ପ୍ରେମରେ ଧୋକା ଖାଇଲେ ଅଧିକ କଷ୍ଟ ହୋଇଥାଏ। ଜେସ ଆଲଡ୍ରିଜ(Jess Aldridge)ଙ୍କର ବୟସ ୨୪ବର୍ଷ। ତାଙ୍କ ପ୍ରେମିକ ରିୟାନ ସେଲଟୋନ(Ryan Shelton)ଙ୍କର ବୟସ ୨୯ ବର୍ଷ। ଜେସ ଏବେ ତାଙ୍କର ୨ୟ ପିଲା ଜନ୍ମ କଲେ। କିନ୍ତୁ ରିୟାନ ଆଗରୁ ଜେସଙ୍କ ମା’ଙ୍କ ସହ ପ୍ରେମ ସମ୍ବନ୍ଧ ରଖିଥିଲେ। ତେଣୁ ଜେସଙ୍କ ମା’ ଓ ରିୟାନ ଜେସଙ୍କୁ ଛାଡ଼ି ପଳେଇ ଯାଇଥିଲେ।
ଘରକୁ ଫେରି ଦେଖିଲା ବେଳକୁ ଦୁହେଁ ନଥିଲେ:
ଜେସ ରିୟାନଙ୍କ ପୁଅକୁ ଜନ୍ମ କରି ୨୮ ଜାନୁଆରୀ ରେ ହସ୍ପିଟାଲରୁ ଘରକୁ ଫେରିଲେ। କିନ୍ତୁ ଘରେ ପହଞ୍ଚି ଜାଣିଲେ ଯେ, ରିୟାନ ଓ ତାଙ୍କ ମା’ ସେଠାରୁ ୪୮ କି.ମି ଦୂର ଏକ ଘରକୁ ସିଫ୍ଟ ହୋଇଯାଇଛନ୍ତି। ତାଙ୍କ ମା’ଙ୍କର ବୟସ ୪୪ବର୍ଷ ଓ ନାମ ଜର୍ଜିନା (Georgina)। ଜେସ କହିଥିଲେ କି, “ମୋତେ ଧୋକା ଦିଆଯାଇଛି। ଜଣେ ନାନୀ ତା’ର ନାତିକୁ ଭଲ ପାଇବା ଉଚିତ, ନାହିଁ କି ନାତିର ପିତାକୁ”। ଏହି ଖବର ମେଟ୍ରୋରେ ଛପାଯିବାରୁ ଜଣାଗଲା ଯେ, ଏହା ଇଂଲଣ୍ଡର ଘଟଣା ଅଟେ।
ଜେସଙ୍କ ମା’ କରୁଥିଲେ ଫ୍ଲର୍ଟ:
ଜେସଙ୍କ କହିବା ଅନୁସାରେ Georgina ସବୁବେଳେ ରିୟାନଙ୍କ ସହ ଫ୍ଲର୍ଟ କରୁଥିଲେ। ଜେସ ଆହୁରି ମଧ୍ୟ କହୁଥିଲେ ଯେ, ତାଙ୍କ ମା’ ଏବେ ତାଙ୍କୁ ସାହାଯ୍ୟ କରିବା ଦରକାର, କିନ୍ତୁ ସେ ରିୟାନଙ୍କ ସହ ରହୁଛନ୍ତି। ଏହି ବିଷୟରେ ସେ ଆଗରୁ ଦୁହିଁଙ୍କ ସହ କଥା ମଧ୍ୟ ହୋଇଥିଲେ, କିନ୍ତୁ ସେ ଦୁହେଁ ନାରାଜ ହୋଇଥିଲେ ସାହାଯ୍ୟ କରିବାକୁ।
ମ୍ୟାସେଜ କରି ରିଲେସନ ଶେଷ କଲା ପ୍ରେମିକ:
ଯେତେବେଳେ ଜେସ ଜାନୁଆରୀରେ ହସ୍ପିଟାଲରେ ପିଲା ଜନ୍ମ କଲେ, କିଛି ସମୟ ପରେ ତାଙ୍କ ଫୋନକୁ ମ୍ୟାସେଜ ଆସିଥିଲା। ସେହି ମ୍ୟାସେଜରେ ରିୟାନ ଲେଖିଥିଲେ ଯେ, ଏବେ ପ୍ରେମ ସମ୍ବନ୍ଧ ଶେଷ ହେଲା। ଯେବେ ସେ ଘରକୁ ଫେରିଲେ ଦେଖିଲେ ଯେ, ଘରେ ତାଙ୍କ ମା’ଙ୍କ ସହ ରିୟାନ ବି ନଥିଲେ। ସେମାନେ ଅନ୍ୟ ଏକ ଘରକୁ ସିଫ୍ଟ ହୋଇଯାଇଥିଲେ। ସେ ଦୁହେଁ ଫେସବୁକରେ ନିଜର ରିଲେସନର ପ୍ରମାଣ ଦେଇଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।