୪ ବିଲେଇଙ୍କୁ ବଞ୍ଚାଇବା ପାଇଁ ସମୁଦ୍ର ମଝିକୁ ଡେଇଁଲେ ସେନାର ଜବାନ, ଲୋକମାନେ କରିଲେ ବହୁ ମାତ୍ରାରେ ପ୍ରଶଂସା

ମଣିଷ ପଣିଆ ଠାରୁ ବଡ କୈାଣସି ଜିନିଷ ନାହିଁ। ଯଦି ଆପଣଙ୍କ ପାଖରେ ହୃଦୟ ଥାଏ ତାହାଲେ ଆପଣଙ୍କ ପାଖରେ ମଣିଷ ଏବଂ ଜୀବଜନ୍ତୁଙ୍କ ମଧ୍ୟରେ ପାର୍ଥକ୍ୟ କିଛି ରହିବ ନାହିଁ। ଏମିତି ଖବର ଦାଖଲ କରିଥିବା ଥାଇଲାଣ୍ଡ ସୈନିକଙ୍କର ଫଟୋ ସାମ୍ନାକୁ ଆସିଛି। ଏହି ଫଟୋ ଥାଇଲାଣ୍ଡର କୋହ ଅଡଙ୍ଗ ଆଇଲ୍ୟାଣ୍ଡ ପାଖରୁ ନିଆଯାଇଛି, ଯେଉଁଠାରେ ହଠାତ ସମୁଦ୍ର ମଧ୍ୟର ଏକ ଜାହାଜରେ ନିଆଁ ଲାଗିଯାଇଥିଲା। ଏହି ଜାହାଜରେ ଥିବା ସମସ୍ତ ଲୋକଙ୍କୁ ବଞ୍ଚା ଯାଇଥିଲା କିନ୍ତୁ ପରିଶେଷରେ ଦେଖା ଯାଇଥିଲା କି ଏହା ଉପରେ ବସିଥିବା ଚାରୋଟି ବିଲେଇ ବୁଡି ଯାଉଛନ୍ତି। ଏହାପରେ ସେନାର ଜବାନମାନେ ପାଣିରେ ବୁଡି ଏହି ବିଲେଇମାନଙ୍କର ଜୀବନ ବଞ୍ଚାଇଥିଲେ। ଲୋକମାନେ କରୁଛନ୍ତି ବହୁ ମାତ୍ରାରେ ପ୍ରଶଂସା..

ସୂଚନା ମୁତାବକ, ୩ମାର୍ଚ୍ଚରେ ଆଇଲ୍ୟାଣ୍ଡ ପାଖ ଏକ ଜାହାଜର ମଟରରେ ନିଆଁ ଲାଗି ଯାଇଥିଲା। ଏହାପରେ ଜାହାଜରେ ଉପସ୍ଥିତ ଆଠଜଣ ଲୋକଙ୍କୁ ବଞ୍ଚା ଯାଇଥିଲା। ଏହାପରେ ରେସ୍କ୍ୟୁ ଟିମ ସେଠାରୁ ଚାଲି ଯାଇଥିଲେ। କିନ୍ତୁ ହଠାତ ତାଙ୍କ ନଜର ଡଙ୍ଗାରେ ଥିବା ବିଲେଇଙ୍କ ଉପରେ ପଡ଼ିଥିଲା।

ଡିଫେନ୍ସ ଡିଭିଜନର ଅଫିସର Wichit pukdeelon ଯେତେବେଳେ ନିଜ କ୍ୟାମେରାକୁ ଜୁମ କରି ଦେଖିଲେ ତ ଜାଣି ପାରିଲେ କି ଜଳୁଥିବା ଜାହାଜରେ ଚାରୋଟି ବିଲେଇ ମଧ୍ୟ ଥିଲେ। ତାଙ୍କୁ ଏକୁଟିଆ ଛାଡି ଦିଆଯାଇଥିଲା। ପ୍ରଥମେ ତ ଅଫିସରଙ୍କ ନଜର ଦୁଇଟି ବିଲେଇଙ୍କ ଉପରକୁ ଯାଇଥିଲା କିନ୍ତୁ ପୁଣି ପାଖରୁ ଦେଖିବା ପରେ ତାଙ୍କୁ ୪ଟି ନଜର ଆସିଥିଲା।

ଥାଇଲ୍ୟାଣ୍ଡର Koh Adang ଆଇଲ୍ୟାଣ୍ଡ ପାଖର ଏହି ଜାହାଜରେ ନିଆଁ ଲାଗିଯାଇଥିଲା। ଏଥିରେ ଉପସ୍ଥିତ ୮ଜଣ କ୍ରୁ ମେମ୍ବରଙ୍କୁ ବାହାର କରି ନିଆଯାଇଥିଲା। ଯେତେବେଳେ ଥାଇ ସେନା ଜାହାଜରୁ ହେଉଥିବା ତେଲ ଲିକେଜର ତଦନ୍ତ କରିଥିଲେ ସେତେବେଳେ ଏହି ବିଲେଇମାନଙ୍କୁ ଦେଖିଥିଲେ।

ରୟାଲ ଥାଇ ନେଭିର ୨୫ ବର୍ଷର Thatsaphon Saii ନିଜ ବୋଟରୁ ଡିଆଁ ମାରି ୫୦ଫୁଟ ଦୂରରେ ଜଳୁଥିବା ନୌକାରୁ ଏ‌ହି ଚାରୋଟି ବିଲେଇଙ୍କୁ ବାହାର କରିଥିଲେ। ଯେତେବେଳେ ତାଙ୍କୁ ବଞ୍ଚା ଯାଇଥିଲା ସେହି ସମୟରେ ନୌକା ଧୁ ଧୁ ହୋଇ ଜଳୁଥିଲା।

Thatsaphon Saii ନିଜ ଜୀବନ ଜ୍ୟାକେଟକୁ ପିନ୍ଧି ନେଇଥିଲେ। ସେ ନିଜ କାନ୍ଧ ଉପରେ ଚାରୋଟି ବିଲେଇଙ୍କୁ ରଖିଥିଲେ ଏବଂ ପୁଣି ପହଁରି ପହଁରି ନିଜ ବୋଟ ପାଖକୁ ଫେରି ଆସିଥିଲେ।

ସମୁଦ୍ର ମଝିରେ ଉବୁଟୁବୁ ହେଉଥିବା ଜାହାଜ କେବେବି ବୁଡିଯାଇ ପାରେ ଏବଂ ରେସ୍କ୍ୟୁ ଟିମକୁ ବହୁତ ଶୀଘ୍ର କାର୍ଯ୍ୟ ଗ୍ରହଣ କରିବାର ଥିଲା। ଏହି କାରଣରୁ Thatsaphon Saii ତୁରନ୍ତ ପାଣିରେ ବୁଡି ଯାଇଥିଲେ।

ବିଲେଇ ମାନଙ୍କୁ ଉଦ୍ଧାର କରିବା କାରଣରୁ ଲୋକମାନେ Thatsaphon Saiiଙ୍କର ବହୁତ ପ୍ରଶଂସା କରୁଛନ୍ତି। ଏହି ରେସ୍କ୍ୟୁ ଅପରେସନର ଫଟୋ ଭାଇ-ରାଲ ହେଉଛି। ବିଲେଇ ମାନଙ୍କ ଜୀବନ ବଞ୍ଚାଇବା ପାଇଁ ସମୁଦ୍ରକୁ ଡିଆଁ ମାରିଥିବା ସୈନିକଙ୍କ ମଣିଷପଣିଆକୁ ଲୋକମାନେ ପ୍ରଶଂସା କରୁଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *