ସନ ଫ୍ରାନ୍ସିସ୍କୋ ରେ ଏକ ରାସ୍ତା ଉପରେ ଚାଲୁଥିବା ଘରକୁ ଦେଖି ଲୋକମାନେ ଆଶାର୍ଯ୍ୟ ହୋଇଗଲେ। ସେହି ଘରଟିର ସ୍ଥାନ ପରିବର୍ତନ କରାଯାଉଥିଲା। ସେହି ଘରକୁ ଫ୍ରାଙ୍କଲିନ ରାସ୍ତାରୁ ଫୁଲଟନ ରାସ୍ତା ଯାଏଁ ନିଆଯାଇଥିଲା। ଯାହା ଭିଡ଼ିଓରୁ ଦେଖାଯାଇଛି।
ଘର ହେଉଥିଲା ସ୍ଥାନାନ୍ତର:-
ଏକ ୧୩୯ ବର୍ଷର ପୁରୁଣା ଘର ଯାହାର ଉଚ୍ଚତା ୮୦ଫୁଟ। ଏହି ଘରଟି ରାସ୍ତାରେ ଗଡ଼ିବା ପାଇଁ ଟ୍ରକ, ଓ କ୍ରେନର ଆବଶ୍ୟକତା ନିଆଯାଇଥିଲା। ସେହି ଭିକ୍ଟୋରିଅମ ଘରକୁ ୬ଟି ବ୍ଲକ ପାର କରି ଫ୍ରାଙ୍କଲିନ ରାସ୍ତାରୁ ଫୁଲଟନ ରାସ୍ତା ଯାଏଁ ନିଆଯାଇଥିଲା। ସେହି ସମୟରେ ଲୋକମାନେ ଭିଡ଼ ହୋଇଗଲେ ଓ ଭିଡିଓ ସୁଟ କଲେ। ସେହି ଭିଡିଓଟି ସୋସିଆଲ ମିଡ଼ିଆରେ ଅତି ଜୋରରେ ପ୍ରସାରିତ ହେଉଛି। ଏହି ଘର ସ୍ଥାନାନ୍ତରଟି ରବିବାର ଦିନ ହୋଇଥିଲା।
ଏହାକୁ ଦେଖି କିଏ କ’ଣ କହୁଥିଲେ:-
ଯେଉଁଠାରେ ଘରକୁ ସ୍ଥାନାନ୍ତର କରାଗଲା, ସେଠାର ବାସିନ୍ଦା କୈରୀ କାର୍ଟର କହିଲେ ଯେ, “ଏହା ଅତି ବଡ଼ ଘର ଅଟେ”। ଏବଂ ଯେଉଁଠୁ ଘର ଆସିଲା ସେଠାର ବାସିନ୍ଦା ବାଡ଼ା ରାମୋସ କହିଲେ ଯେ, “ଏହି ୭ଟି ଶୋଇବା ରୁମ ଥିବା ଘର ରାସ୍ତାରେ ଚାଲିବା ଦେଖି ଖୁସି ଅନୁଭବ କରିଛି”।
ଏହି ଘରଟି ରାସ୍ତାରେ ଯିବା ସମୟରେ ଅନେକ ଲୋକ ଭିଡିଓକୁ ବିଭିନ୍ନ ଦିଗରୁ ଉଠାଇଥିଲେ। ଯାହା ଫଳରେ କିଛି ଲୋକ ଫିଲ୍ମ ସିନ କହିବା ଦ୍ୱାରା, ଆଉ କିଛିଲୋକ ଏହାର ପ୍ରଶଂସା କରିଥିଲେ। ଏହି ଘରକୁ ୨ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ୬ଘଣ୍ଟା ସମୟ ଲାଗିଥାଏ।
ସ୍ଥାନାନ୍ତର କଲାବେଳେ ଅସୁବିଧା:-
6-bedroom, 3-bath Victorian – approximately 80 feet in length. 139-years-old built w/ tight grain & lumber from 800-year-old trees. She’s moving 6 blocks from Franklin to Fulton down a one-way street the opposite direction.
The terrestrial equivalent of the Mars rover landing! pic.twitter.com/OjJ8FhZzoB
— Anthony Venida (@AnthonyVenida) February 21, 2021
ଲାନା କାଂସ୍ଟାଟୀନୀ ଯିଏ ସନ ଫ୍ରାନ୍ସିସ୍କୋର ହିଷ୍ଟୋରିକାଲ ସୋସାଇଟିରେ ରହିଛନ୍ତି। ତାଙ୍କର କହିବା କଥା ଯେ, ରାସ୍ତାରେ ଅନେକ ଗଡ଼ ବଡ଼ ହେଲା। ରାସ୍ତାରେ ଅନେକ ଗଛ, ସ୍ଟାପ ସାଇନ, ଲାଇଟ୍ସ ଓ ସାଇନ୍ସ ବାଧା ଉତ୍ପର୍ନ କରୁଥିଲା। ଏହାକୁ ଦେଖୁଥିବା ଏଡୀ ରାମୋସ କହିଥିଲେ ଯେ, ସ୍ଥାନାନ୍ତର କଲାବେଳେ ଘରଟି ଏକ ଲାଇଟ ଖୁଣ୍ଟ, ଓ ଅନେକ ଗଛ ସହ ବାଡ଼େଇ ହୋଇଥିଲା।
ରାସ୍ତା ହୋଇଥିଲା ବନ୍ଦ:-
ଏକ ୫୧୭୦ ସ୍କୋୟାର ଫୁଟର ଘର ସ୍ଥାନାନ୍ତର ହେବା ପାଇଁ ପୋ-ଲିସ ରାସ୍ତା ବନ୍ଦ କରିଥିଲା ଓ କ୍ରୁ ରାତି ସାରା କାମ କରୁଥିଲେ। ସେହି ଘରଟି ମୂଳ ସ୍ଥାନ ୮୦୭ ଫ୍ରାଂକଲିନରୁ ପାଖରେ ଥିବା ୬୩୫ ଫୁଲଟନ ସେଣ୍ଟକୁ ସ୍ଥାନାନ୍ତର ହେଲା। ଏହି ସମୟରେ କାହାର ହାନୀ ହୋଇନଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।