ଅନେକ ଥର ଆମେ ଏମିତି ପରିସ୍ଥିତିରେ ଫଶି ଯାଇଥାଉ ଯେତେବେଳେ କି ଆମକୁ ଟଙ୍କାର ବହୁତ ଆବଶ୍ୟକତା ପଡ଼ିଥାଏ। ଏଥିପାଇଁ ଘରେ ଥିବା ସୁନା ବହୁତ କାମରେ ଆସିଥାଏ। ମଣ୍ଣପୁରମ ଫାଇନେନ୍ସ, ମୁଥୂଟ ଫାଇନେନ୍ସ, ଆଇଆଇଏଫଏଲ ଭଳି କଂପାନୀମାନେ ଗୋଲ୍ଡ ଲୋନର ସୁବିଧା ଦେଇଥାନ୍ତି। ଅଥବା ଆପଣ ଏଥିରେ ବନ୍ଧାରଖି ଟଙ୍କା ପାଇ ପାରିବେ।
ନୂଆ ଦିଲ୍ଲୀ: ଅନେକ ଥର ଆମେ ଏମିତି ପରିସ୍ଥିତିରେ ଫଶି ଯାଇଥାଉ ଯେତେବେଳେ କି ଆମକୁ ଟଙ୍କାର ବହୁତ ଆବଶ୍ୟକତା ପଡ଼ିଥାଏ। ଏଥିପାଇଁ ଘରେ ଥିବା ସୁନା ବହୁତ କାମରେ ଆସିଥାଏ। ମଣ୍ଣପୁରମ ଫାଇନେନ୍ସ, ମୁଥୂଟ ଫାଇନେନ୍ସ, ଆଇଆଇଏଫଏଲ ଭଳି କଂପାନୀମାନେ ଗୋଲ୍ଡ ଲୋନର ସୁବିଧା ଦେଇଥାନ୍ତି। ଅଥବା ଆପଣ ଏଥିରେ ବନ୍ଧାରଖି ଟଙ୍କା ପାଇ ପାରିବେ। ବର୍ତମାନ ଗୋଲ୍ଡ ଲୋନ ବହୁ ପରିମାଣରେ ଚାଲୁଛି।ଏହାର ତ ଗୋଟିଏ କାରଣ ଏହା ହେଉଛି କି ଏଥିପାଇଁ କୈାଣସି ପ୍ରକାର କିଛି ରୋଜଗାର ପ୍ରମାଣପତ୍ର ଦେବାର ଆବଶ୍ୟକତା ପଡିନଥାଏ ଅନ୍ୟଟି ହେଉଛି କମ ସୁଧ ହାରରେ ସହଜରେ ଏହି ଲୋନ ମିଳିଥାଏ। କିନ୍ତୁ ଏଥିପାଇଁ କିଛି କଥା ନିଶ୍ଚୟ ଜାଣିବା ଉଚିତ ଯାହାଦ୍ଵାରା ଭବିଷ୍ୟତରେ ଆପଣ କେବେବି ସମସ୍ୟାରେ ପଡ଼ିବେ ନାହିଁ। ତ ଆସନ୍ତୁ ଜାଣିବା ଗୋଲ୍ଡ ଲୋନ ବିଷୟରେ କିଛି ବିଶେଷ ତଥ୍ୟ-
ଗୋଲ୍ଡ ଲୋନ ନେବା କେତେ ଲାଭଦାୟକ ଅଟେ?
ଗୋଲ୍ଡ ଲୋନ ସରକାରୀ ଏବଂ ନିଜ କ୍ଷେତ୍ରର କିଛି ବ୍ୟାଙ୍କ ଦ୍ଵାରା ମିଳିଥାଏ। ଏଥିରେ ସୁନାର ଗହଣା, ମୁଦ୍ରା ଆଦି ବନ୍ଧକ ରଖି ଆପଣ ଟଙ୍କା ନେଇ ପାରିବେ। ଯାହାପରେ ଟଙ୍କା ଜମା କରି ବନ୍ଧା ରଖିଥିବା ଅଳଙ୍କାର ବା ସୁନାକୁ ଗ୍ରାହକ ଫେରାଇ ନେଇପାରିବେ। ଗୋଲ୍ଡ ଲୋନ ପାଇଁ ସୁଧ ଦେବାକୁ ପଡିଥାଏ। ବ୍ୟକ୍ତିଗତ ଲୋନ ବା ଅନ୍ୟ ଲୋନ ତୁଳନାରେ ଗୋଲ୍ଡ ଲୋନରେ ସୁଧର ହାର କମ ହୋଇଥାଏ। ଏଥିପାଇଁ ଆପଣଙ୍କୁ କ୍ରେଡିଟ ହିଷ୍ଟ୍ରିର ଆବଶ୍ୟକତା ପଡ଼ିବ ନାହିଁ। ଗୋଲ୍ଡ ଲୋନ ନେବାପାଇଁ କୈାଣସି ବି ସାର୍ଟିଫିକେଟ କିମ୍ବା ଗ୍ୟାରେଣ୍ଟିର ଆବଶ୍ୟକତା ହୋଇନଥାଏ। ଏହି ଲୋନ ବହୁତ ଶୀଘ୍ର ମିଳି ଯାଇଥାଏ।
ଗୋଲ୍ଡ ଲୋନ ଆପଣ ବ୍ୟାଙ୍କ ଏବଂ NBFCରୁ ନେଇ ପାରିବେ। ହେଲେ, ଦୁଇଟି ଯାକ ମଧ୍ୟରେ ବହୁତ ତଫାତ ରହିଛି। NBFC ତୁଳନାରେ ବ୍ୟାଙ୍କ ବହୁତ ଭଲ ସୁଧହାର ଦେଇଥାଏ। ସେହି, NBFC ମୁଖ୍ୟ ରୂପରେ ସୁନା ବଦଳରେ ଲୋନ ଦେଇଥାଏ, ସେ ଶୀଘ୍ର ଏବଂ ତୁରନ୍ତ ଲୋନ ଦେଇଥାଏ।ସବୁ ବ୍ୟାଙ୍କ ବ୍ରାଞ୍ଚରେ ଏହି ସୁବିଧା ହୋଇପାରେ ନାହିଁ।
ଉଦାହରଣ ପାଇଁ, ଧରି ନିଅନ୍ତୁ କି କୈାଣସି ଋଣଦାତା ପାଖରେ ୨୦ଗ୍ରାମ ସୁନାର ହାର ଅଛି ଯାହାକୁ ସେ ବନ୍ଧା ରଖିବାକୁ ଚାହୁଁଛନ୍ତି। ବ୍ୟାଙ୍କ ଏବଂ NBFC ଦୁଇଟି ଯାକ ଉଦ୍ଧାରକର୍ତ୍ତାଙ୍କୁ ସୁନା ମୂଲ୍ୟର ୭୫% ପ୍ରଦାନ କରିଥାନ୍ତି।ଯଦି କୈାଣସି ବ୍ୟାଙ୍କ ଆପଣଙ୍କୁ ୧୦ଗ୍ରାମ ସୁନାର ମୂଲ୍ୟ ₹୪୬,୫୦୦ କହୁଛନ୍ତି,ତ ଏନବୀଏଫସୀ ଏହାକୁ ଅଧିକ ମୂଲ୍ୟରେ ଦେଇଥାଏ। ଉଦ୍ଧାରଦାତା ନ୍ୟୁନତମ ୧୮କ୍ୟାରେଟ ସୁଦ୍ଧତାକୁ ସ୍ବୀକାର କରିଥାନ୍ତି। ଅଧିକାଂଶ ଋଣଦାତା ଏହି ସୁଦ୍ଧତାର ତଳକୁ ସୁନାର ବିଚାର କରି ପାରିବେ ନାହିଁ। ହେଲେ, ଆପଣ ଅଳଙ୍କାର ଏବଂ ସୁନାର ମୁଦ୍ରା ବନ୍ଧକ ରଖି ପାରିବେ।
ପୁନଃଦେୟର ବିକଳ୍ପ
ଏଥିରେ ଆପଣଙ୍କୁ ଅନେକ ପ୍ରକାର ପୁନଃଦେୟର ବିକଳ୍ପ ମିଳି ପାରିବ। ଆପଣ ଏଥି ମଧ୍ୟରୁ କେଉଁଟିକୁ ବି ବାଛି ପାରିବେ। ଆପଣ ସାମାନ୍ୟ EMIରେ ଋଣଦେୟ କରି ପାରିବେ କିମ୍ବା ଆପଣ କେବଳ ଋଣ ଅବଧୀ ଏବଂ ଶେଷରେ ସିଧା ମୂଳ ଋଣଦେୟ ସମୟରେ ସୁଧର ଦେୟ କରି ପାରିବେ।ବୁଲେଟ ରିପେମେଣ୍ଟରେ ବ୍ୟାଙ୍କ ମାସିକ ଆଧାରରେ ସୁଧ ନେଇଥାନ୍ତି।ଏହା ଛଅ ମାସରୁ ଏକ ବର୍ଷର ଛୋଟ କାର୍ଯ୍ୟାଳୟ ପାଇଁ ହୋଇଥାଏ।
ଜାଣନ୍ତୁ, ଗୋଲ୍ଡ ଲୋନର ସୁଧ ଦର
ମଣ୍ଣପୁରମ ଫାଇନେନ୍ସ- ୧୨.୦୦% ସୁଧଦର ଏବଂ ଋଣରାଶି- ୧୫୦୦ ରୁ ୧ କୋଟି ୧୨
ମୁଥୂଟ ଫାଇନେନ୍ସ- ୧୧.୯୯% ସୁଧଦର,ଋଣର ପରିମାଣ- ୧୫୦୦ ରୁ ୫୦ଲକ୍ଷ ପର୍ଯ୍ୟନ୍ତ
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ- ୮.୬୫% ସୁଧଦର ଏବଂ ଋଣରାଶି- ୨୫୦୦୦ ରୁ ୧୦ଲକ୍ଷ
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ- ୭.୫୦% ସୁଧହାର ଏବଂ ଋଣରାଶି- ୨୦୦୦୦ରୁ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ
ଏକ୍ସିସ ବ୍ୟାଙ୍କ- ୧୩ ସୁଧହାର ଏବଂ ଋଣରାଶି- ୨୫୦୦୦ ରୁ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ
ଏହି କଥାରୁ ୫ଟି କଥାର ରଖନ୍ତୁ ଧ୍ୟାନ
ଗୋଲ୍ଡ ଲୋନ ରି-ପେମେଣ୍ଟକୁ ନେଇ ଅନୁଶାସନ ଜରୁରୀ ଅଟେ। ଯଦି ଆପଣ ନିର୍ଦ୍ଧାରିତ ସମୟ ମଧ୍ୟରେ ଦେୟ କରି ପାରୁନାହାଁନ୍ତି ତାହେଲେ ଲୋନ ଦେଇଥିବା ବ୍ୟାଙ୍କ ୨-୩ ଶତକଡାର ଜୋରିମାନା ଲାଗାଇ ପାରନ୍ତି।
ଯଦି ଆପଣ ତିନିରୁ ଅଧିକ ଗୋଲ୍ଡ ଲୋନର EMI ଦେବେନାହିଁ ତାହେଲେ ଅଧିକ ଦଣ୍ଡ ପଡ଼ିପାରେ।
ଲୋନ ଦେବା ସମୟରେ ଯେଉଁ କାଗଜପତ୍ର ଉପରେ ଫାଇନେନ୍ସ କଂପାନୀ ଆପଣଙ୍କ ଠାରୁ ଦସ୍ତଖତ କରାଇଥାନ୍ତି, ସେଥିରେ ଏହି ସର୍ତର ଦାବି ହୋଇଥାଏ କି ଯଦି ଆପଣ ୯୦ଦିନ ପର୍ଯ୍ୟନ୍ତ ଲୋନର EMI ଜମାଦେଇ ପାରିବେ ନାହିଁ ତ ଗ୍ରେସ ପିରିୟଡ଼ ପରେ ଆପଣଙ୍କ ସମୁଦାୟ ମୂଲ୍ୟକୁ ହାସଲ କରିବା ପାଇଁ ବ୍ୟାଙ୍କ ଆପଣଙ୍କ ବନ୍ଧା ରଖିଥିବା ସୁନା ବିକ୍ରି କରି ପାରିବ। ଅନେକ ବିତ୍ତୀୟ ସଂସ୍ଥା ଲୋନ ଦେବା ସମୟରେ ପ୍ରୋସେସିଙ୍ଗ ଫିସ ଚାର୍ଜ କରିଥାନ୍ତି।ପ୍ରି-ପେମେଣ୍ଟ କରିବା ଉପରେ ଦଣ୍ଡ ବିଧାନ କରିଥାନ୍ତି।
ପ୍ରୋସେସିଙ୍ଗ ଫିସ ଲୋନର ମୂଲ୍ୟ ଅଧିକତ୍ତମ ୦.୫-୨ ଶତକଡା ପର୍ଯ୍ୟନ୍ତ ହୋଇପାରିବ। ଅନେକ ବ୍ୟାଙ୍କ ବ୍ୟାଲ୍ୟୁଏଶନ ଚାର୍ଜର ନାମ ଉପରେ ମଧ୍ୟ ଟଙ୍କା ନେଇଥାନ୍ତି।ଲୋନ ଏପ୍ଲାଇ କରିବା ପୂର୍ବରୁ ପ୍ରଥମେ ଏହା ବିଷୟରେ ନିଶ୍ଚିତ ଜାଣି ନିଅନ୍ତୁ।
ଗୋଲ୍ଡ ଲୋନ ପାଇଁ ଆବଶ୍ୟକୀୟ କାଗଜପତ୍ର
ପେନ/ପାସପୋର୍ଟ/ଆଧାର/ଡ୍ରାଇଭିଂ ଲାଇସେନ୍ସ କିମ୍ବା କୌଣସି ଅନ୍ୟ ପରିଚୟ ପତ୍ର ଦେଇ ପାରିବେ।
ଠିକଣା ପ୍ରମାଣ ପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ/ବିଜୁଳି ବିଲ/ଟେଲିଫୋନ ବିଲ/ ଜଳର ବିଲ/ରାଶନ କାର୍ଡ ମଧ୍ୟରୁ କୈାଣସି ବି ଗୋଟିଏ।
କୈାଣସି ବ୍ୟାଙ୍କ ଆପଣଙ୍କ ହସ୍ତାକ୍ଷରର ଯାଞ୍ଚ ପାଇଁ ପାସପୋର୍ଟ କିମ୍ବା ଡ୍ରାଇଭିଂ ଲାଇସେନ୍ସ ମାଗିଥାନ୍ତି।
ଏହା ସହିତ ପାସପୋର୍ଟ ସାଇଜ ଫଟୋ ମଧ୍ୟ ଜରୁରୀ ଅଟେ।