ପେନସନଭୋଗୀ ମାନଙ୍କ ପାଇଁ ଜରୁରୀ ଖବର, OPS ଲାଗୁ କରିବା ବେଳେ ସରକାର କହିଲେ ଏହି କଥା…

ଦେଶର ୬୫ଲକ୍ଷରୁ ଅଧିକ ପେନସନଭୋଗୀ ମାନଙ୍କ ପାଇଁ ଏହା ଏକ ଜରୁରୀ ଖବର ଅଟେ। ଏହା ଓପୀଏସ ବା ଓଲ୍ଡ ପେନସନ ସିଷ୍ଟମ ସହିତ ଜଡିତ ସୂଚନା ଅଟେ। ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ପୁରୁଣା ପେନସନ ବ୍ୟବସ୍ଥାକୁ ହିଁ ଶ୍ରେଷ୍ଠ ବୋଲି କହିଛନ୍ତି। ଏହାକୁ ନେଇ କର୍ମଚାରୀମାନେ ଦାବି ଏବଂ ଆନ୍ଦୋଳନର ଯାତ୍ରା ମଧ୍ୟ ଚଲାଇ ଛନ୍ତି। ବର୍ତମାନ ଏହା ଉପରେ ସରକାରଙ୍କର ମହତ୍ୱପୂର୍ଣ୍ଣ ଜବାବ ସାମ୍ନାକୁ ଆସିଛି। ରାଷ୍ଟ୍ରୀୟ ପେନସନ ପ୍ରଣାଳୀ ଅନୁସାରେ ଆସିବାକୁ ଥିବା କେନ୍ଦ୍ର ସରକାର ଏବଂ ରାଜ୍ୟମାନଙ୍କର ସରକାରୀ କର୍ମଚାରୀମାନେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି।

ତାଙ୍କର କହିବା କଥା ଏହା ହେଉଛି କି ଅବସରପ୍ରାପ୍ତ ପରେ ଆର୍ଥିକ ସୁରକ୍ଷା ପୁରୁଣା ପେନସନ ବ୍ୟବସ୍ଥାରେ ମିଳିଥାଏ। ଏହି ଘଟଣାକୁ ନେଇ ଜେସୀଏମର ସଚିବ ଶିବଗୋପାଳ ମିଶ୍ରା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।ସେ ସମସ୍ତ ବିଭାଗରେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ କହିଛନ୍ତି।ଗତ ମନ୍ତ୍ରଣାଳୟ ଶିବଗୋପାଳ ମିଶ୍ରାଙ୍କୁ ଜବାବରେ କହିଛନ୍ତି କି ପଶ୍ଚିମବଙ୍ଗଳାକୁ ଛାଡ଼ି ଦେଶର ସବୁ ରାଜ୍ୟରେ ଏନପୀଏସ ଲାଗୁ ହୋଇଛି।

ଏହା ସରକାରଙ୍କର ଏକ ନୀତିଗତ ନିର୍ଣ୍ଣୟ ଅଟେ। ପୁରୁଣା ପେନସନ ବ୍ୟବସ୍ଥା କାରଣରୁ ସରକାରଙ୍କ ଉପରେ ଆର୍ଥିକ ବୋଝ ପଡୁଥିଲା।ପେନସନ ଏବଂ ବିକାଶ ଦୁଇଟି ଯାକ ମଧ୍ୟରେ ସାମଞ୍ଜସ୍ୟ ରଖିବାର ଥିଲା।ଏନପୀଏସର ପେନସନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ଵାରା ସଂଚଳିତ କରା ଯାଇଥାଏ। ମନ୍ତ୍ରଣାଳୟ ଆଗକୁ କହିଛନ୍ତି କି କେବଳ ପୁନରାବୃତ୍ତି କରାଯାଉଛି କି ପୁରୁଣା ବ୍ୟବସ୍ଥାକୁ ଉପସ୍ଥିତ ସ୍କିମରେ ଲାଗୁ କରାଯିବ ନାହିଁ। ପୁରୁଣା ପେନସନ ସ୍କିମ କେନ୍ଦ୍ର ସରକାରଙ୍କର ଏକ ପରିଭାଷିତ ସ୍କିମ ଅଟେ। ସେହି ଏନପୀଏସ ଅଂଶଦାୟୀ ଯୋଜନା ଅଟେ।

ଭାରତୀୟ ଆର୍ମୀକୁ ଛାଡ଼ି ସବୁ ମନ୍ତ୍ରଣାଳୟ ଏବଂ ବିଭାଗରେ ଏକ ଜାନୁଆରୀ ୨୦୦୪ରୁ ରାଷ୍ଟ୍ରୀୟ ପେନସନ ପ୍ରଣାଳୀ ଲାଗୁ କରାଯାଇଛି।ବର୍ଷ୨୦୦୯ରେ ଏହା ପ୍ରାଇଭେଟ କର୍ମଚାରୀ ମାନଙ୍କପାଇଁ ମଧ୍ୟ ଆରମ୍ଭ ହୋଇଥିଲା।ଏନପୀଏସ ରିର୍ଟନ ମାର୍କେଟ ବ୍ୟବସ୍ଥା ଉପରେ ନିର୍ଭର କରିଥାଏ। ଏଥିରୁ କେତେ ରିର୍ଟନ ମିଳିବ ତାହାର କୈାଣସି ଗ୍ୟାରିଣ୍ଟ ନଥାଏ। ଯେତେବେଳେ କି ପୁରୁଣା ପେନସନ ବ୍ୟବସ୍ଥାରେ ଲାଭ ପରିଭାଷିତ ହେଉଥିଲା।

Leave a Reply

Your email address will not be published. Required fields are marked *