10 ଲକ୍ଷ ଟଙ୍କା ମୂଲ୍ୟର ନୋଟ୍ ଜାରି କରିବାରେ ବିଶ୍ୱର ପ୍ରଥମ ଦେଶ ହେଲା ଭେନେଜୁଏଲା, ଏହାର ମୂଲ୍ୟ ଭାରତରେ ମାତ୍ର 36 ଟଙ୍କା

ଅର୍ଥନୈତିକ ସଙ୍କଟ ଏବଂ ଭୟ-ଙ୍କର ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା 10 ଲକ୍ଷ ବଲିଭରର ଏକ ନୂତନ ନୋଟ୍ ଜାରି କରିଛି । ଏହା ସହିତ ଭେନେଜୁଏଲା ଏପରି କରିବାରେ ପ୍ରଥମ ଦେଶ ହେଲା । ଏହାପୂର୍ବରୁ ଦୁନିଆର କୌଣସି ଦେଶ ଏତେ ବଡ ମୁଦ୍ରା ନୋଟ ଛାପି ନଥିଲେ । ଭେନେଜୁଏଲର ବର୍ତ୍ତମାନର ମୁଦ୍ରାସ୍ଫୀତି ଅନୁଯାୟୀ 10 ଲକ୍ଷ ବଲିଭାରର ମୂଲ୍ୟ ଆମେରିକୀୟ ଡଲାରର ଅଧା ଏବଂ ଭାରତୀୟ ମୁଦ୍ରାରେ 36 ଟଙ୍କା ହେବ । ଏହି ମୂଲ୍ୟରେ ତ ଭାରତର ଅଧା ଲିଟର ପେଟ୍ରୋଲ ମଧ୍ୟ ଆସିବ ନାହିଁ । ସେଠାରେ ଲୋକମାନେ ଅନାହାରରେ ମୃ-ତ୍ୟୁ ବରଣ କରିବାର ପରିସ୍ଥିତି ଉପୁଜିଛି । ଥରେ ଏହା ତେଲରେ ଭରପୂର ଥିଲା । ତେବେ ବର୍ତ୍ତମାନ ଲୋକମାନେ ବ୍ୟାଗ ଭରି ନୋଟ୍ ନେଇ ହାତରେ ଝୁଲୁଥିବା ପଲିଥିନରେ ଜିନିଷ ଆଣି ଘରକୁ ଆସୁଛନ୍ତି ।

ଜାରି କରାଯିବ 2 ଲକ୍ଷ ଏବଂ 5 ଲକ୍ଷ ମୂଲ୍ୟର ନୋଟ୍ :-

ଭେନେଜୁଏଲାର କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଦେଶର ଅର୍ଥନୀତିକୁ ଦୃଷ୍ଟିରେ ରଖି ଏତେ ବଡ ମୁଦ୍ରା ନୋଟ ଜାରି କରିବାକୁ ପଡିବ । ଆସନ୍ତା ସପ୍ତାହରେ ଦୁଇ ଲକ୍ଷ ବଲିଭର୍ ଏବଂ ପାଞ୍ଚ ଲକ୍ଷ ବଲିଭର ନୋଟ୍ ମଧ୍ୟ ଜାରି କରାଯିବ । ବର୍ତ୍ତମାନ ଭେନେଜୁଏଲାରେ 10 ହଜାର, 20 ହଜାର ଏବଂ 50 ହଜାର ବଲିଭର୍ ନୋଟ୍ ପ୍ରଚଳିତ ଅଛି । ଭେନେଜୁଏଲାରେ ଭାରତର 1 ଟଙ୍କାର ମୂଲ୍ୟ ହେଉଛି 25584.66 ବଲିଭର୍ ।

ଗତ ବର୍ଷ ଠାରୁ ନୋଟ୍ ପ୍ରିଣ୍ଟିଙ୍ଗ୍ କଳ୍ପନା କରାଯାଉଥିଲା :-

ଗତ ବର୍ଷ ବ୍ଲୁମବର୍ଗର ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଭେନେଜୁଏଲା ସରକାର ଖୁବ୍ ଶୀଘ୍ର 10 ଲକ୍ଷ ବଲିଭର୍ ର ଏକ ନୋଟ୍ ଛାପିବାକୁ ଯାଉଛନ୍ତି । ଏଥିପାଇଁ ଇଟାଲୀର ଏକ ଫାର୍ମରୁ 71 ଟନ୍ ସୁରକ୍ଷା କାଗଜ ଆମଦାନୀ ହୋଇଥିଲା । ଏହି ଫାର୍ମଟି ଇଟାଲୀର କମ୍ପାନୀ ବାଇନ୍ କ୍ୟାପିଟାଲର ମାଲିକାନା ଅଟେ, ଯାହା ବିଶ୍ୱର ଅନେକ ଦେଶକୁ ସୁରକ୍ଷା କାଗଜ ରପ୍ତାନି କରିଥାଏ । କଷ୍ଟମ ରିପୋର୍ଟରୁ ଜଣାପଡିଛି ଯେ ସୁରକ୍ଷା କାଗଜ ପାଇଁ ଅର୍ଡର କରାଯାଇଛି।

10 ଲକ୍ଷରେ ଆସିବ ଅଧା କିଲୋ ଚାଉଳ :-

ଭେନେଜୁଏଲାରେ, 10 ଲକ୍ଷ ବଲିଭର୍ ନୋଟ୍ ବର୍ତ୍ତମାନ ସର୍ବବୃହତ ନୋଟରେ ପରିଣତ ହୋଇଛି । ତଥାପି, ଏହାର ମୂଲ୍ୟ ଅଧା ଆମେରିକୀୟ ଡଲାର ଅଟେ । ଏହି ଟଙ୍କାରେ ଭାରତରେ କେବଳ ଦୁଇ କିଲୋଗ୍ରାମ ଆଳୁ କିମ୍ବା ଅଧା କିଲୋ ଚାଉଳ କିଣି ପାରିବେ । ସେଠାକାର ସରକାର ଲୋକମାନଙ୍କୁ ସୁଗମ କରିବା ପାଇଁ ବୃହତ ମୂଲ୍ୟର ନୋଟ ଛାପିବାକୁ ଯୋଜନା କରୁଛନ୍ତି, ଯାହା ଦ୍ୱାରା ସାଧାରଣ ଲୋକ ବିପୁଳ ପରିମାଣରେ ରାଶି ନେଇ ଯିବାରୁ ରକ୍ଷା ପାଇପାରିବେ ।

ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଦୁଇବେଳା ଖାଇବା ପାଇଁ ଟଙ୍କା ନାହିଁ :-

ଏଥି ସହିତ, ଯଦି ଆମେ ଭେନେଜୁଏଲାର ଅର୍ଥନୀତି ବିଷୟରେ ଆଲୋଚନା କରିବା, ତେବେ ପରିସ୍ଥିତି ବର୍ତ୍ତମାନ ହୋଇଗଲାଣି ଯେ ଦେଶକୁ ସୁନା ବିକ୍ରି କରି ସାମଗ୍ରୀ କିଣିବାକୁ ପଡୁଛି । ଭେନେଜୁଏଲାରେ ଲକ୍ଷ ଲକ୍ଷ ଲୋକ ଭୋକିଲା ଶୋଉଛନ୍ତି । କାରଣ ସେମାନଙ୍କ ପାଖରେ ଖାଇବାକୁ ଖାଦ୍ୟ ନାହିଁ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭେନେଜୁଏଲାରେ ପ୍ରାୟ 7,00,000 ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ ଦୁଇବେଳା ଖାଦ୍ୟ କିଣିବାକୁ ଟଙ୍କା ନାହିଁ । ୟୁନାଇଟେଡ୍ ନେସନ୍ ଫୁଡ୍ ପ୍ରୋଗ୍ରାମ୍ ଏଜେନ୍ସି ଫେବୃଆରୀରେ କହିଛି ଯେ ଭେନେଜୁଏଲାର ପ୍ରତି ତିନି ନାଗରିକଙ୍କ ମଧ୍ୟରୁ ଜଣଙ୍କ ପାଖରେ ଖାଇବାକୁ ଖାଦ୍ୟ ନାହିଁ । ବର୍ତମାନ ସମୟରେ କରୋନା ଯୋଗୁଁ ପରିସ୍ଥିତି ଅଧିକ ଖରାପ ହୋଇଯାଇଛି ।

ଦେଶ ଛାଡି ଦେଉଛନ୍ତି ଭେନେଜୁଏଲା ବାସୀ :-

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କୁହାଯାଉଛି ଯେ 2013 ପରେ ପ୍ରାୟ 30 ଲକ୍ଷ ଲୋକ ନିଜ ଦେଶ ଛାଡି ପଡୋଶୀ ଦେଶ ବ୍ରାଜିଲ, କାମ୍ବୋଡିଆ, ଇକ୍ୟୁଏଡର ଏବଂ ପେରୁରେ ଆଶ୍ରୟ ନେଇଛନ୍ତି । ପରିସ୍ଥିତି ଏପରି ଜଟିଳ ଯେ ଏହି ଦେଶଗୁଡ଼ିକ ଭେନେଜୁଏଲା ସୀମାରେ ନିଜର ସୈନ୍ୟ ମୁତୟନ କରିଛନ୍ତି । ବର୍ତ୍ତମାନ, ଏହା ହେଉଛି ବିଶ୍ଵର ଯେ କୌଣସି ଦେଶରେ ସବୁଠାରୁ ବଡ ବିସ୍ଥାପନ ।

ଭେନେଜୁଏଲାର ସମସ୍ୟାଗୁଡିକ କ’ଣ?

ଯଦି ଆମେ ଭେନେଜୁଏଲା ସମସ୍ୟା ବିଷୟରେ ଆଲୋଚନା କରିବା, ତେବେ ମୁଦ୍ରାର ମୂଲ୍ୟ, ବିଦ୍ୟୁତ୍ କାଟ ଏବଂ ମୌଳିକ ଆବଶ୍ୟକତା ମହଙ୍ଗା ହେବାକୁ ଯାଉଛି । ଭେନେଜୁଏଲାରେ ହାଇଡ୍ରୋ ପାୱାରର ବହୁ ବ୍ୟବହାର ରହିଛି । 2015 ରେ ମରୁଡ଼ି ଯୋଗୁଁ ବିଦ୍ୟୁତ୍ ଉତ୍ପାଦନ ଏଠାରେ ହ୍ରାସ ପାଇଛି । ବିଦ୍ୟୁତ୍ ସଙ୍କଟ ଏତେ ମାତ୍ରାରେ ବୃଦ୍ଧି ପାଇଥିଲା ଯେ ଏପ୍ରିଲ୍ 2016 ରେ ସରକାର ନିଷ୍ପତ୍ତି ନେଇଥିଲେ ଯେ ବର୍ତ୍ତମାନଠାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକ କେବଳ ସୋମବାର ଏବଂ ମଙ୍ଗଳବାର ଦିନ ଚାଲିବ । ଭେନେଜୁଏଲାରେ ମୁଦ୍ରାସ୍ଫୀତି 2,600 ପ୍ରତିଶତରୁ ଅଧିକ ଚାଲିଛି ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *