ଏବେ ଭଡ଼ାଟିଆ ମାନେ ନିଜ ଆଧାର କାର୍ଡରେ ପରିଚୟ ବଦଳାଇ ପାରିବେ। ଜାଣନ୍ତୁ କିପରି କରିବେ

ଭଡ଼ାଟିଆମାନଙ୍କ(UIDAI) ପାଇଁ ୨ଟି ଉପାୟ ରହିଛି ଯାହାଦ୍ୱାରା ସେମାନେ ନିଜର ପରିଚୟ ବଦଳାଇ ପାରିବେ। ପ୍ରଥମ ଉପାୟଟି ଅନଲାଇନ ମାଧ୍ୟମରେ ଓ ୨ୟଟି ଅଫଲାଇନ ମାଧ୍ୟମରେ ଜଣାଇ ଦିଆଯାଇଛି।

UIDAI କଲା ସହଜ ଉପାୟ:-

କୌଣସି ବ୍ୟକ୍ତି ଯେତେବେଳେ ବାହାର ସହରରେ ଭଡ଼ାଘର ନେଇଥାଏ, ସେତେବେଳେ ତାର ପରିଚୟ ଦେବାରେ ଅନେକ ସମସ୍ୟା ସାମ୍ନାକୁ ଆସିଥାଏ। ସେ ନିଜର ଆଧାରକାର୍ଡ ବ୍ୟବହାରରେ ଅନେକ ବାଧା ଉତ୍ପନ୍ନ ହୁଏ। ତେଣୁ ସହଜରେ ଭଡ଼ାନେବା ପାଇଁ Unique Identification Authority of India (UIDAI) ଆଣିଛି ଏକ ଅନଲାଇନ ଓ ଅଫଲାଇନ ଉପାୟ। ସେହି ଉପାୟ ମାଧ୍ୟମରେ ଆପଣ ନିଜର ଆଧାରକାର୍ଡରେ ପରିଚୟ ବଦଳାଇପାରିବେ। କିପରି ବ୍ୟବହାର କରିବେ, ଜାଣିଲେ ଆପଣଙ୍କୁ ଅନେକ ସୁବିଧା ହେବ।

୧. ଆଡ୍ରେସ ଅପଡେଟ ପାଇଁ ଆପଣଙ୍କୁ ରେଣ୍ଟ ଏଗ୍ରିମେଣ୍ଟକୁ ସ୍କାନ କରି ତା’କୁ ପିଡିଏଫ ମାଧ୍ୟମରେ ସେଭ କରନ୍ତୁ। ଏହାପରେ ଆଧାରର ୱେବସାଇଟକୁ ଯାଇ ସେଥିରେ ଏହି ଫାଇଲକୁ ଅପଲୋଡ଼ କରବାକୁ ପଡ଼ିବ। କିପରି ଅପଡେଟ କରିବେ ଆସନ୍ତୁ ଜାଣିବା।

=◆ ପ୍ରଥମେ ଆପଣ UIDAI ଅଧିକାରୀ ସାଇଟ https://uidai.gov.in/ କୁ ଯାଆନ୍ତୁ। ପରେ ହୋମ ପେଜକୁ ଯାଇ my Adhar ଟ୍ୟାବରେ କ୍ଲିକ କରନ୍ତୁ।

=◆ ଆଡ୍ରେସ ଅପଡେଟ ରିକ୍ୱେଷ୍ଟରେ ଟ୍ୟାବ ଉପରେ କ୍ଲିକ କରନ୍ତୁ। ଏକ ନୂଆ ପେଜ ଖୋଲିବ। ଏହି ପେଜର ଅପଡେଟ ଆଡ୍ରେସ ଟ୍ୟାବରେ କ୍ଲିକ କରନ୍ତୁ।

=◆ ନିଜର ଆଧାରକାର୍ଡର ଡିଟେଲସ ଭରି ଲଗ ଇନ କରନ୍ତୁ। ପରେ ରେଜିଷ୍ଟର ଫୋନରେ ଓଟିପି ଆସିବ। ଦିଆଯାଇଥିବା ଧାଡିରେ ଲେଖି ପୋର୍ଟାଲକୁ ଯାଆନ୍ତୁ।

