ଇଂଲଣ୍ଡ ବିପକ୍ଷ T-20 ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଦଳ ଘୋଷଣା କରିଛି । ୱିକେଟ୍ କିପର ଇଶାନ୍ କିଶାନ୍, ସୂର୍ଯ୍ୟକୁମାର ଯାଦବ ଏବଂ ରାହୁଲ ତେୱଟିଆ ଦଳରେ ସ୍ଥାନ ପାଇଛନ୍ତି । ଏଥି ସହିତ ଟେଷ୍ଟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିବା ରିଷଭ ପନ୍ତ ମଧ୍ୟ ଟିମ୍ ଇଣ୍ଡିଆକୁ ଫେରିଛନ୍ତି । T-20 ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ଅନେକ ପରିବର୍ତ୍ତନ ହୋଇଛି ।
ଇଂଲଣ୍ଡ ବିପକ୍ଷ T-20 ସିରିଜରେ ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି । ଅଷ୍ଟ୍ରେଲିଆରେ ସଞ୍ଜୁ ସାମସନଙ୍କ ନୈରାଶ୍ୟ ଜନକ ପ୍ରଦର୍ଶନ ଯୋଗୁଁ ସେ ଇଂଲଣ୍ଡ ବିପକ୍ଷ T-20 ସିରିଜରେ ସୁଯୋଗ ପାଇନାହାନ୍ତି । ତାଙ୍କ ବଦଳରେ ଇଶାନ କିଶନଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିବା ଅକ୍ଷର ପଟେଲଙ୍କୁ ମଧ୍ୟ T-20 ସିରିଜ ପାଇଁ ଚୟନ କରାଯାଇଛି । ଦ୍ରୁତ ବୋଲର ଭୁବନେଶ୍ୱର କୁମାର ମଧ୍ୟ ସୁସ୍ଥ ହେବା ପରେ ଦଳକୁ ଫେରିବାରେ ସଫଳ ହୋଇଛନ୍ତି ।
ଟିମ୍ ଇଣ୍ଡିଆ:-
ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), କେ.ଏଲ୍ ରାହୁଲ, ଶିଖର ଧାୱନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ଇଶାନ କିଶନ, ୟୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ରାହୁଲ ତେୱଟିଆ, ଟି ନଟରାଜନ, ଭୁବନେଶ୍ୱର କୁମାର, ଦୀପକ ଚହର, ନବଦୀପ ସାଇନି ଏବଂ ଶାର୍ଦ୍ଦୁଲ ଠାକୁର ।
India’s squad for Paytm T20I series against England announced.#INDvENG
— BCCI (@BCCI) February 20, 2021
T-20 ସିରିଜର ସମସ୍ତ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ । ପ୍ରଥମ ମ୍ୟାଚ୍ ମାର୍ଚ୍ଚ 12 ରେ, 14 ମାର୍ଚ୍ଚରେ ଦ୍ୱିତୀୟ ,16 ମାର୍ଚ୍ଚରେ ତୃତୀୟ ,18 ମାର୍ଚ୍ଚରେ ଚତୁର୍ଥ ଏବଂ 20 ମାର୍ଚ୍ଚରେ ପଞ୍ଚମ ତଥା ଶେଷ T-20 ମ୍ୟାଚ୍ ଖେଳାଯିବ ।
Virat Kohli (Capt), Rohit Sharma (vc), KL Rahul, Shikhar Dhawan, Shreyas Iyer, Suryakumar Yadav, Hardik, Rishabh Pant (wk), Ishan Kishan (wk), Y Chahal, Varun Chakravarthy, Axar Patel, W Sundar, R Tewatia, T Natarajan, Bhuvneshwar Kumar, Deepak Chahar, Navdeep, Shardul Thakur. https://t.co/KkunRWtwE6
— BCCI (@BCCI) February 20, 2021
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।