ଦେଶର ପ୍ରଥମ AC ରେଲୱେ ଷ୍ଟେସନ ଆପଣ ଦେଖିଛନ୍ତି କି? ଏୟାରପୋର୍ଟ ଭଳି ମିଳିବ ସୁବିଧା

ବାଙ୍ଗାଲୋରରେ ଦେଶର ପ୍ରଥମ ସେଣ୍ଟ୍ରଲାଇଜ୍ଡ ଏସୀ ରେଲୱେ ଷ୍ଟେସନ ତିଆରି ହୋଇ ସାରିଛି। ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏହାର ଫଟୋ ଶେୟାର କରିଛନ୍ତି। ପ୍ରଥମ ଥର ଏୟାରପୋର୍ଟ ଭଳି ଦେଖାଯାଉଥିବା ଏହି ଷ୍ଟେସନ ୪୨୦୦ ବର୍ଗମିଟର ଅଞ୍ଚଳ ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଛି। ଏହାକୁ ତିଆରି କରିବା ପାଇଁ ପାଖାପାଖି ୩୧୪କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ଜଣା ଯାଇଛି। ରେଲୱେ ଷ୍ଟେସନର ନାମ ସର ଏମ ବିଶ୍ବେଶ୍ବରୟ୍ୟା ଟର୍ମିନାଲ ଅଟେ।

ବର୍ତମାନ ଆପଣଙ୍କୁ ଏୟାରପୋର୍ଟ ଏବଂ ମେଟ୍ରୋ ଷ୍ଟେସନ ଭଳି ରେଲୱେ ଷ୍ଟେସନ ମଧ୍ୟ ସଂପୂର୍ଣ୍ଣ ଭାବରେ ଏସୀ ଉପକରଣର ସୁବିଧାରେ ମିଳି ପାରିବ। ଆଜ୍ଞା ହଁ ଏହା ବିଲକୁଲ ସତ ଅଟେ ଏବଂ ଦେଶର ପ୍ରଥମ ସେଣ୍ଟ୍ରଲାଇଜ୍ଡ ଏସୀ ରେଲୱେ ଷ୍ଟେସନ ବାଙ୍ଗାଲୋରରେ ତିଆରି ହୋଇ ସାରିଛି।

ରେଳମନ୍ତ୍ରୀ ପୀୟୂଷ ଗୋୟଲ ନିଜେ ଏହି ରେଲୱେ ଷ୍ଟେସନର ଫଟୋ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଯଦି ଆପଣ ଏହି ରେଲୱେ ଷ୍ଟେସନର ଫଟୋ ପ୍ରଥମଥର ଦେଖିବେ ତ ଏହା ଆପଣଙ୍କୁ ବିଲକୁଲ ଏୟାରପୋର୍ଟ ଭଳି ଲାଗିବ।

ବାଙ୍ଗାଲୋରରେ ତିଆରି ହୋଇଥିବା ଏହି ରେଲୱେ ଷ୍ଟେସନର ନାମ ସର ଏମ ବିଶ୍ବେଶ୍ବରୟ୍ୟା ଟର୍ମିନାଲ ଅଟେ। ଏହି ଷ୍ଟେସନ ୪୨୦୦ ବର୍ଗମିଟର ଅଞ୍ଚଳରେ ବିସ୍ତୃତ ହୋଇ ରହିଛି ଏବଂ ଏହାକୁ ସଂପୂର୍ଣ୍ଣ ଭାବରେ ସେଣ୍ଟ୍ରଲାଇଜ୍ଡ ଏସୀ ବନାଇବା ପାଇଁ ୩୧୪କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଷ୍ଟେସନରେ ୫୦ହଜାର ଲୋକ ପର୍ଯ୍ୟନ୍ତ ଚଳପ୍ରଚଳ ସହଜରେ ହୋଇପାରିବ। ଏତିକି ନୁହେଁ ଏହି ନୂଆ ଟର୍ମିନାଲରେ ଗୋଟିଏ ଫୁଟଓବର ବ୍ରିଜ ଏବଂ ଦୁଇଟି ମେଟ୍ରୋ ମଧ୍ୟ ହୋଇଛି, ଯାହା ସବୁ ପ୍ଲାଟଫର୍ମକୁ ଯୋଡି ଥାଏ।

ସର ଏମ ବିଶ୍ବେଶ୍ବରୟ୍ୟା ଟର୍ମିନାଲରେ ୭ଟି ପ୍ଲାଟଫର୍ମ ତିଆରି କରାଯାଇଛି। ଏହା ବ୍ୟତୀତ ଏସ୍କେଲେଟର୍ସ ଏବଂ ଲିଫ୍ଟସର ମଧ୍ୟ ସୁବିଧା ରହିଛି। ଏହି ଷ୍ଟେସନରେ ପ୍ରତ୍ୟେକ ଦିନ ୫୦ଟି ଟ୍ରେନ ଚଳପ୍ରଚଳ କରିବ। ଏହି ରେଲୱେ ଟର୍ମିନାଲରେ VIP ଲାଉଞ୍ଜର ମଧ୍ୟ ବ୍ୟବସ୍ଥା ରହିଛି ଯେଉଁଠାରେ ଲୋକମାନେ ନିଜ ଟ୍ରେନର ଅ-ପେକ୍ଷା କରି ପାରିବେ। ଲାଉଞ୍ଜରେ ଟାଇମ ପାସେଞ୍ଜର ଇନଫର୍ମେଶନ ସିଷ୍ଟମ (PIS)ର ମଧ୍ୟ ବ୍ୟବସ୍ଥା ହେବ ଏବଂ ଏହା ସହିତ ଗୋଟିଏ ସୁନ୍ଦର ଫୁଡ କୋ-ର୍ଟ ମଧ୍ୟ ତିଆରି କରାଯାଇଛି ଯେଉଁଠାରେ ଆପଣ ଆପଣଙ୍କ ପସନ୍ଦର ଖାଦ୍ୟ ଏବଂ ଜଳଖିଆ ଖାଇ ପାରିବେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *