ସୋସିଆଲ ମିଡିଆର ପ୍ରତି ପକ୍ଷରେ ‘ପାବରୀ’ ହେଉଛି। ଏହା ସହିତ ସବୁ ଦିଗରେ ଛାଇ ରହିଛି ପାକିସ୍ଥାନର ୧୯ ବର୍ଷୀୟ ଝିଅ ଦାନାନୀର ମୋବୀନ ବା ଗୀନା। ଇନଷ୍ଟାଗ୍ରାମରେ ୬ଫେବୃଆରୀ ଦିନ ଦାନାନୀର ‘ଆମର ପାବରୀ ହେଉଛି’ର ଭିଡିଓ ଅପଲୋଡ଼ କରିଥିଲେ ତ ସ୍ଵପ୍ନରେ ସୁଧା ଭାବି ନଥିଲେ କି ଏହାର ସୋସିଆଲ ମିଡିଆରେ ଏତେ ଅଧିକ ଚାହିଦା ବଢିଯିବ।
ସୋସିଆଲ ମିଡିଆର ପ୍ରତି ପକ୍ଷରେ ‘ପାବରୀ’ ହେଉଛି। ଏହା ସହିତ ସବୁ ଦିଗରେ ଛାଇ ରହିଛି ପାକିସ୍ଥାନର ୧୯ ବର୍ଷୀୟ ଝିଅ ଦାନାନୀର ମୋବୀନ ବା ଗୀନା। ଇନଷ୍ଟାଗ୍ରାମରେ ୬ଫେବୃଆରୀ ଦିନ ଦାନାନୀର ‘ଆମର ପାବରୀ ହେଉଛି’ର ଭିଡିଓ ଅପଲୋଡ଼ କରିଥିଲେ ତ ସ୍ବପରେ ସୁଧା ଭାବି ନଥିଲେ କି ଏହାର ସୋସିଆଲ ମିଡିଆରେ ଏତେ ଅଧିକ ଚାହିଦା ବଢିଯିବ। ରାତାରାତି ଦାନାନୀର ସେଲିବ୍ରେଟୀ ହୋଇଗଲେ ତ ସେ ଭାଲେନଣ୍ଟାଇନ ଡେ ରେ ନିଜର ୟୁଟ୍ୟୁବ ଚ୍ୟାନେଲରେ ଏକ ନୂଆ ଭିଡିଓ ଦେଇ ଏହାର ପାବରୀ ମଧ୍ୟ କରିଥିଲେ।ପାବରୀ ମାନେ ହେଉଛି ପାର୍ଟି… ଉତ୍ସବ…
ଆସନ୍ତୁ ପାର୍ଟିର ଚାହିଦା ଦେଖିବା ପୂର୍ବରୁ ଜାଣିନେବା କି ଦାନାନୀର ମୋବୀନ ଅଟନ୍ତି କିଏ? ଦାନାନୀର କଣ୍ଟେଣ୍ଟ କ୍ରିଏଟର ଅଟନ୍ତି ଏବଂ ଟୁଇଟରରେ ସେ ନିଜର ମହଜୁଦ ଠିକଣା ଇସ୍ଲାମାବାଦ ବୋଲି ଜଣାଇଛନ୍ତି। ଟୁଇଟରରେ ତାଙ୍କର ୨୯.୨K ଫୋଲଅର୍ସ ଅଛନ୍ତି।୨୦ ମାର୍ଚ୍ଚ ୨୦୨୦ରେ ସେ ଟୁଇଟରରେ ଯୋଗ ଦେଇଥିଲେ। ଜାହିର ହେଉଛି କି ପାର୍ଟିବାଲା ଭିଡିଓ ପରେ ହିଁ ତାଙ୍କ ଫୋଲଅର୍ସଙ୍କ ସଂଖ୍ୟାରେ ଦ୍ରୁତ ମାତ୍ରାରେ ବୃଦ୍ଧି ହୋଇଥିଲା। ନିଜକୁ ପ୍ରଭାବଶାଳୀ ଜଣାଇବା ସମୟରେ ଦାନାନୀର ଲେଖିଛନ୍ତି କି ଲୋକମାନଙ୍କୁ ଭଲ ପାଇବା, ହସଦେବା ଏବଂ ଦୟାଳୁ ହେବା ପାଇଁ ପ୍ରେରିତ କରିବା ତାଙ୍କର ଉଦେଶ୍ୟ ଅଟେ।
ଇନଷ୍ଟାରେ ୬ଫେବୃଆରୀ ୨୦୨୧ରେ ଦାନାନୀର ପାର୍ଟି ବାଲା ଭିଡିଓ ଅପଲୋଡ଼ କରି ରାତାରାତି ଇଣ୍ଟରନେଟରେ ପ୍ରସିଦ୍ଧ ହୋଇ ଯାଇଥିଲେ। ଇନଷ୍ଟାଗ୍ରାମରେ ଦାନାନୀରଙ୍କର 565K ଫୋଲଅର୍ସ ଅଛନ୍ତି। ଇନଷ୍ଟାଗ୍ରାମରେ ନିଜ ବାୟୋରେ ଲେଖିଛନ୍ତି କି ମୋତେ ଗୀନା ଡାକିବେ କିନ୍ତୁ ପ୍ରଥମେ ମୋର ଅସଲି ନାମ ସଠିକ ଭାବରେ କହିବା ଶିଖନ୍ତୁ। ଇନଷ୍ଟାଗ୍ରାମରେ ଦାନାନୀରଙ୍କର ୬ଫେବୃଆରୀରେ ଅପଲୋଡ଼ କରା ଯାଇଥିବା ଭିଡିଓକୁ ୩୬ଲକ୍ଷରୁ ଅଧିକ ଭ୍ୟୁ ମିଳି ସାରିଛି।
View this post on Instagram
ଦାନାନୀରଙ୍କ ମୂଳ ସଂବନ୍ଧ ପାକିସ୍ଥାନର ପେଶାବରରୁ ବୋଲି ଜଣା ଯାଉଛି। ଦାନାନୀରଙ୍କ ମେକଅପ ଆର୍ଟ ଏବଂ ଫେଶନ ଆଶ୍ଚର୍ଯ୍ୟଜନକ ଅଟେ। ତାଙ୍କର ୟୁଟ୍ୟୁବ ଚ୍ୟାନେଲ ପେଜରେ ଏହି ପ୍ରକାରର ଭିଡିଓ ମଧ୍ୟ ଦେଖାଯାଇ ପରେ। ଏହି ପେଜରେ ଦାନାନୀରଙ୍କର 44.3K ସସ୍ବକ୍ରାଇବର୍ସ ଅଟନ୍ତି। ଏହି ଚ୍ୟାନେଲରେ ଏମିତି ଭିଡିଓ ମଧ୍ୟ ଅଛି ଯେଉଁଥିରେ ଦାନାନୀରଙ୍କର ପିକନିକର ସଉକ ଥିବାର ମଧ୍ୟ ଜଣା ପଡ଼ିଛି। ସେ ପାଗଳ ସ୍ଵାସ୍ଥ୍ୟ ସହିତ ଜଡିତ ସମସ୍ୟା ଗୁଡ଼ିକ ବିଷୟରେ ମଧ୍ୟ କହିଛନ୍ତି।
ଦାନାନୀରଙ୍କର ବହୁ ପ୍ରତିଭାବାନ ବ୍ୟକ୍ତିତ୍ଵ ସହିତ ରୋଷେଇ ମଧ୍ୟ ଯୋଡି ହୋଇ ରହିଛି। ତାଙ୍କୁ ରୋଷେଇ କରିବାକୁ ଭଲ ଲାଗେ ଏବଂ ସେ ଏହା ଉପରେ ବ୍ଲଗ ମଧ୍ୟ କରୁଛନ୍ତି। ଗୀତ ଏବଂ ଚିତ୍ରର ସଉକ ବ୍ୟତୀତ ଦାନାନୀର କୁକୁର ସହିତ ମଧ୍ୟ ଯୋଡି ହୋଇ ରହିଛନ୍ତି। ପାର୍ଟିବାଲା ଭିଡିଓକୁ ନେଇ ଦାନାନୀର କହିଛନ୍ତି କି ଏହି ଭିଡିଓ ସେ ସେତେବେଳେ କରିଥିଲେ ଯେତେବେଳେ ସେ ଖୈବର ପଖ୍ତୁନଖ୍ବା ପ୍ରାନ୍ତର ବନ୍ଧୁମାନଙ୍କ ସହ ନାଥିୟା ଗଲୀ ବୁଲିବାକୁ ଯାଇଥିଲେ। ସେଠାରେ ସେ ନିଜ ବନ୍ଧୁଙ୍କ ସହିତ ଖାଦ୍ୟ ଖାଇବାପାଇଁ ଗୋଟିଏ ସ୍ଥାନରେ ଅଟକି ଥିଲେ। ସେଠାରେ ସେ ଏହି ଭିଡିଓ କରି ଇନଷ୍ଟାଗ୍ରାମରେ ଶେୟାର କରିଥିଲେ।
