କେନ୍ଦ୍ରୀୟ ଆଫ୍ରିକା କଙ୍ଗୋରେ ଏକ ନୂତନ ପର୍ବତ ଆବିଷ୍କୃତ ହୋଇଛି। ଯେଉଁଥିରେ 60 ରୁ 90 ପ୍ରତିଶତ ସୁନା ଉପସ୍ଥିତ ଥିବାର କୁହାଯାଉଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଯେତେବେଳେ ସ୍ଥାନୀୟ ଲୋକମାନେ ଏହି ପର୍ବତ ବିଷୟରେ ସୂଚନା ପାଇଲେ, ହଜାର ହଜାର ଗ୍ରାମବାସୀ ସୁନା ବାହାର କରିବାକୁ ଦୌଡ଼ି ଆସିଲେ।
କଙ୍ଗୋ ପର୍ବତରୁ ସୁନା ଖୋଳିବାର ଭିଡିଓ ସୋସିଆଲ ମିଡିଆରେ ଭାଇ-ରାଲ ହେବାରେ ଲାଗିଛି। ଟ୍ୱିଟରରେ(twitter) ସାମ୍ବାଦିକ ଅହମ୍ମଦ ଆଲଗୋହାବରୀ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଲେଖିଛନ୍ତି ଯେ କଙ୍ଗୋର ଗ୍ରାମବାସୀ ସୁନାରେ ପରିପୂର୍ଣ୍ଣ ଏକ ପର୍ବତ ପାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ସୁନାର ପର୍ବତ ପାଇବାର ଘଟଣା କଙ୍ଗୋର କିଭୁ ପ୍ରୋଭିନ୍ସରୁ ଆସିଛି।ଜଣେ ଅଧିକାରୀ କହିଛନ୍ତି ଯେ ଦ୍ରୁତ ଗତିରେ ଭିଡ଼ ହେବାରୁ କିଛି ସମୟ ପାଇଁ ଖଣି ନିଷେଧ କରାଯାଇଥିଲା।
କଙ୍ଗୋରେ ସୁନା ଖଣି ବହୁତ ସାଧାରଣ ଅଟେ । ଦେଶର ଅନେକ ସ୍ଥାନରେ ସୁନା ଉପସ୍ଥିତ ଅଛି। ଏଥି ସହିତ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଖଣି ଖନନକୁ ତୁରନ୍ତ ନି-ଷେଧ କରାଯାଇଥିଲା ଯାହା ଦ୍ବାରା ଖଣି ମାଲିକଙ୍କୁ ଚିହ୍ନଟ କରାଯାଇପାରିବ ଏବଂ ସେମାନେ କେବଳ ପଞ୍ଜୀକରଣ ପରେ ହିଁ ଖଣି ଖନନ କରିପାରିବେ।
A video from the Republic of the Congo documents the biggest surprise for some villagers in this country, as an entire mountain filled with gold was discovered!
They dig the soil inside the gold deposits and take them to their homes in order to wash the dirt& extract the gold. pic.twitter.com/i4UMq94cEh— Ahmad Algohbary (@AhmadAlgohbary) March 2, 2021
ରଏଟର୍ସ ରିପୋର୍ଟ ଅନୁଯାୟୀ, କଙ୍ଗୋରେ ସୁନା ଖୋଳିବାର ପ୍ରକୃତ ଆକଳନ ସଠିକ୍ ଭାବରେ ରିପୋର୍ଟ କରାଯାଇ ନାହିଁ। ମିଳିତ ଜାତିସଂଘର ବିଶେଷଜ୍ଞଙ୍କ ଅନୁସାରେ ଏକ ରିପୋର୍ଟରେ କୁହାଯାଇଛି ଯେ ପଡୋଶୀ ଦେଶ କଙ୍ଗୋର ସହାୟତାରେ ବିପୁଳ ପରିମାଣର ସୁନା ଚୋରା ଚାଲାଣ କରାଯାଉଛି।