ବନ୍ଧୁଗଣ ମନୁଷ୍ୟ ଆଜିକାର ଏହି ବ୍ୟସ୍ତ ଜୀବନରେ ସ୍ନାନ ଆଦି ସ୍ୱଛତା ଆଜି କାର୍ଯ୍ୟ କରିବାରେ ଅଣଦେଖା କରୁଛନ୍ତି। କିନ୍ତୁ ହିନ୍ଦୁ ଶାସ୍ତ୍ର ଅନୁସାରେ ମନୁଷ୍ୟ ନିତି ଦିନିଆ ଏହି କାର୍ଯ୍ୟ ନକଲେ ଜୀବନରୁ ସୁଖ ଶାନ୍ତି ବୈଭବକୁ ଦୂର କରିପାରନ୍ତି। ଭଗବାନ ଶ୍ରୀକୃଷ୍ଣ ସ୍ନାନ କରିବାର ବିଭିନ୍ନ ପ୍ରକାର ସମୟ ଓ ସ୍ନାନ ନକଲେ ମନୁଷ୍ୟ ଜୀବନରେ କି ପ୍ରଭାବ ପଡ଼ିଥାଏ ଏହାର ବିସ୍ତୃତ ବିବରଣୀ ଉଲ୍ଲେଖ କରିବୁ। ସ୍ୱଛତାର ସମ୍ଵଦ୍ଧ ମା ଲକ୍ଷ୍ମୀଙ୍କ ସହ ତୁଳନା କରାଯାଇଛି। କିନ୍ତୁ ଖାଲି ଘରର କିମ୍ବା କୌଣସି ଜିନିଷର ସ୍ୱଛତା ନୁହେଁ ବରଂ ମନୁଷ୍ୟକୁ ନିଜ ଶରୀରକୁ ସ୍ୱଛତା ରଖିବା ଆବଶ୍ୟକ। ତେବେ ଏବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣ ସ୍ନାନ ବିଷୟରେ କେଉଁ ମହତ୍ତ୍ୱପୂର୍ଣ କଥା କହିଛନ୍ତି।
ସ୍ନାନ ପାଇଁ ସବୁଠୁ ଉତ୍ତମ ସମୟ ହେଲା ବ୍ରହ୍ମ ମୁହୂର୍ତ୍ତ। ସୂର୍ଯ୍ୟ ଉଦୟ ପୁର୍ବରୁ ସ୍ନାନ ଆଦି କାର୍ଯ୍ୟ ଯେଉଁ ବ୍ୟକ୍ତି କରିଥାଏ ତାଙ୍କ ଦ୍ବାରା କରାଯାଇଥିବା ସବୁ ଧର୍ମ କାର୍ଯ୍ୟରେ ସୁଫଳ ମିଳିଥାଏ ଓ ସବୁ ପାପ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ। ଏଥି ପାଇଁ ପୂର୍ବ କାଳରେ ମୁନି ଋଷି ମାନେ ବ୍ରହ୍ମ କାଳରେ ସ୍ନାନ କାର୍ଯ୍ୟ ସାରି ଧର୍ମ ଆଦି କାର୍ଯ୍ୟ କରୁଥିଲେ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଆମେ ଶୋଇବା ବେଳେ ଆମ ଶରୀରରୁ ଲାଳ ଆଦି ବାହାରି ଆମକୁ ଅସୁଦ୍ଧି କରିଥାଏ। ଏଥି ପାଇଁ ଆମକୁ ବ୍ରହ୍ମ କାଳରେ ସ୍ନାନ କାର୍ଯ୍ୟ ସାରି ଧର୍ମ ଚିନ୍ତନ କରି ଆମ ଶରୀରକୁ ପବିତ୍ର କରିବା ଉଚିତ। ଯାହା ଦ୍ବାରା ଆମର ବାକି ଦିନଟି ଖୁସିରେ ବିତି ପାରିବ। ଯଦି ଆପଣ ସ୍ନାନ ନକରି ଦିନ ଚଯ୍ୟାରେ ଲାଗି ଯାଆନ୍ତି ଆପଣଙ୍କ ଚାରିପାଖରେ ନକା-ରାତ୍ମକ ଶକ୍ତିର ପ୍ରଭାବର ବିସ୍ତାର ହୋଇଥାଏ। ଯାହା ଫଳରେ ଆପଣଙ୍କର ସବୁ କାର୍ଯ୍ୟରେ ବିଘ୍ନ ହୋଇଥାଏ। ଅଲକ୍ଷ୍ମୀ, କାଳ, କ୍ଳେସ, ଦୋଷ ତ୍ରୁଟି ଭୋଳି ଶକ୍ତିକୁ ଅନିଷ୍ଟ କାର୍ଯ୍ୟ କରୁଥିବା ଶକ୍ତି କୁହାଯାଏ। କାହିଁକିନା ଏମାନେ ଅସ୍ୱଛ, ଅପରିଷ୍କାର ଓ ମଇଳ ପ୍ରବୃତ୍ତିର ଘରେ ବାସ କରିଥାନ୍ତି।