ଦାନାନୀରଙ୍କ ପାର୍ଟି ସୀମା ସରହଦ ପାର କରି ଭାରତରେ ପହଞ୍ଚି ଥିଲା। ଭାରତୀୟ ସଙ୍ଗୀତ ପ୍ରୋଡ୍ୟୁସର ଯୁବରାଜ ମୁଖାତେ ଏହି ଭିଡିଓର ଖବର ନେଇ ତାଙ୍କ ଉପରେ ମଜାଦାର ମୈଶଅପ ଭିଡିଓ କରିଥିଲେ ତ ଏଠାରେ ମଧ୍ୟ ଏହାକୁ ବହୁତ ଶେୟାର କରା ଯାଇଥିଲା।
View this post on Instagram
ସୋସିଆଲ ମିଡିଆରେ ଯୁବପିଢୀ ମାନଙ୍କର ପାର୍ଟିର ପାଗଳାମୀକୁ ତ ବୁଝା ଯାଇ ପାରୁଛି କିନ୍ତୁ ଭାରତର ସବୁଠାରୁ ବଡ ଉତ୍ତର ପ୍ରଦେଶର ପୋ-ଲିସ ଭାଲେନଣ୍ଟାଇନ ଡେ ରେ ଦାନାନୀରଙ୍କ ଭିଡିଓ ଶୈଳୀରେ ହିଁ ଲୋକଙ୍କୁ ସତର୍କ କରିଥିଲେ, ହେଲ୍ପଲାଇନ ନମ୍ୱର Call 112ର ଅଧିକାରୀ ଟୁଇଟର ହ୍ୟାଣ୍ଡଲରେ ଏହି ସମ୍ବାଦ ଅପଲୋଡ଼ କରା ଯାଇଛି-” ଏହା ଆମେ ଅଟୁ ଏବଂ ଏହା ଅମର କାର ଅଟେ, ଯଦି ଅଧିକ ରାତି ପାର୍ଟି ଆପଣଙ୍କୁ ବ୍ୟସ୍ତ କରୁଛି ତ ଏଇଟା ଆମ ନମ୍ବର ଅଟେ।”
Late night #PawriHoRahiHai aur aap disturb ho rahe toh call karein 112 pic.twitter.com/vc74SmtDmF
— Call 112 (@112UttarPradesh) February 14, 2021
ପାର୍ଟିର ପାଗଳାମି ପାକିସ୍ଥାନୀ କ୍ରିକେଟ ଟିମ ଏବଂ ସେଠାର ବୋର୍ଡ଼ରେ ମଧ୍ୟ ମୁଣ୍ଡ ଉଠାଇ କୁହା ଯାଉଛି। ପାକିସ୍ଥାନର ବର୍ତ୍ତମାନ ସାଉଥ ଆଫ୍ରିକାରେ ତିନୋଟି ମ୍ୟାଚର ଟି-20 ଇଣ୍ଟରନ୍ୟାସନାଲ ସିରୀଜ ଜିତିଥିଲେ ତ ପାକିସ୍ଥାନର ବ୍ଲଗର ହସନ ଅଲ୍ଲୀ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଉତ୍ସବ ପାଳନ କରୁଥିବା ପାକିସ୍ଥାନୀ ଟିମ ସହିତ କହିଥିବାର ନଜର ଆସିଥିଲେ- ଏହା ଆମେ ଅଟୁ,ଏହା ମୋ ଟିମ ଅଟେ ଏବଂ ଆମେ ପାର୍ଟି କରୁଛୁ। ପାକିସ୍ଥାନ କ୍ରିକେଟ ବୋର୍ଡ ଏହି ଭିଡିଓକୁ ଟୁଇଟ କରିଥିଲେ।
କଣ ପାଇଁ କରିଥିଲେ ଭିଡିଓ?
یہ ہماری ٹیم ہے
اور
یہ ہماری سیلیبریشن ہو رہی ہے 🙌 #PAKvSA | #HarHaalMainCricket | #BackTheBoysInGreen pic.twitter.com/69LrEJhF24— Pakistan Cricket (@TheRealPCB) February 14, 2021
Valentine’s Day pe #pawrihorihai ! Guys all around ❤️🤗 pic.twitter.com/yTuYXwsQ3B
— RJ Purkhaa (@RJ_Purkhaa) February 14, 2021
Watch till end 🤣 ,, @Usama05559432, @#PawriHoRahiHai pic.twitter.com/bHfWdWZZMO
— iamUsama🇵🇰 (@Usama05559432) February 15, 2021
Let's support our own Pakistani Talent . Pawri remix song#PawriHoRahiHai #pawri #pawrihoraihai pic.twitter.com/fS5pGxiMy4
— Ū Özil (@usama1192) February 15, 2021
"Pawri Ho Rahi Hai" girl in #Samaa Office Islamabad#DananeerMobeen….the latest social media sensation after her quirky video went viral.@DananeerM#PawriHoRahiHai pic.twitter.com/YT6TtRYBMy
— MA Muntazir (@MaqsoodMuntzir) February 15, 2021
ବୀବୀସୀ ଉର୍ଦ୍ଧୁରେ ଦେଇଥିବା ଏକ ଇଣ୍ଟରବ୍ୟୁରେ ଦାନାନୀର କହିଥିଲେ କି ଏହି ଭିଡିଓ କୁ କେବଳ ସେ ଲୋକମାନଙ୍କୁ ହସାଇବା ପାଇଁ କରିଥିଲେ। ଦାନାନୀରଙ୍କ ମୁତାବକ ତାଙ୍କୁ ପାକିସ୍ଥାନ, ଭାରତ ଏବଂ ଅନ୍ୟ ଦେଶମାନଙ୍କରୁ ମଧ୍ୟ ଏହି ପାର୍ଟି ଭିଡିଓ ଉପରେ ମଜାଦାର ପ୍ରତିକ୍ରିୟା ମିଳୁଛି। ଏମିତି ସମୟରେ ଯେତେବେଳେ ଦୁନିଆ ଗତି କରୁଛି ଏବଂ ଏତେ ଚିନ୍ତିତ ଅଛି, ମୋତେ ଖୁସି ଲାଗୁଛି କି ମୋ ମଜାଦାର ଭିଡିଓ ସୀମା ପାର କରି ଯାଇଛି ଏବଂ ତାକୁ ଏତେ ପସନ୍ଦ କରା ଯାଉଛି। ବର୍ତମାନ ଲୋକ ମୋତେ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଚ୍ୟାନେଲ ପାଇଁ ଏମିତି ଆହୁରି ମଜାଦାର ଭିଡିଓ କରିବା ପାଇଁ କହୁଛନ୍ତି।
ପାକିସ୍ଥାନରେ କେମିତି କୁହା ଯାଉଛି ବର୍ଗର୍ସ?
ଦାନାନୀର ନିଜ ପାର୍ଟି ଭିଡିଓର କ୍ୟାପଶନରେ ଲେଖିଥିଲେ- ଉତ୍ତରୀ ଅଞ୍ଚଳକୁ ଯିବାପରେ ବର୍ଗର୍ସ: ଏଠାରେ ଆମର ପାର୍ଟି ହେଉଛି। ଜଣା ଯାଉଛି କି ପାକିସ୍ଥାନରେ ବେସ୍ଟର୍ନ ଷ୍ଟାଇଲକୁ ଫଲୋ କରୁଥିବା ଲୋକ ଏବଂ ସେଠାର ଶୈଳୀକୁ ଅନୁସରଣ କରୁଥିବା ଲୋକଙ୍କୁ ବର୍ଗର କୁହାଯାଏ। ଗୋଟିଏ ପ୍ରକାରରେ ସେହି ସଂସ୍କୃତି ଅନୁସାରେ ଲକ୍ଷ ସାଧନା କରିବାର ଉଦେଶ୍ୟ ଦାନାନୀରଙ୍କ ଭିଡିଓରେ ନଜର ଆସିଛି।