ନୋଟ ବନ୍ଦୀର ଘୋଷଣା ପରେ ସରକାର ୨୦୦୦ ଟଙ୍କିଆ ନୋଟ ପ୍ରଥମ ଥର ଜାରି କରିଥିଲେ।ନୋଟବନ୍ଦୀରେ ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ଅବୈଧ ଘୋଷିତ କରିଦେଇଥିଲେ।୨୦୦୦ ଟଙ୍କିଆ ନୋଟ ଜାରି କରିବା ପଛରେ ସରକାରଙ୍କର ତର୍କ ଥିଲା କି ଏହାକୁ କଳାଟଙ୍କା ଉପରେ ରୋକ ଲଗାଇବାରେ ସଫଳତା ମିଳି ପାରିବ।

Leave a Reply

Your email address will not be published. Required fields are marked *