ହ-ତ୍ୟା ମାମ-ଲାରେ ପୋ-ଲିସ କୁକୁଡ଼ାକୁ ପୋ-ଲିସ ଷ୍ଟେସନକୁ ଆଣିଥିଲା, ଏବେ କୋ-ର୍ଟରେ ହାଜର ହେବ କୁକୁଡ଼ା

ଏହି ମାମଲା ତେଲେଙ୍ଗାନା ରାଜ୍ୟର ଜଗତିଆଲ ଜିଲ୍ଲା ସହ ଜଡ଼ିତ। ଯେଉଁଠାରେ ସୋମବାର ଦିନ ଜେଲ୍ଲମ୍ମା ମନ୍ଦିରରେ କୁକୁଡ଼ା ଯୁଦ୍ଧର ଖେଳ ଚାଲିଥିଲା। ଏହି ସମୟରେ, ଗୋଟିଏ କୁକୁଡ଼ା ୪୫ ବର୍ଷିୟ ଟି. ସତୀଶଙ୍କ ଉପରେ ଆ-କ୍ରମଣ କରିଥିଲା, ଯାହା ଫଳରେ ତାଙ୍କର ମୃ-ତ୍ୟୁ ଘଟିଥିଲା।

କୁକୁଡ଼ା ଯୁଦ୍ଧ ହେଉଥିଲା ମନ୍ଦିରରେ:-

ତେଲେଙ୍ଗାନାରେ ଏକ ବିଚିତ୍ର ଘ-ଟଣା ଘଟିଛି ଯେଉଁଠାରେ ମୃ-ତ୍ୟୁ ଘଟ-ଣାରେ ପୋ-ଲିସ ଏକ କୁକୁଡ଼ାକୁ ଆଣିଛି। ଏହି ମା-ମଲା ତେଲେଙ୍ଗାନାର ଜଗତିଆଲ ଜିଲ୍ଲାର ଅଟେ। ଯେଉଁଠାରେ ସୋମବାର ଦିନ ଜେଲ୍ଲମ୍ମା ମନ୍ଦିରରେ କୁକୁଡ଼ା ଯୁଦ୍ଧର ଖେଳ ଚାଲିଥିଲା। ଏହି ସମୟ ମଧ୍ୟରେ ଗୋଟିଏ କୁକୁଡ଼ା ୪୫ ବର୍ଷିୟ ଟି. ସତୀଶଙ୍କ ଉପରେ ଆକ୍ର-ମଣ କରିଥିଲା। ଯେଉଁଥିପାଇଁ ସେ ମୃ-ତ୍ୟୁ ବରଣ କରିଥିଲେ।

ସତୀଶଙ୍କୁ ନିଆଗଲା ହସ୍ପିଟାଲ:-

କୁକୁଡ଼ାର ପାଦରେ ଏକ ଛୁରୀ ବନ୍ଧା ହୋଇଥିଲା। ଯାହା ହଠାତ୍ ଥାନୁଗୁଲ୍ଲା ସତୀଶଙ୍କ ଉସାନ୍ଧୀ (ପେଟ ଏବଂ ଜଙ୍ଘ ମଧ୍ୟରେ ଥିବା ଅଂଶ) କୁ ଆଘାତ କରିଥିଲା। ୨୨ ଫେବୃଆରୀରେ ଲୋଥୁନୁର ଗ୍ରାମରେ ଏହି ଘଟଣା ଘଟିଥିଲା। ଯେତେବେଳେ ବେଆଇନ କୁକୁଡ଼ା ଲଢ଼େଇ ପାଇଁ ଅନ୍ୟ କୁକୁଡ଼ାକୁ ଅଣାଯାଇଥିଲା। ଛୁରୀ ଗୋଡରେ ବନ୍ଧା ହୋଇଥିବାରୁ କୁକୁଡ଼ା ଛଟପଟ ଆରମ୍ଭ କଲା। ଏହି ସମୟରେ, ୪୫ ବର୍ଷିୟ ସତୀଶଙ୍କ ଜଙ୍ଘର ଉପର ଅଂଶକୁ କୁକୁଡ଼ା ପାଦରେ ବନ୍ଧା ହୋଇଥିବା କୋଡି ସାଡଲ (ଛୁରୀ) ଦ୍ୱାରା କଟିଯାଇଥିଲା। ଏହା ପରେ ସତୀଶଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ସତୀଶଙ୍କୁ ସେଠାରେ ମୃତ ଘୋଷଣା କରାଯାଇଥିଲା।

ପୋଲିସ ରଖିଛି କୁକୁଡ଼ାକୁ:-

ତେଲେଙ୍ଗାନାରେ କୁକୁଡ଼ା ଯୁଦ୍ଧ ନିଷେଧ। କିନ୍ତୁ ଏହାକୁ ବେଆଇନ ଭାବେ ଜେଲ୍ଲମ୍ମା ମନ୍ଦିରରେ କରାଯାଉ ଥିଲା। ଘଟଣାର ତଦନ୍ତ ପରେ ପୋଲିସ କୁକୁଡ଼ାକୁ ଗୋଲ୍ଲାପଲ୍ଲି ପୋଲିସ ଷ୍ଟେସନକୁ ଆଣିଛି। ଯେଉଁଠାରେ ତାକୁ ପୋଲିସ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। କୁକୁଡ଼ା ପାଇଁ ପୋଲିସ ଖାଦ୍ୟ ଏବଂ ପାଣି ମଧ୍ୟ ଯୋଗାଇ ଦେଇଛି।

ବି. ଜୀବନ କଲେ ସ୍ପଷ୍ଟ:-

ଖବର ପାଇ ପୋଲିସ କୁକୁଡ଼ାକୁ ଗିରଫ କରିଥିଲା। କିନ୍ତୁ ପୋଲିସ ଏହାକୁ ଅସ୍ୱୀକାର କରିଛି। ଗୋଲ୍ଲାପଲ୍ଲିର ଏସଏଚଓ ବି. ଜୀବନ ସ୍ପଷ୍ଟ କରିଛନ୍ତି ଯେ, କୁକୁଡ଼ାକୁ ଗିରଫ କରାଯାଇ ନାହିଁ କିମ୍ବା ବନ୍ଦ କରାଯାଇ ନାହିଁ। ତେବେ ପୋଲିସ କୁକୁଡ଼ାକୁ କୋର୍ଟ ସମ୍ମୁଖରେ ଉପସ୍ଥାପନ କରିବ। ବିଚାରପତିଙ୍କ ନିର୍ଦ୍ଦେଶ ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *