ଘଟଣା ଆମେରିକା (America)ର ଅଟେ। ଏଠାର ଡେନବର ଅନ୍ତଃରାଷ୍ଟ୍ରୀୟ ହବାଇ ଅଡ୍ଡେ (Denver International Airport)ରୁ ଶନିବାର ଦିନ ଡେରି ରାତିରେ ୟୁନାଇଟେଡ଼ ଏୟାରଲାଇନ୍ସ (United Airlines)ର ଗୋଟିଏ ବିମାନ ସୁରକ୍ଷିତରେ ଲ୍ୟାଣ୍ଡ ହୋଇଥିଲା। କିନ୍ତୁ ଲ୍ୟାଣ୍ଡିଙ୍ଗ ପୂର୍ବରୁ ଯାହା ହୋଇଥିଲା ତାକୁ ଦେଖି ଯେ କେହିବି ଡରି ଯାଇଥିଲେ। ଏହା ହୋଇଥିଲା କି ଆକାଶରେ ହିଁ ବିମାନର ଡାହାଣ ଇଞ୍ଜିନ ଖରାପ ହୋଇଗଲା। ଏହାଦ୍ଵାରା ଭୟଙ୍କର ନିଆଁ ଲାଗିଯାଇଥିଲା।
ପ୍ରଥମେ ନିଆଁର ଭିଡିଓ ତ ଦେଖନ୍ତୁ
video from on-board United #UA328 which suffered an engine failure after take-off from #Denver en-route to #Honolulu they landed safely 👍
Video by : @michaelagiulia pic.twitter.com/0Mt72W1KGs— Aviationdaily✈️الطيران يوميآ (@Aviationdailyy) February 21, 2021
ଏହି ଭିଡିଓ ଟୁଇଟରରେ ବହୁତ ଶେୟାର ହେଉଛି। ବିମାନର ଟୁକୁଡା ଯାତ୍ରା ସମୟରେ ଆକାଶରୁ ତଳକୁ ଆସୁଥିବାର ଦେଖା ଯାଉଛି। ଏହାକୁ ଦେଖି ଏହି ଭୟ ଲାଗୁଛି କି ପ୍ଲେନରେ ନିଆଁ ଲାଗି ନଯାଉ। ଏମିତି ସମୟରେ ଦୁର୍ଘ-ଟଣା ହେବାର ଆଶଙ୍କା ରହିଥାଏ।
ପାଇଲଟ ବଞ୍ଚାଇଥିଲେ ସମସ୍ତଙ୍କ ଜୀବନ
Getting reports that a plane flying over @broomfield had engine trouble and dropped debris in several neighborhoods around 1:08 pm. No injuries reported at this time. Plane did not land in Broomfield. Media staging area TBD. pic.twitter.com/Oc02vUWFdn
— Broomfield Police (@BroomfieldPD) February 20, 2021
ଏହି ପ୍ଲେନ ୟୁନାଇଟେଡ଼ ଏୟାରଲାଇନ୍ସର ଅଟେ। ଜଣା ଯାଉଛି କି ଏଥିରେ ୨୩୧ଜଣ ଯାତ୍ରୀ ଏବଂ ୧୦ଜଣ କ୍ରୁ ମେମ୍ବର ଥିଲେ।ହୋନୋଲୁଲୁ ଆଡ଼କୁ ପ୍ଲେନ ଯାତ୍ରା କରୁଥିଲା, ସେହି ସମୟରେ ଏହାର ଇଞ୍ଜିନ ଖରାପ ହୋଇଗଲା। ଭଲ କଥା ଏହା ହେଉଛି କି ଏହାଦ୍ଵାରା କାହାକୁ ଆଘାତ ପହଞ୍ଚି ନାହିଁ। କେହି ଘାଇଲା ହୋଇ ନାହାନ୍ତି। ଜଳୁଥିବା ଇଞ୍ଜିନରୁ ଖସୁଥିବା ଆବର୍ଜନା ମଧ୍ୟ ଦୂର-ଦୂର ପର୍ଯ୍ୟନ୍ତ ଯାଇ ପଡ଼ିଥିଲା। ପରିଶେଷରେ ଯାଞ୍ଚକର୍ତ୍ତା ଏହି କଥାର ଯାଞ୍ଚ କରି କହିଛନ୍ତି କି ବାସ୍ତବରେ ଇଞ୍ଜିନ କଣ ପାଇଁ ଖରାପ ହୋଇଥିଲା। ବିମାନରେ ବସିଥିବା ଲୋକମାନଙ୍କର କହିବା କଥା ହେଉଛି କି ତାଙ୍କୁ ପ୍ରତି ମୂହୁର୍ତ୍ତରେ ଏମିତି ଲାଗୁଥିଲା କି ସେମାନେ ମରିଯିବେ।