କୌଣସି କୁକୁର ଯିଏ ଖାଦ୍ୟ ନ ଖାଇ ବାନ୍ତି, ଝାଡ଼ା କଲା। ତା’କୁ ତୁରନ୍ତ ଇଂଜେକସନ ଦେବା ଦରକାର।
କୁକୁର ଦେଉଛନ୍ତି ପ୍ରାଣ:-
ଗତ ୩ଦିନ ହେଲା ପଶ୍ଚିମବଙ୍ଗର ବିଷ୍ଣୁପୁରରେ ୨୫୦ରୁ ଅଧିକ କୁକୁର ମରିଗଲେଣି। ସେମାନଙ୍କ ମଧ୍ୟରୁ ଅନେକ କୁକୁର ଛୋଟ ବୋଲି ଜଣାପଡ଼ିଛି। ସେଠାରେ କାନାଇନ ପାରଭୋ ନାମକ ଭାଇରସ କୁକୁର ମାନଙ୍କଠାରେ ଦେଖିବାକୁ ମିଳିଛି।
ଲୋକମାନେ ଦେଇନାହାନ୍ତି ଟୀକା:-
କୋଲକାତାରେ କରୋନା ସମସ୍ୟା ଦୂର ହୋଇନି, ଆଉ ଏକ ମହାମାରୀ ଚାଲି ଆସିଛି। ଯାହା କୁକୁରମାନଙ୍କ ପାଖରେ ଦେଖିବାକୁ ମିଳିଛି। ଏହା ଅତି ଶୀଘ୍ର ଗୋଟେ କୁକୁର ପାଖରୁ ଅନ୍ୟ କୁକୁରକୁ ହୋଇଯାଉଛି। ଏହାର କାରଣ ଲୋକମାନେ ପାଳିଥିବା କୁକୁରକୁ ଟୀକା ନଦେବାର ଫଳ। ତେଣୁ କୁକୁରମାନେ ଅଧିକରୁ ଅଧିକ ମରିଯାଉଛନ୍ତି।
ଡ. ସୁଭାଷ ସରକାର କଣ କହିଲେ:-
ଏହି କାନାଇନ ପାରଭୋ ଯେତେବେଳେ କୋଲକାତାରେ ପଶିଲା ସେତେବେଳେ ଏହାର ଟୀକା ବାହାରି ନଥିଲା। କିନ୍ତୁ ଏବେ ତା’ ପାଇଁ ଟୀକା ବାହାରି ସାରିଛି ବୋଲି ଡ. ସୁଭାଷ କହିଛନ୍ତି। ସେ ଆହୁରି ମଧ୍ୟ କହୁଛନ୍ତି ଯେ, ଯେତେ ଶୀଘ୍ର ହେବ କୁକୁରମାନଙ୍କୁ ଟୀକା ଦିଆଯାଉ। ଫଳରେ ସେମାନେ ବଞ୍ଚିଯିବେ ଓ ଭାଇରସ ଆଉ ବ୍ୟାପୀବ ନାହିଁ