ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର କ୍ରିସ୍ ମୋରିସ୍ ଆଇପିଏଲ୍ ନିଲାମରେ ଇତିହାସ ସୃଷ୍ଟି କରିଛନ୍ତି । 33 ବର୍ଷୀୟ ମୋରିସଙ୍କୁ ରାଜସ୍ଥାନ ରୟାଲ୍ସ 16.25 କୋଟି ଟଙ୍କାରେ କିଣିଛି । ଏଥିସହ ସେ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି ।
ଏହି ମାମଲାରେ ସେ ଯୁବରାଜ ସିଂଙ୍କୁ ପଛରେ ଛାଡିଛନ୍ତି । ଯୁବରାଜଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ 2015 ରେ 16 କୋଟିରେ କିଣିଥିଲା । ଏହି ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର ,ବିରାଟ କୋହଲିଙ୍କ ପରେ ଆଇପିଏଲରେ ସର୍ବାଧିକ ସାଲାରୀ ପ୍ରାପ୍ତ ଖେଳାଳି ହୋଇଛନ୍ତି ।
ଆରସିବିର ବିରାଟଙ୍କ ଦରମା 17 କୋଟି । ମୋରିସ୍ ନିଲାମରେ ତାଙ୍କର ମୂଳ ମୂଲ୍ୟ 75 ଲକ୍ଷ ରଖିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ମୋରିସ୍ ଙ୍କୁ କିଣିବା ପାଇଁ ସଂଘର୍ଷ କରିଥିଲେ, କିନ୍ତୁ ଶେଷରେ ରାଜସ୍ଥାନ ଜିତିଲା ।
ଆଇପିଏଲ୍ ନିଲାମ: ସବୁଠାରୁ ମହଙ୍ଗା:
1. କ୍ରିସ୍ ମୋରିସ୍ – 2021 ରେ 16.25 କୋଟି (RR)
2. ଯୁବରାଜ ସିଂ – 2015 ରେ 16.00 କୋଟି (ଦିଲ୍ଲୀ)
3. ପ୍ୟାଟ୍ କମିନ୍ସ – 2020 ରେ 15.50 କୋଟି (KKR)
4. ବେନ୍ ଷ୍ଟୋକ୍ସ – 2017 ରେ 14.50 କୋଟି (RPS)
5. ଗ୍ଲେନ୍ ମ୍ୟାକ୍ସୱେଲ – 2021 ରେ 14.25 କୋଟି (RCB)
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚଳିତ ବର୍ଷ କ୍ରିସ୍ ମୋରିସକୁ ଦଳରୁ ବାଦ୍ ଦେଇଥିଲେ । ଗତ ସିଜନରେ ଆରସିବି ପାଇଁ ବଲ ସହିତ ମୋରିସଙ୍କର ଦୃଢ଼ ପ୍ରଦର୍ଶନ ଥିଲା । ଶେଷ ଓଭରରେ ସେ ବ୍ୟାଟିଂ ଦ୍ଵାରା ଯେକୌଣସି ବୋଲିଂ ଆକ୍ରମଣକୁ ବିଫଳ କରିବାର କ୍ଷମତା ରଖିଛନ୍ତି ।
କ୍ରିସ୍ ମୋରିସ୍ 2015 ଆଇପିଏଲ୍ ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ । ମୋରିସ୍ ପ୍ରଥମଥର ପାଇଁ ଆଇପିଏଲ୍ ରେ 2013 ସିଜନରେ CSK ତରଫରୁ ଖେଳିଥିଲେ । ସେ ଦିଲ୍ଲୀ କ୍ୟାପିଟାଲ ପାଇଁ ମଧ୍ୟ ଖେଳିଛନ୍ତି ।
କ୍ରିସ୍ ମୋରିସ୍ ଆଇପିଏଲରେ 23.95 ହାରାହାରିରେ 70 ଟି ମ୍ୟାଚ୍ ରେ ଦୁଇଟି ଅର୍ଦ୍ଧଶତକ ସହ 551 ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ସର୍ବାଧିକ ସ୍କୋର 82, ନଟ୍ ଆଉଟ୍ ।
ମୋରିସ୍ ମଧ୍ୟ 23.98 ହାରାହାରିରେ 80 ୱିକେଟ୍ ନେଇଛନ୍ତି । 23 ରନ୍ ପାଇଁ 4 ୱିକେଟ୍ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ । ମୋରିସ୍ ଙ୍କ ରୂପରେ ରାଜସ୍ଥାନ ଦଳ ଏକ ମହାନ ଅଲରାଉଣ୍ଡର ପାଇଛି । ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର ଏବଂ ଜୋଫ୍ରା ଆର୍ଚର ପୂର୍ବରୁ ଦଳ ସହ ଜଡିତ ଅଛନ୍ତି ।