ବର୍ତମାନ ମୁମ୍ବାଇର ଜଣେ ଅଟୋ ଡ୍ରାଇଭର (Mumbai auto driver)ଙ୍କର ହୃଦୟକୁ ଛୁଇଁ ଯିବା ଭଳି କାହାଣୀ ସୋସିଆଲ ମିଡିଆରେ ବହୁତ ଭାଇ-ରାଲ ହୋଇଥିଲା। ଆର୍ଥିକ ସଙ୍କଟ କାରଣରୁ ୭୪ବର୍ଷୀୟ ଦେଶରାଜ ନାତୁଣୀଙ୍କୁ ପଢ଼ାଇବା ପାଇଁ ନିଜ ଘର ମଧ୍ୟ ବିକ୍ରି କରି ଦେଇଥିଲେ।
ବର୍ତମାନ ମୁମ୍ବାଇର ଜଣେ ଅଟୋ ଡ୍ରାଇଭର (Mumbai auto driver)ଙ୍କର ହୃଦୟକୁ ଛୁଇଁ ଯିବା ଭଳି କାହାଣୀ ସୋସିଆଲ ମିଡ଼ିଆରେ ବହୁତ ଭାଇ-ରାଲ ହୋଇଥିଲା। ଆର୍ଥିକ ସଙ୍କଟ କାରଣରୁ ୭୪ବର୍ଷୀୟ ଦେଶରାଜ ନାତୁଣୀଙ୍କୁ ପଢ଼ାଇବା ପାଇଁ ନିଜ ଘର ମଧ୍ୟ ବିକ୍ରି କରି ଦେଇଥିଲେ। ପୁଅର ମୃ-ତ୍ୟୁ ପରେ ତାଙ୍କ ଛୁଆ ଏବଂ ସ୍ତ୍ରୀର ଦାୟିତ୍ଵ ସମ୍ଭାଳୁଥିବା ବୃଦ୍ଧ ଦେବରାଜ ବହୁତ ପରିଶ୍ରମ କରୁଛନ୍ତି। ହ୍ୟୁମାନ୍ସ ଅଫ ବମ୍ବେ ନାମକ ଏକ ଫେସବୁକ ପେଜରେ ତାଙ୍କର ଏହି ହୃଦୟକୁ ଦୋହଲାଇ ଦେବାଭଳି ଷ୍ଟୋରୀକୁ ଶେୟାର କରାଯାଇଛି ଏବଂ ଲୋକମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।
ଏହି ପଦକ୍ଷେପ ମାଧ୍ୟମରେ ୨୦ଲକ୍ଷ ଟଙ୍କା ଏକତ୍ର କରିବାର ଲକ୍ଷ୍ୟ ଥିଲା, କିନ୍ତୁ ଏହି ରାଶି ଏହାଠାରୁ ବହୁତ ଅଧିକ ଏକତ୍ର ହୋଇପାରିଛି। ଏହି ପଦକ୍ଷେପ ମାଧ୍ୟମରେ ବର୍ତ୍ତମାନ ୨୪ଲକ୍ଷ ଟଙ୍କା ଏକତ୍ର କରାଯାଇ ସାରିଛି ଏବଂ ଚେକଟି ଅଟୋ ଡ୍ରାଇଭରଙ୍କୁ ହସ୍ତାନ୍ତର କରି ଦିଆଯାଇ ସାରିଛି।
View this post on Instagram
ହ୍ୟୁମାନ ଅଫ ବମ୍ବେ’ ଅଟୋରିକ୍ସା ଚାଳକ ଦେଶରାଜଙ୍କ କାହାଣୀ ଶେୟାର କରିବା ସମୟରେ ଲେଖିଛନ୍ତି କି, ୬ବର୍ଷ ପୂର୍ବରୁ ମୋ ବଡ଼ ପୁଅ ଘରୁ ନିଖୋଜ ହୋଇ ଯାଇଥିଲା। ସେ କାମପାଇଁ ଘରୁ ବାହାରିଥିଲା ଏବଂ କେବେବି ଆଉଥରେ ଫେରି ଆସିନଥିଲା। ତାଙ୍କ ପୁଅର ଶବ ଏକ ସପ୍ତାହ ପରେ ମିଳିଥିଲା। ମୁମ୍ବାଇର ଖାର ପାଖରେ ଅଟୋ ଚଲାଉଥିବା ଦେଶରାଜଙ୍କ ୪୦ବର୍ଷୀୟ ପୁଅଙ୍କର ମୃ-ତ୍ୟୁ ହୋଇ ଯାଇଥିଲା, କିନ୍ତୁ ତାଙ୍କ ବୃଦ୍ଧ ବାପାଙ୍କୁ ତାଙ୍କ ପାଇଁ ଶୋକ କରିବାକୁ ସମୟ ମଧ୍ୟ ମିଳିନଥିଲା।
ଦେଶରାଜ କହିଛନ୍ତି କି, ଯେତେବେଳେ ମୋ ନାତୁଣୀ ୧୨ନମ୍ବର ଶ୍ରେଣୀର ବୋର୍ଡ ପରୀକ୍ଷାରେ ୮୦ ଶତକଡା ହାସଲ କରିଥିଲା ତ ପୂରା ଦିନ, ମୁଁ ଖୁସି ମନାଇବା ପାଇଁ ଗ୍ରାହକଙ୍କୁ ମାଗଣାରେ ଯାତ୍ରା କରାଇଥିଲି। ଏହାପରେ ଯେତେବେଳେ ତାଙ୍କ ନାତୁଣୀ କହିଥିଲେ, କି ସେ ବି.ଏଡ କୋର୍ସ ପାଇଁ ଦିଲ୍ଲୀ ଯିବାକୁ ଚାହୁଁଛନ୍ତି ତ ଦେଶରାଜଙ୍କ ସାମ୍ନାରେ ଆଉଥରେ ପୁଣି ବଡ଼ ସମସ୍ୟା ଛିଡ଼ା ହୋଇ ଯାଇଥିଲା। ଦେଶରାଜ ଜାଣିଥିଲେ କି ସେ ଏତେ ଟଙ୍କା ଏକତ୍ରିତ କରି ପାରିବେ ନାହିଁ। କିନ୍ତୁ, ସେ ହାର ମାନିନଥିଲେ ଏବଂ ସେ ନିଜ ଘରକୁ ବିକ୍ରି କରି ଦେଇଥିଲେ ଏବଂ ନାତୁଣୀର ଦିଲ୍ଲୀ ସ୍କୁଲରେ ଦାଖଲ କରି ଦେଇଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।