=◆ ଏଠାରେ ଆପଣ ରେଜିଷ୍ଟର ଏଗ୍ରିମେଣ୍ଟ ଅପଲୋଡ଼ କରିଲେ ଆପଣଙ୍କୁ ଏକ ରେଫରେନ୍ସ ନମ୍ବର ମିଳିବ।

=◆ ରେଫରେନ୍ସ ନମ୍ବରକୁ ନେଇ ଆଧାର ସେଣ୍ଟରକୁ ଯାଆନ୍ତୁ, ଏବଂ ସେଠାରେ ନିଜର ସ୍ଟେଟ୍ସ କୁହନ୍ତୁ। ଏହାପରେ ଆପଣଙ୍କୁ ନୂଆ ଆଧାର ସେହି ଆଡ୍ରେସରେ ପଠାଇଦିଆଯିବ।

ଅନଲାଇନ କିମ୍ବା ଅଫଲାଇନରେ ପରିଚୟ ବଦଳାଇଲେ ଏହି କଥାଗୁଡ଼ିକୁ ମନେ ରଖିବେ:-

୧. ଆପଣଙ୍କ ରେଣ୍ଟ ଏଗ୍ରିମେଣ୍ଟ ରେଜିଷ୍ଟର ହେବା ଦରକାର। ଯଦି ରେଜିଷ୍ଟର ହୋଇନଥିବ, ତେବେ UIDAI ସେହି ରେଜିଷ୍ଟରକୁ ବାରଣ କରିଦେବ।

୨. ଆପଣଙ୍କୁ ସୁନିଶ୍ଚିତ କରିବାକୁ ପଡ଼ିବ ରେଣ୍ଟ ଏଗ୍ରିମେଣ୍ଟ ଆପଣନଙ୍କ ନାମରେ ହେବା ଦରକାର। ଯାହାର ଆଧାର କାର୍ଡ ତାହା ନାମରେ ରେଜିଷ୍ଟର ହେବ। ନାହିଁକି ତାର ଜୀବନସାଥୀ, ମାତା, ପିତା ତଥା ପିଲାଙ୍କ ନାମରେ ରେଜିଷ୍ଟର ହେଇପାରିବ।

୩. ଆପଣଙ୍କୁ ନିଜର ରେଣ୍ଟ ଏଗ୍ରିମେଣ୍ଟକୁ ସ୍କାନ କରି PDF ଫାଇଲ ବନାନ୍ତୁ। ଯଦି ପିଡିଏଫ ନ ବନେଇଲେ ତେବେ ଆପଣଙ୍କର ରେଜିଷ୍ଟର ହୋଇପାରିବ ନାହିଁ।

ଅଫଲାଇନରେ ଅପଡେଟ କରିବେ କିପରି ଜାଣନ୍ତୁ:-

ଅଫଲାଇନରେ ଅପଡେଟ କରିବାପାଇଁ ଆପଣଙ୍କୁ ଏକ ଅପଡେଶନ ଫର୍ମ ଭରିବାକୁ ପଡ଼ିବ। ପରେ ସେଥିରେ ଜରୁରୀ ଡିଟେଲସ ଭରି ଆଡ୍ରେସ ଅପଡେଟ କରନ୍ତୁ। ସେଥିରେ ଆପଣଙ୍କୁ ଆଧାରକାର୍ଡର ଫୋଟୋକପି, ପ୍ୟାନକାର୍ଡ, ରେଣ୍ଟ ଏଗ୍ରିମେଣ୍ଟ, ଭୋଟର ଆଇଡି କାର୍ଡ କିମ୍ବା ପାସପୋର୍ଟର ଫୋଟୋକପି ଦେବା ଦରକାର। ଅପଡେଟ କରିବା ପାଇଁ ଆପଣଙ୍କୁ ୫୦ ଟଙ୍କା ଫୀ ଦେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *