ରୋଷେଇ ଗ୍ୟାସ୍ ପ୍ରତ୍ୟେକ ମାନବ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହାର ମୂଲ୍ୟ ବୃଦ୍ଧି ଏବଂ ହ୍ରାସ ଲୋକଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ନିକଟରେ ସରକାର ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଯାହା ଦ୍ଵାରା ବିନା ସବସିଡିରେ ୧୪.୨ କିଲୋଗ୍ରାମ ରୋଷେଇ ଗ୍ୟାସ୍ କୁ ୭୬୯ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ମାସରେ ଦ୍ୱିତୀୟ ଥର ପାଇଁ ଗ୍ୟାସ ସିଲିଣ୍ଡର ବୃଦ୍ଧି ପାଇଛି । LPG ର ମୂଲ୍ୟ ବୃଦ୍ଧି ଜନସାଧାରଣଙ୍କ ପିଠି ଭାଙ୍ଗି ଦେଇଛି । କିନ୍ତୁ ଯଦି ଆପଣ ଚାହାଁନ୍ତି ଆପଣ ମହଙ୍ଗା ସିଲିଣ୍ଡରକୁ ମାତ୍ର ୬୯ ଟଙ୍କାରେ କିଣି ପାରିବେ । ବାସ୍ତବରେ, ପେଟିଏମ୍ ରେ LPG ସିଲିଣ୍ଡର ବୁକିଂ କରିବା ସମୟରେ ୭୦୦ ଟଙ୍କା କ୍ୟାସବ୍ୟାକ୍ ମିଳୁଛି । ଏହି ଅଫର ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ଅଛି ।
କ୍ୟାସବ୍ୟାକ୍ ର ଲାଭ କିପରି ଉଠାଇବେ
– ପ୍ରଥମେ ମୋବାଇଲରେ ପେଟିଏମ୍ ଆପ୍ ଖୋଲନ୍ତୁ ।
– ଆପ୍ ଖୋଲିବା ପରେ recharge and pay bill ଉପରେ କ୍ଲିକ୍ କର ।
– ଏବେ book a cylinder ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।
– ଏକ ନୂତନ ପୃଷ୍ଠା ଖୋଲିବ । ଯେଉଁଥିରେ ଆପଣଙ୍କର ଗ୍ୟାସ୍ ପ୍ରଦାନକାରୀ ବାଛନ୍ତୁ ।
– ଏହା ପରେ, ଆପଣଙ୍କର ଡିଲର ନମ୍ବର, LPG ID କିମ୍ବା ପଞ୍ଜୀକୃତ ମୋବାଇଲ୍ ନମ୍ବର ମଧ୍ୟରୁ ଗୋଟିଏ ବାଛନ୍ତୁ ।
– ତା’ପରେ ଆପଣ ପେମେଣ୍ଟ ଅପ୍ସନ୍ ପାଇବେ ।
– ପେମେଣ୍ଟ ପୂର୍ବରୁ, ଅଫରରେ FIRSTLPG ପ୍ରୋମୋ କୋଡ୍ ରଖନ୍ତୁ ।
– ପେମେଣ୍ଟ ପରେ ପେଟିଏମ୍ ୱାଲେଟ୍ ରେ ୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିଯିବ।
ଆମାଜନ ଆପରେ ୫୦ଟଙ୍କା କ୍ୟାସବ୍ୟାକ୍:
ଏହା ବ୍ୟତୀତ ଭାରତୀୟ ଏଲପିଜି ସିଲିଣ୍ଡର ବୁକିଂ ଉପରେ ଆମାଜନ ଅଫର ପ୍ରଦାନ କରୁଛି। ଆମାଜନ ପେ(Amazon pay) ମାଧ୍ୟମରେ ପ୍ରଥମ ଥର ପାଇଁ ରୋଷେଇ ଗ୍ୟାସ୍ ବୁକିଂ ଏବଂ ପେମେଣ୍ଟ ପାଇଁ ୫୦ଟଙ୍କା କ୍ୟାସବ୍ୟାକ୍ ପ୍ରଦାନ କରୁଛି । ଏହି କ୍ୟାସବ୍ୟାକ୍ କେବଳ ଥରେ ମିଳିବ।