କାରରେ ଜୀବନ ବିତାଉଥିଲେ ବୃଦ୍ଧ ଶିକ୍ଷକ, ପୂର୍ବ ଛାତ୍ର ଦେଲେ ୨୦ଲକ୍ଷ ଟଙ୍କା

ଯେତେବେଳେ ବି Jose Villarruel ନିଜ ୧୯୯୭ର Ford Thunderbird LX କାରର କବାଟ ଖୋଲନ୍ତି ତ ସେ ଏହି କଥାର ପୂରା ଧ୍ୟାନ ରଖନ୍ତି କି ସେ ଏହାକୁ ଜୋରରେ ବନ୍ଦ କରିବେ ନାହିଁ। Jose ବୃତ୍ତିରେ Substitute ଶିକ୍ଷକ ଏବଂ ଜଣେ ଟ୍ୟୁଟର ଅଟନ୍ତି, ଯିଏ ବହୁ ଦିନରୁ ନିଜ ଜୀବନକୁ ଗୋଟିଏ କାରରେ ବିତାଉଛନ୍ତି। ମାନେ, ତାଙ୍କ ୧୯୯୭ର କାର ହିଁ ତାଙ୍କ ଘର ଅଟେ। ସେ ତାଙ୍କ ଲ୍ୟାପଟପରେ ଚାର୍ଜ ଦେବାପାଇଁ ମଧ୍ୟ କାରର ବ୍ୟାଟେରୀ ଉପରେ ହିଁ ନିର୍ଭର କରିଥାନ୍ତି। କିନ୍ତୁ ଏହି ଶିକ୍ଷକଙ୍କର ୭୭ତମ ଜନ୍ମଦିନରେ ତାଙ୍କ ପୁରୁଣା ଛାତ୍ରମାନେ ଏମିତି ଉପହାର ଦେଇଥିଲେ କି ତାଙ୍କ ଜୀବନ ବଦଳି ଯାଇଥିଲା! ଏହି ଘ-ଟଣା କ୍ୟାଲିଫୋର୍ନିଆ ଫୋଟାନା ସହରର ଅଟେ।

କରୋନା କ-ଷ୍ଟଦାୟକ କରି ଦେଇଥିଲା ଜୀବନ

ରିପୋର୍ଟ ମୁତାବକ, Jose ବର୍ଷ୨୦୧୩ ଠାରୁ ସେହି କାରରେ ରହୁଥିଲେ। କିନ୍ତୁ ତାଙ୍କ ଜୀବନ ସେତେବେଳେ ଆହୁରି କ-ଷ୍ଟଦାୟକ ହୋଇ ଯାଇଥିଲା, ଯେତେବେଳେ କରୋନା ମହାମାରୀ କାରଣରୁ ସ୍କୁଲ ବନ୍ଦ ହୋଇଯାଇଥିଲା ଏବଂ ତାଙ୍କୁ କାମ ମିଳିବା କ-ଷ୍ଟକର ହୋଇଯାଇଥିଲା। ସେ ଗୋଟିଏ ଘରର ଖର୍ଚ୍ଚ ଉଠାଇବାରେ ମଧ୍ୟ ଅସମର୍ଥ ହୋଇ ଯାଇଥିଲେ। କାରଣ ତାଙ୍କ ନିଜ ରୋଜଗାରର ଅଧିକ ଭାଗ ମେକ୍ସିକୋରେ ଥିବା ନିଜ ପରିବାର ପାଖକୁ ପଠାଇବାକୁ ପଡୁଥିଲା।

ଏମିତି ଛାତ୍ରମାନେ ଏକାଠି କଲେ ଟଙ୍କା

ପୂର୍ବ ଛାତ୍ର Steven Nava କହିଥିଲେ କି ସେ ପ୍ରତିଦିନ ନିଜ କାମକୁ ଯିବା ସମୟରେ ଏହି ବୃଦ୍ଧ ଶିକ୍ଷକଙ୍କୁ ସକାଳର ଆରମ୍ଭ ନିଜ ୨୪ବର୍ଷ ପୁରୁଣା କାରର ଡିକ୍କୀରୁ ଆବଶ୍ୟକୀୟ ଜିନିଷ ବାହାର କରୁଥିବାର ଦେଖୁଥିଲେ! ଷ୍ଟୀବନ ସ୍ଥିର କରିଥିଲେ କି ସେ ନିଜ ଶିକ୍ଷକଙ୍କ ପାଇଁ କିଛି କରିବେ। ଏଥିପାଇଁ ସେ ଗୋଟିଏ ଫଣ୍ଡ ରେଜିଙ୍ଗ ଆକାଉଣ୍ଟ କରିଥିଲେ। ସେ କହିଥିଲେ, ‘ଆମର ଲକ୍ଷ୍ୟ ୫ହଜାର ଡଲାର (୩.୬୦ ଲକ୍ଷ ଟଙ୍କା) ଏକଜୁଟ କରିବାର ଥିଲା। କିନ୍ତୁ ଆମେ ତାଠାରୁ ୬ଗୁଣା ଅଧିକ ଟଙ୍କା ଏକାଠି କରି ପାରିଥିଲୁ।

ଶିକ୍ଷକଙ୍କୁ ହେଲା ନାହିଁ ବିଶ୍ଵାସ

ଯେତେବେଳେ ଗୁରୁବାର ଦିନ ମିଷ୍ଟର.ବୀ (Jose Villarruel)ଙ୍କ ୭୭ତମ ଜନ୍ମଦିନ ଆସିଥିଲା ତ ତାଙ୍କର ଏହି କଥାର ଟିକେ ବି ଅନୁମାନ ନଥିଲା କି ତାଙ୍କୁ ଗୋଟିଏ ବହୁତ ବଡ଼ ଉପହାର ମିଳିବାକୁ ଯାଉଛି। ଷ୍ଟୀବନ ଏବଂ ଅନ୍ୟ ପୂର୍ବ ଛାତ୍ରମାନେ ‘ହେପ୍ପୀ ବାର୍ଥଡେ’ କହି ନିଜ ବୃଦ୍ଧ ଶିକ୍ଷକଙ୍କୁ ୨୭ହଜାର ଡଲାରର ଚେକ ଦେଇଥିଲେ। ଏହା ଉପରେ Jose କହିଥିଲେ, ‘ମୋର ଏବେ ବି ବିଶ୍ଵାସ ହେଉନାହିଁ। ଏହା ଆଶ୍ଚ-ର୍ଯ୍ୟକର ଥିଲା। ମୁଁ ଏହା ବିଲକୁଲ ବି ଆଶା କରି ପାରିନଥିଲି। ‘ସେଠାରେ ଷ୍ଟୀବନ କହିଥିଲେ କି ସେହି ବ୍ୟକ୍ତିଙ୍କୁ ସାହାଯ୍ୟ କରିବା କୈାଣସି ସମ୍ମାନ ଠାରୁ କମ ନୁହେଁ, ଯିଏ ବହୁତ ପିଲାଙ୍କର ଜୀବନକୁ ଭଲ ବନେଇବା ପାଇଁ କାମ କରୁଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *