ପେଟ୍ରୋଲିୟମ ସଚିବ ତରୁଣ କପୁର ରବିବାର ଦିନ କହିଛନ୍ତି ଯେ, ଆସନ୍ତା ୨ ବର୍ଷ ମଧ୍ୟରେ ୧ କୋଟିରୁ ଅଧିକ ଅଭାବୀ ଲୋକଙ୍କୁ କେନ୍ଦ୍ର ସରକାର ଏଲପିଜି ଗ୍ୟାସ ଯୋଗାଇ ଦେବେ। ରନ୍ଧନ ଗ୍ୟାସର ବ୍ୟବହାରକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା ପ୍ରସ୍ତୁତ କରିଛନ୍ତି।
ଉଜ୍ଜ୍ଵଲା ଯୋଜନା ଅଧୀନରେ ମାଗଣା ଗ୍ୟାସ ଯୋଗାଇ ଦିଆଯିବ। ଆପଣଙ୍କୁ କହିରଖୁଛୁ ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରୁଥିବାବେଳେ ଉଜ୍ଜ୍ଵଲା ଯୋଜନା ଅଧୀନରେ ୧ କୋଟି ଲୋକଙ୍କୁ ମାଗଣା ଏଲପିଜି ଗ୍ୟାସ ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି।
ସରକାର ଦିଅନ୍ତି ୧୬୦୦ ଟଙ୍କା:-
ଦାରିଦ୍ର୍ୟ ରେଖା ତଳେ (ବିପିଏଲ୍) ନିଜ ଜୀବନ ବିତାଉଥିବା ଲୋକଙ୍କୁ ପ୍ରଧାନ ମନ୍ତ୍ର ଉଜ୍ଜ୍ଵଲା ଯୋଜନା ଅଧୀନରେ ଘରୋଇ ଏଲପିଜି ଯୋଗାଇ ଦିଆଯାଇଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ବହୁ ସଂଖ୍ୟକ ମହିଳା ଏହି ଯୋଜନାର ସୁଯୋଗ ନେଇଛନ୍ତି। ଉଜ୍ଜ୍ଵଲା ଯୋଜନା ଅଧୀନରେ ସରକାର ପ୍ରତ୍ୟେକ ବିପିଏଲ ପରିବାରକୁ ୧୬୦୦ ଟଙ୍କା ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି।
ଏଲପିଜି ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଲା ୨୯ କୋଟିକୁ:-
ପେଟ୍ରୋଲିୟମ ସଚିବ ତରୁଣ କପୁର କହିଛନ୍ତି ଯେ, ମାତ୍ର ୪ ବର୍ଷ ମଧ୍ୟରେ ଗରିବ ମହିଳାଙ୍କ ଘରେ ରେକର୍ଡ ହୋଇଛି ୮ କୋଟି ମାଗଣା ଏଲପିଜି ଯୋଗାଇ ଦେବାର। ଏହା ସହିତ ଦେଶରେ ଏଲପିଜି ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୨୯ କୋଟିକୁ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ, “ଗ୍ରାମାଞ୍ଚଳରେ ପ୍ରଦୂଷଣ ସମସ୍ୟାରୁ ମୁକ୍ତି ତଥା ମହିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଏହାକୁ ଧ୍ୟାନରେ ରଖି ମାଗଣା ଏଲପିଜି ସଂଯୋଗର ସୁବିଧା ବୃଦ୍ଧି କରାଯାଉଛି”।
ଆପଣ କିପରି ଲାଭ ଉଠାଇବେ:-
ଉଜ୍ଜ୍ଵଲା ଯୋଜନା ଅନୁଯାୟୀ, ବିପିଏଲ ପରିବାରର ଯେକୌଣସି ମହିଳା ଗ୍ୟାସ ସଂଯୋଗ ପାଇବାକୁ ଆବେଦନ କରିପାରିବେ। ଏଥିପାଇଁ, KYC ଫର୍ମ ପୂରଣ କରିବା ଏବଂ ଏହାକୁ ନିକଟତମ ଏଲପିଜି କେନ୍ଦ୍ରରେ ଦାଖଲ କରିବାକୁ ପଡ଼ିବ। ଆବେଦନ କରିବାବେଳେ, ୧୪.୨ କିଲୋଗ୍ରାମ କିମ୍ବା ୫ କିଲୋଗ୍ରାମର ସିଲିଣ୍ଡର ଆବଶ୍ୟକ କି ନାହିଁ ତାହା ଜଣାଇବାକୁ ପଡ଼ିବ।
ଉଜ୍ଜ୍ଵଲା ଯୋଜନାର ଫର୍ମ ମଧ୍ୟ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଲା ଯୋଜନା ୱେବସାଇଟରୁ ଡାଉନଲୋଡ୍ କରାଯାଇପାରିବ। ଏହି ଯୋଜନାର ଲାଭ ଉଠାଇବା ପାଇଁ ବିପିଏଲ କାର୍ଡ, ରେସନ କାର୍ଡ, ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ପାସପୋର୍ଟ ସାଇଜ୍ ଫଟୋ, ବ୍ୟାଙ୍କ ଷ୍ଟେଟମେଣ୍ଟ ଭଳି ଦଲିଲ ଆବଶ୍ୟକ। ଯାହା ଫଳରେ ଆପଣ ଏହାର ଫାଇଦା ଉଠାଇପାରିବେ।