ଦୁନିଆର ସର୍ବଶ୍ରେଷ୍ଠ ଉଜ୍ଜ୍ୱଳ କ୍ରିକେଟର ଜସପ୍ରୀତ ବୁମରାହଙ୍କ ବାହାଘର ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଯେମିତି ହିଁ ଏହି ଖବର ଭା-ଇରଲ ହୋଇଛି କି ଭାରତୀୟ ପେସର ବାହାହେବା ପାଇଁ ଯାଉଛନ୍ତି, ଫ୍ୟାନ୍ସ ଜାଣିବା ପାଇଁ ହତାଶ ହୋଇଯାଇଛନ୍ତି କି ତାଙ୍କର କନିଆଁ କିଏ ହେବେ? କଳ୍ପନାର ବଜାର ଗରମ ହୋଇ ଯାଇଛି। ଅନୁମାନ ଲାଗିବା ଆରମ୍ଭ ହୋଇ ଯାଇଛି। ଜସ୍ସୀଙ୍କ ଆଫେୟର ଏବଂ ମହିଳା ବନ୍ଧୁଙ୍କ ତାଲିକା ଯାଞ୍ଚ ହେବାକୁ ଲାଗିଥିଲା। ଅନୁମାନ ଏପର୍ଯ୍ୟନ୍ତ ଆସି ଯାଇଥିଲା କି ସାଉଥର ଗୋଟିଏ ଅଭିନେତାର ପରିବାରଙ୍କୁ ସାମ୍ନାକୁ ଆସି ସଫେଇ ଦେବାକୁ ପଡିଥିଲା। ବର୍ତ୍ତମାନର ତାଜା ରିପୋର୍ଟରେ ଝିଅର ନାମ ସହିତ ବାହାଘର ତାରିଖ ଏବଂ ସ୍ଥାନର ମଧ୍ୟ ଦାବି କରାଯାଇଛି।
Jasprit Bumrah will be marrying Sanjana Ganesan on 14-15 March in Goa 👫😍
Congratulations to both of them! ❤️ pic.twitter.com/Ah3mlgkOGI
— Sportskeeda (@Sportskeeda) March 8, 2021
ୱେବସାଇଟ ସ୍ପୋର୍ଟସକୀଡାର ତାଜା ରିପୋର୍ଟରେ ଦାବି କରାଯାଉଛି କି ବୁମରାହ ସ୍ପୋର୍ଟସ ଏଙ୍କର ସଞ୍ଜନା ଗଣେଶନଙ୍କ ସହିତ ୧୪-୧୫ମାର୍ଚ୍ଚରେ ଗୋଆରେ ସାତଫେରା ନେବେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଜଣଙ୍କ ତରଫରୁ ଏହି ସୂଚନା ଜଣାଯାଇ ନାହିଁ କି ଅସ୍ବୀକାର କରାଯାଇ ନାହିଁ। କୋଭିଡ ପ୍ରୋଟୋକଲ ଯୋଗୁଁ କେବଳ ପାଖାପାଖି ବନ୍ଧୁ ଏବଂ ବଛାବଛା ସମ୍ପର୍କିୟ ହିଁ କାର୍ଯ୍ୟକ୍ରମର ଅଂଶ ହେବେ। ଜୀ ହିନ୍ଦୁସ୍ଥାନ ମଧ୍ୟ ନିଜ ରିପୋର୍ଟରେ ଏହି ଦାବି କରିଛନ୍ତି।
Stuart Binny married Mayanti Langer
…
Now Jasprit Bumrah set to marry Sanjana Ganeshan .!!!Star sports need to keep away their anchors from Indian Cricketers 😅🤣 pic.twitter.com/AkF58LXoBX
— Saurav Vashishth (@vashishth_07) March 8, 2021
ବୃତ୍ତିଗତ ଜୀବନ ବ୍ୟତୀତ ଦୁଇଜଣଙ୍କୁ କେବେବି ସାର୍ବଜନୀକ ସ୍ଥାନରେ ଏକାସାଥିରେ ଦେଖାଯାଇ ନାହିଁ। ନା ଏହା ପୂର୍ବରୁ କୈାଣସି ମିଡିଆ ରିପୋର୍ଟରେ ଦୁଇଜଣଙ୍କ ଆଫେୟାର ବିଷୟର କଥା ସାମ୍ନାକୁ ଆସିଥିଲା। ଯଦି ଏହି କଥା ସତ ପ୍ରମାଣିତ ହୁଏ ତାହେଲେ ନିଜ ସମ୍ପର୍କକୁ ଲୁଚାଇ ରଖିବାରେ ଦୁଇଜଣ ସଫଳତା ଲାଭ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଫ୍ୟାନ୍ସ ନିଜ-ନିଜ ଶୈଳୀରେ ଏହି କପଲଙ୍କୁ ଶୁଭେଛା ଜଣାଉଛନ୍ତି।
