ଆପଣଙ୍କ ମଧ୍ୟରୁ କେତେକଙ୍କ ଘରେ ଏଲପିଜି ଗ୍ୟାସର କନେକ୍ସନ ରହିଛି। ଏବଂ ସେମାନଙ୍କ ମଧ୍ୟରୁ କିଛିଲୋକ ଗ୍ୟାସ ସବ୍ସିଡିର ଫାଇଦା ଉଠାଉଛନ୍ତି। ବର୍ତ୍ତମାନ ଗ୍ୟାସର ମୂଲ୍ୟ ୩୦-୩୫ ରେ ସୀମିତ ରହିଛି। କିନ୍ତୁ ସେତିକି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସୁଛିକି ନାହିଁ ତାହା ଦେଖିବା ଦରକାର। କାରଣ କେତେବେଳେ ବ୍ୟାଙ୍କ ଅଧିକାରୀଙ୍କ ଭୁଲରେ ପଇସା ଆକାଉଣ୍ଟକୁ ନଫେରିଲା। ତେବେ ଆସନ୍ତୁ ଜାଣିବା ଘରେ ବସି କିପରି ଆକାଉଣ୍ଟ ଚେକ କରିପାରିବା।
ଫୋନରେ କିପରି ଜାଣିବେ:-
୧. ପ୍ରଥମେ ଆପଣ ନିଜ ସ୍ମାର୍ଟଫୋନର ବ୍ରାଉଜରରେ www. mylpg. in ଲେଖି ସର୍ଚ୍ଚ କରନ୍ତୁ। ପରେ ସେହି ପେଜର ଡାହାଣ ପଟରେ ଥିବା ଗ୍ୟାସ ସିଲିଣ୍ଡର କମ୍ପାନୀ ମଧ୍ୟରୁ ନିଜର ସର୍ବିସ ପ୍ରୋଭାଇଡରର ଗ୍ୟାସ ସିଲିଣ୍ଡରର ଫୋଟୋ ଉପରେ କ୍ଲିକ କରନ୍ତୁ।
୨. ଏହାପରେ ଏକ ନୂଆ ପେଜ ଖୋଲିଯିବ। ସେହି ପେଜର ଡାହାଣ ପଟରେ ସାଇନ ଇନ ଓ ନ୍ୟୁ ୟୁଜରର ବିକଳ୍ପ ଥିବ। ଯଦି ଆପଣଙ୍କର ପୂର୍ବରୁ ଆଇଡି ରହିଛି ତେବେ ସାଇନ ଇନ ରେ କ୍ଲିକ କରନ୍ତୁ, ଯଦି ନାହିଁ ତେବେ ନ୍ୟୁ ୟୁଜରରେ କ୍ଲିକ କରି ନିଜର ଆଇଡି କରନ୍ତୁ।
୩. ଆପଣ ଲଗ ଇନ କଲାପରେ ଆପଣଙ୍କୁ ଡାହାଣ ପଟରେ ଭିୟୁ ସିଲିଣ୍ଡର ବୁକିଙ୍ଗ ହିଷ୍ଟ୍ରିର ଅପ୍ସନ ଦେଖାଯିବ। ସେଥିରେ କ୍ଲିକ କଲେ ଆପଣଙ୍କୁ କେବେ ଓ କେତେ ଟଙ୍କା ଆକାଉଣ୍ଟକୁ ଆସିଥିଲା ଜାଣିପାରିବେ। ଯଦି କୌଣସି ଭୁଲ ଦେଖାଯାଏ, ତେବେ ଆପଣ ଫିଡ଼ବ୍ୟାକରେ ଲେଖି ସେମାନଙ୍କୁ ଜଣାଇପାରିବେ।
ଯଦି ଆପଣ ଆକାଉଣ୍ଟରେ ଏଲପିଜି ଆଇଡିକୁ ଲିଙ୍କ କରିନାହାନ୍ତି, ତେବେ ଆପଣ ଏହି ସମସ୍ୟାକୁ ତୁରନ୍ତ ଡିଷ୍ଟ୍ରିବ୍ୟୁଟରଙ୍କ ସହ ଦେଖାକରି ସମାଧାନ କରି ନିଅନ୍ତୁ। ଏହା ସହ ଆପଣ ୧୮୦୦୨୩୩୩୫୫୫ ନମ୍ବରରେ କଲ କରି ନିଜର ସମସ୍ୟା ସମାଧାନ କରିପାରିବେ।