Viral Video: ଆବର୍ଜନା ଉଠାଉଥିବା ଭାଇଙ୍କ ସଙ୍ଗୀତରେ ଆଶ୍ଚର୍ଯ୍ୟ ହୋଇ ଆନନ୍ଦ ମହିନ୍ଦ୍ରା, କହିଲେ- ସଙ୍ଗୀତ ଶିକ୍ଷା ଦେବେ

ଆନନ୍ଦ ମହିନ୍ଦ୍ରା (Anand Mahindra) ଆବର୍ଜନା ଉଠାଉଥିବା ଭାଇଙ୍କ (Garbage collectors)ଙ୍କ ସଙ୍ଗୀତକୁ ଆଗକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା (Anand Mahindra) ସୋସିଆଲ ମିଡିଆରେ ଏକ୍ଟିଭ ରହିବାକୁ ବହୁତ ପସନ୍ଦ କରନ୍ତି। ତାଙ୍କୁ ଏହି ସମୟରେ ଯେତେବେଳେ ବି କେଉଁ ପୋଷ୍ଟ ଭଲ ଲାଗିଥାଏ ସେ ତାକୁ ନିଶ୍ଚିତ ଶେୟାର କରିଥାନ୍ତି ଏବଂ ଏହା ସହିତ ପ୍ରୋତ୍ସାହିତ ମଧ୍ୟ କରିଥାନ୍ତି। ଆନନ୍ଦ ମହିନ୍ଦ୍ରାଙ୍କୁ (Anand Mahindra) ଏଥର ଆବର୍ଜନା ଉଠାଉଥିବା ଭାଇ (Garbage collectors) ନିଜ ସଙ୍ଗୀତ ଦ୍ଵାରା ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଆନନ୍ଦ ମହିନ୍ଦ୍ରା (Anand Mahindra Tweet) ଦୁଇ ଭାଇଙ୍କ ଭିଡିଓକୁ ଶେୟାର କରିଛନ୍ତି ଏବଂ ଏହା ସହିତ କହିଛନ୍ତି କି ସେ ତାଙ୍କୁ ଆଗକୁ ସଙ୍ଗୀତ ଶିକ୍ଷା ମଧ୍ୟ ଦେବେ।

ଆନନ୍ଦ ମହିନ୍ଦ୍ରା (Anand Mahindra) ନିଜ ପ୍ରଥମ ଟୁଇଟରେ ଲେଖିଛନ୍ତି: “ଅତୁଲ୍ୟ ଭାରତ। ମୋ ବନ୍ଧୁ ରୋହିତ ଖଟ୍ଟର ଏହି ପୋଷ୍ଟକୁ ଶେୟାର କରିଥିଲେ,ଯାହା ତାଙ୍କୁ ସୋସିଆଲ ମିଡିଆରୁ ମିଳିଛି। ଦୁଇ ଭାଇ,ହାଫିଜ ଏବଂ ହବୀବୁର ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ କଲୋନୀରୁ ଆବର୍ଜନା ଉଠାଉଛନ୍ତି। ବାସ୍ତବରେ, କୈାଣସି ସୀମା ନାହିଁ କି ପ୍ରତିଭା କେଉଁଠାରୁ ବାହାରୁଛି।”

ଆନନ୍ଦ ମହିନ୍ଦ୍ରା (Anand Mahindra) ଅଲଗା ଟୁଇଟରେ ଲେଖିଛନ୍ତି: “ତାଙ୍କ ପ୍ରତିଭା କଞ୍ଚା ଅଟେ, କିନ୍ତୁ ସ୍ପଷ୍ଟ ଅଟେ। ରୋହିତ ଏବଂ ମୁଁ ସଙ୍ଗୀତରେ ତାଙ୍କୁ ଆଗକୁ ଶିକ୍ଷା ପାଇଁ ସମର୍ଥନ କରିବାକୁ ଚାହୁଁଛୁ କଣ ଦିଲ୍ଲୀରେ କୈାଣସି ବି ସମ୍ଭବ ସଙ୍ଗୀତ ଶିକ୍ଷକ, ଭଏସ କୋଚ ବିଷୟରେ କୈାଣସି ସୂଚନା ଶେୟାର କରି ପାରିବେ, ଯିଏ ତାଙ୍କୁ ସଂଧ୍ୟାରେ ଟ୍ରେନିଂ ଦେଇ ପାରିବେ, କାରଣ ସେ ପୂରା ଦିନ କାମ କରୁଛନ୍ତି?

ଆନନ୍ଦ ମହିନ୍ଦ୍ରା (Anand Mahindra) ଏହି ପ୍ରକାରରେ ଆବର୍ଜନା ଉଠାଉଥିବା ଦୁଇ ଭାଇଙ୍କର ସମର୍ଥନ ପାଇଁ ନିଷ୍ପତ୍ତି ନେଇଥିଲେ। ସବୁବେଳ ଭଳି ତାଙ୍କର ଏହି ଟୁଇଟରେ ୟୁଜର୍ସ ମାନଙ୍କର ବହୁ ମାତ୍ରାରେ ପ୍ରତିକ୍ରିୟା ଆସୁଛି। ଲୋକମାନେ ତାଙ୍କର ଏହି ନିଷ୍ପତ୍ତିକୁ ବହୁ ମାତ୍ରାରେ ପ୍ରଶଂସା କରୁଛନ୍ତି।

Leave a Reply

Your email address will not be published. Required fields are marked *