୨୮ବର୍ଷିୟ ସଞ୍ଜନା ଗଣେଶନ ଜଣେ କ୍ରିକେଟ ଆଙ୍କର/ପ୍ରୋଜକ୍ଟର ଅଟନ୍ତି। ପୂର୍ବ କିଛି ସମୟରୁ ସେ ଅନେକ ଟୁର୍ନାମେଣ୍ଟର ଅଂଶ ରହି ସାରିଛନ୍ତି। ସେ ଆଇପିଏଲରେ ସକ୍ରିୟ ରହିବା ସହିତ ହିଁ ଷ୍ଟାର ସ୍ପୋର୍ଟସଙ୍କ ସହିତ ମଧ୍ୟ ଯୋଡି ହୋଇ ରହିଛନ୍ତି। ସଞ୍ଜନା ଆଇସିସି ବର୍ଲ୍ଡ କପ ୨୦୧୯ରୁ ନେଇ ଇଣ୍ଡିଆନ ପ୍ରୀମିୟର ଲିଗ(ଆଇପିଏଲ)ପର୍ଯ୍ୟନ୍ତ ହୋଷ୍ଟ କରି ସାରିଛନ୍ତି। ଏହା ବ୍ୟତୀତ ସଞ୍ଜନା କୋଲକାତା ନାଇଟ ରାଇଡର୍ସର ଆଙ୍କର ମଧ୍ୟ ରହି ସାରିଛନ୍ତି। ସଞ୍ଜନା ବର୍ଷ୨୦୧୩ରେ ଫେମିନା ଗାର୍ଜିୟସର ପଦବୀ ମଧ୍ୟ ଜିତି ସାରିଛନ୍ତି।
ଏହାଛଡା ସେ ଏମଟିଭିର ରିୟାଲିଟୀ ଶୋ ସ୍ପିଲିଟସ ଭିଲାରୁ ଟିଭିରେ ନିଜେ ଡେବ୍ୟୁ କରିଥିଲେ। ସଞ୍ଜନା ପୁଣେର ପ୍ରସିଦ୍ଧ ୟୁନିଭର୍ସିଟୀରୁ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରି ସାରିଛନ୍ତି। ଏହା ବ୍ୟତୀତ ସେ ମଡେଲିଙ୍ଗରେ ହାତ ରଖିଛନ୍ତି ଏବଂ ବର୍ଷ୨୦୧୪ରେ ସେ ମିସ ଇଣ୍ଡିଆରେ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିଲେ।
ଏହାପୂର୍ବର ଖବର ଥିଲା କି ବୁମରାହ ସାଉଥ ଅଭିନେତ୍ରୀ ଅନୁପମା ପରମେଶ୍ବରନଙ୍କ ସହ ବାହା ହେବାର ଥିଲା। କିନ୍ତୁ ତାଙ୍କ ପରିବାର ଲୋକ ସାମ୍ନାକୁ ଆସି ଏହାକୁ ଗୁଜବର ଆଖ୍ୟା ଦେଇଥିଲେ। ପରିଜନଙ୍କର କହିବା କଥା ଥିଲା କି ଅନୁପମା ଏହି ସମୟରେ ଗୁଜରାଟରେ ଅଛନ୍ତି ଏବଂ ସେ ନିଜ ସୁଟିଂରେ ବ୍ୟସ୍ତ ଅଛନ୍ତି। ସେଠାରେ, ଅନୁପମାଙ୍କ ମାଆ କହିଥିଲେ କି ଏହା କେବଳ ଏକ ଗୁଜବ ଅଟେ। ପରିବାର ଲୋକେ ଏହା ଉପରେ ବିଶେଷ ଧ୍ୟାନ ଦେଇ ନଥିଲେ।
ଏହା ପୂର୍ବରୁ ଜସପ୍ରିତ ବୁମରାହ ବ୍ୟକ୍ତିଗତ କାରଣକୁ ନେଇ ବିସିସିଆଇରୁ ଛୁଟି ମାଗିଥିଲେ। ସେ ଚତୁର୍ଥ ଟେଷ୍ଟରେ ଖେଳି ନଥିଲେ, ସେବେଠାରୁ ଏହି ଖବର ମିଡ଼ିଆରେ ବ୍ୟାପି ଯାଇଥିଲାକି ଜସପ୍ରିତ ବୁମରାଜ ବହୁତ ଶୀଘ୍ର ବାହାଘର ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ତାଙ୍କ ପକ୍ଷରୁ କୈାଣସି ଆଧିକାରିକ ବୟାନ ସାମ୍ନାକୁ ଆସିନାହିଁ। ୧୨ମାର୍ଚ୍ଚରୁ ଭାରତ-ଇଂଗଣ୍ଡଙ୍କ ମଧ୍ୟରେ ପାଞ୍ଚଟି ମ୍ୟାଚର ଟି-୨୦ ସିରିଜ ଅହମ୍ମଦାବାଦରେ ପୁନନିର୍ମିତ ମୋଟେରା ଷ୍ଟାଡିୟମରେ ଖେଳାଯିବ, ଯାହା ବର୍ତ୍ତମାନ ନରେନ୍ଦ୍ର ମୋଦି ଷ୍ଟାଡିୟମ ନାମରେ ଜଣାଯାଉଛି।