୧୮ଫେବୃଆରୀରେ ଇଣ୍ଡିଆନ ପ୍ରୀମିୟର ଲିଗର ୧୪ତମ ସୀଜନ (IPL2021) ପାଇଁ ଖେଳାଳୀ ମାନଙ୍କର ନିଲାମ (Mini Auction) କରାଯାଇଛି। ୮ଟି ଟିମରେ ପାଖାପାଖି ୧୪୫.୩ କୋଟି ଟଙ୍କା ଖର୍ଚ୍ଚ କରି ନିଜ-ନିଜ ଟିମରେ ୫୭ ଖେଳାଳିଙ୍କୁ ସାମିଲ କରିଛନ୍ତି। ଏଥିରେ ଜମ୍ମୁରେ ରହୁଥିବା ୟଙ୍ଗ ଖେଳାଳି ୟୁଧବୀର ସିଂହ ଚରକ (Yudhvir Charak) ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଟିମରେ ସାମିଲ କରିଛନ୍ତି। ଜଣା ଯାଉଛି କି ସେ ଜମ୍ମୁ ଡିଭିଜନର ଅନ୍ୟ ଖେଳାଳି ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଜାମ୍ମୁ-କାଶ୍ମୀରର ଚତୁର୍ଥ ଖେଳାଳି ହୋଇ ଯାଇଛନ୍ତି। ଏହା ପୂର୍ବରୁ ପରବେଜ ରସୁଲ, ରସିଖ ସଲାମ ଏବଂ ଅବ୍ଦୁଲ ସମଦ ଆଇପିଏଲରେ ସିଲେକ୍ଟ ହୋଇ ସାରିଛନ୍ତି। ଆସନ୍ତୁ ଆଜି ଆପଣଙ୍କୁ ଜଣାଇବୁ, ଏହି ୟଙ୍ଗ ଖେଳାଳିଙ୍କ ବିଷୟରେ..
କୈାଣସି ବି ଖେଳାଳି ପାଇଁ ଆଇପିଏଲରେ ଆସିବା କୈାଣସି ସ୍ବପ୍ନ ପୂରା ହେବାଠରୁ କମ ହୋଇନଥାଏ ଏବଂ ଯେତେବେଳେ ୫ଥରର ବିଜେତା ଟିମ ଆପଣଙ୍କୁ ନିଜ ଟିମ ପାଇଁ ବାଛନ୍ତି, ତ କଥା ଅଲଗା ହିଁ ହୋଇଥାଏ। କିଛି ଏମିତି ହିଁ ଅନୁଭବ କରୁଛନ୍ତି, ଜାମ୍ମୁରେ ରହୁଥିବା ୟୁଧବୀର ସିଂହ ଚହର। ଯାହାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indian) ନିଜ ଟିମରେ ସାମିଲ କରିଛନ୍ତି। ୧୩ଡିସେମ୍ବର ୧୯୯୭ରେ ଜାମ୍ମୁର ଡୋଗରା ନଗର ମୁଠୀରେ ଗୋଟିଏ ମଧ୍ୟବିତ୍ତ ପରିବାରର ୟୁଧବୀର ସିଂହଙ୍କର ଜନ୍ମ ହୋଇଥିଲା। ପିଲାଦିନରୁ ହିଁ ସେ ଜଣେ କ୍ରିକେଟର ହେବାର ସ୍ବପ୍ନ ଦେଖିଥିଲେ।
ଚରକ ନିଜର ଟୀ20 ଡେବ୍ୟୁ ୧୨ନଭେମ୍ବର ୨୦୧୯ରେ ହାଇଦ୍ରାବାଦ ପାଇଁ ୨୦୧୯-୨୦ର ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ କରିଥିଲେ। ଏହାପରେ ସେ ୧୭ଡିସେମ୍ବର ୨୦୧୯ରେ ହାଇଦ୍ରାବାଦରେ ରଣଜୀ ଟ୍ରଫି ପାଇଁ ଫାଷ୍ଟ କ୍ଲାସ କ୍ରିକେଟରେ ଡେବ୍ୟୁ କରିଥିଲେ।
ତାଙ୍କର ଆଜି ପର୍ଯ୍ୟନ୍ତ କ୍ରିକେଟ କ୍ୟାରିୟର କଥା କୁହାଯିବ ତ ସେ ଫାଷ୍ଟ କ୍ଲାସ କ୍ରିକେଟର ୨ଟି ମ୍ୟାଚରେ ୧୩୨ରନ ଏବଂ ୨ୱିକେଟ ନିଜ ନାମରେ କରିଛନ୍ତି। ସେଠାର ୬ ଟୀ20 ମ୍ୟାଚରେ ସେ ୧୮୯ରନ ଏବଂ ୩ୱିକେଟ ହାସଲ କରିଛନ୍ତି।
ତାଙ୍କର ଏହି ଅଲରାଉଣ୍ଡ କ୍ଷମତାକୁ ଦେଖି ଗତବର୍ଷର ଚାମ୍ପିଅନ ଟିମ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୨୦ଲକ୍ଷରେ ନିଜ ଟିମରେ ସାମିଲ କରିଛନ୍ତି।
ଆଇପିଏଲରେ ସିଲେକ୍ଟ ହେବାପରେ କ୍ରିକେଟରଙ୍କ ଭଉଣୀ ପ୍ରୀତି ଚରକ କହିଛନ୍ତି କି ତାଙ୍କ ଭାଇ ଯେଉଁ ପରିଶ୍ରମ କରିଛନ୍ତି, ତାର ଫଳ ତାଙ୍କୁ ମିଳି ଯାଇଛି। ଏତିକି ନୁହେଁ ସେ କହିଛନ୍ତି କି ସେ ୟୁଧବୀରଙ୍କୁ ଭାରତୀୟ ଟିମରେ ପ୍ରତିନିଧିତ୍ଵ କରୁଥିବାର ଦେଖିବାକୁ ଚାହୁଁଛନ୍ତି।
ଜଣା ଯାଉଛି କି ୟୁଧବୀର ୫ଭଉଣୀଙ୍କ ମଧ୍ୟରେ ଜଣେ ଭାଇ ଅଟନ୍ତି। ଆରମ୍ଭରୁ ହିଁ ତାଙ୍କ ଭଉଣୀମାନେ ତାଙ୍କୁ ବହୁତ ସମର୍ଥନ କରନ୍ତି। ସେମାନେ ନିଜ ବାପାମାଆଙ୍କୁ ମଧ୍ୟ ୟୁଧବୀର କ୍ରିକେଟ ଖେଳାଳି ହେବା ପାଇଁ ରାଜି କରାଇଥିଲେ। ସେ ଆଇପିଏଲରେ ସିଲେକ୍ଟ ହେବା ପରେ ତାଙ୍କ ବାପାମାଆ ମଧ୍ୟ ବହୁତ ଖୁସି ଅଛନ୍ତି।
ଗୁରୁବାରେ ହୋଇଥିବା ଖେଳାଳିମାନଙ୍କ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ୟୁଧବୀରଙ୍କ ବ୍ୟତୀତ ନାଥନ କୁଲ୍ଟର ନାଇଲ, ଜିମୀ ନୀଶମ, ମାର୍କୋ ଜାନସେନ, ଅର୍ଜୁନ ତେନ୍ଦୁଲକର ଏବଂ ପୀୟୂଷ ଚାୱଲାଙ୍କୁ ନିଜ ଟିମରେ ସାମିଲ କରିଛନ୍ତି।