ଏମାନଙ୍କ ପ୍ରଭାବରେ ଜୀବନରେ କେବେ ଉନ୍ନତି ହୋଇନଥାଏ। ଯଦି ଆପଣ ଏହି ନକାରାତ୍ମକ ଶକ୍ତି ଠାରୁ ରକ୍ଷା ପାଇବା ପାଇଁ ଚାହୁଁଥାନ୍ତି ତେବେ ଆପଣଙ୍କ ଦିନଚଯ୍ୟା ସ୍ନାନ ପରେ ହିଁ କରନ୍ତୁ ଏବଂ ଦିନଟିକୁ ଶୁଭ ମୟ କରନ୍ତୁ। ଭଗବାନ ଶ୍ରୀକୃଷ୍ଣଙ୍କ ମତ ଅନୁସାରେ ସ୍ନାନ କରିବାର ପ୍ରକୃତ ଉପାୟ ହେଲା ଆପଣ ସ୍ନାନ କରିବା ବେଳେ ପ୍ରଥମେ ନିଜକୁ ଗୋଡ଼କୁ ଶୁଦ୍ଧ କରନ୍ତୁ ଓ ତାପରେ ବାକି ଅଙ୍ଗକୁ ଶୁଦ୍ଧ କରନ୍ତୁ। ସ୍ନାନ କରିବାର ବିଭିନ୍ନ ପ୍ରକାରର ମନ୍ଥନା କରାଯାଇଛି।
ଯେମିତିକି କାଇକ ସ୍ନାନ। ଏହି ସ୍ନାନ ରୋଗୀ ମାନଙ୍କ ପାଇଁ ହୋଇଥାଏ। ଏଥିରେ ରୋଗୀ ମାନଙ୍କୁ ଓଦା କପଡାର ଶରୀରକୁ ପୋଛା ଯାଇ ଶୁଦ୍ଧ ରଖାଯାଏ।
ବରୁଣ ସ୍ନାନ: ଏହି ସ୍ନାନରେ ନଦୀ, ସରବର କିମ୍ବା କୌଣସି ପବିତ୍ର ସ୍ଥାନରେ ବୁଡି ସ୍ନାନ କରାଯାଏ।
ଦିବ୍ୟ ସ୍ନାନ: ଏହି ସ୍ନାନରେ ସୂର୍ଯ୍ୟ କିରଣ ସହ ନଦୀ କିମ୍ବା ସରବରରେ ସ୍ନାନ କରିବା।
ମାୟବିୟ ସ୍ନାନ: ଏହି ସ୍ନାନରେ ଶରୀରରେ ଗୋ ମୂତ୍ର ଛିନ୍ଚି କରାଯାଏ।
ଭସ୍ମ ସ୍ନାନ। ଏହି ସ୍ନାନରେ ଶରୀରରେ ଭସ୍ମ ଲଗାଯାଇ ନଦୀ କିମ୍ବା ସରବରରେ ବୁଡି ସ୍ନାନ କରାଯାଏ। ଏହି ସ୍ନାନକୁ ଅଘରି ବା ପୋୖରାଣିକ ଋଷି ମାନେ କରିଥାନ୍ତି। ଯେମିତିକି ଯେଉଁ ବ୍ୟକ୍ତି ସ୍ନାନ କରି ପରିଷ୍କାର ବସ୍ତ୍ର ପିନ୍ଧି ସୂର୍ଯ୍ୟ ଦେବ ଏବଂ ପିତୃପୁରୁଷଙ୍କୁ ଆରାଧନା କରିଥାଏ ତା ଜୀବନରେ ସବୁ ଦୁଃଖ କଷ୍ଟ ସମାପ୍ତ ହୋଇଥାଏ।
ତ ବନ୍ଧୁଗଣ ସ୍ନାନ କରିବା ସମୟରେ ଏହି ସବୁ କଥାର ଧ୍ୟାନ ରଖିବା ନିତାନ୍ତ ଆବଶ୍ୟକ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।