ଅଟୋ ଡ୍ରାଇଭରର ଝିଅ ହେଲା ମିସ ଇଣ୍ଡିଆ ୨୦୨୦। ତାଙ୍କର ପିଲା ଦିନ ଅତ୍ୟନ୍ତ ଦୁଃଖରେ କଟିଛି

୨୦୨୦ ବର୍ଷର ମିସ ଇଣ୍ଡିଆ ଇଭେଣ୍ଟର ଫେମିନା ୧୦ ଫେବ୍ରୁଆରୀ ୨୦୨୧ରେ ହୋଇଥିଲା। ଏଥିରେ ମିସ ଇଣ୍ଡିଆରେ ପ୍ରଥମ ହେଲେ ହାଇଦ୍ରାବାଦର ମନସା। ତାଙ୍କର ଏହି ଖୁସି ଖବର ବାରଣାସୀର ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଲା। ସେହି ଫେମିନାର ଦ୍ୱିତୀୟ ସ୍ଥାନରେ ଅଟୋ ଡ୍ରାଇଭରର ଝିଅଙ୍କୁ ପୁରଷ୍କାର ଦିଆଗଲା।

ପ୍ରଶଂସାର ପାତ୍ର ହେଲେ ଅଟୋ ଡ୍ରାଇଭରଙ୍କ ଝିଅ:

ଅଟୋ ଡ୍ରାଇଭରଙ୍କ ଝିଅଙ୍କ ନାମ ମାନ୍ୟା ସିଂହ ଥିଲା ଓ ସେ ଉତ୍ତରପ୍ରଦେଶର ନିବାସୀ। ସେ ଯଦିଓ ମିସ ଇଣ୍ଡିଆରେ ପ୍ରଥମ ହୋଇପାରିଲେ ନାହିଁ, କିନ୍ତୁ ତାଙ୍କୁ ଲୋକମାନେ ଅଧିକ ପ୍ରଶଂସା କରିଥିଲେ। କାରଣ ସେ ଦେଖିବାକୁ ଅଭିନେତ୍ରୀଙ୍କ ଭଳି ସୁନ୍ଦର ଥିଲେ। ୨୦୧୭ର ମିସ ୱାର୍ଲଡ ରହିସାରିଥିବା ହରିୟାଣାର ମାନୁଷି ଛିଲ୍ଲର ଭି ସମ୍ବନ୍ଧ ସହ ପ୍ରଶଂସା କରିଥିଲେ।

ତାଙ୍କର ଏହି ଯାତ୍ରା ସହଜ ନଥିଲା:

 

View this post on Instagram

 

A post shared by Instant Bollywood (@instantbollywood)

ସେ ନିଜ ଜୀବନରେ ଅତ୍ୟନ୍ତ ଦୁଃଖ ସହି ମିସ ଇଣ୍ଡିଆରେ ପହଞ୍ଚିଥିଲେ। ସେ ଏକ ଅଟୋ ଡ୍ରାଇଭରଙ୍କ ଝିଅ ହୋଇଥିବାରୁ ତାଙ୍କୁ ଜୀବନରେ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଥିଲା।

ମାନ୍ୟା ସିଂହଙ୍କର ଚର୍ଚ୍ଚା ସୋସିଆଲ ମିଡ଼ିଆରେ:

ମାନ୍ୟା ସିଂହ ମିସ ଇଣ୍ଡିଆରେ ପ୍ରଥମ ହୋଇନଥିଲେ ମଧ୍ୟ, ତାଙ୍କର କଠିନ ପରିଶ୍ରମ ଓ ଲକ୍ଷ୍ୟ ଦେଖି ଲୋକମାନେ ତାଙ୍କୁ ପ୍ରଶଂସା କରୁଥିଲେ। ଏହା ସହ ତାଙ୍କର ଚର୍ଚ୍ଚା ମଧ୍ୟ ସୋସିଆଲ ମିଡ଼ିଆରେ ପ୍ରସାରିତ ହୋଉଥିଲା।

ମାନ୍ୟାଙ୍କ ସଂଘର୍ଷ ସହଜ ନଥିଲା:

ମାନ୍ୟା ଏକ ଅଟୋ ଡ୍ରାଇଭରର ଝିଅ ହୋଇଥିବାରୁ, ତାଙ୍କର ଜୀବନ ଏତେ ସୁଖମୟ ନଥିଲା। ସେମାନଙ୍କ ପରିବାର ବହୁତ ରାତି ବିନା ଖାଦ୍ୟ ଓ ନିଦ୍ରା ରେ କଟାଇଛନ୍ତି। ମାନ୍ୟା ଅପରାହ୍ନ ସମୟରେ ଅନେକ କୋଷ ଅତିକ୍ରମ କରି ସମୟ ଅତିବାହିତ କରୁଥିଲେ।

ସେ କିଶୋର ସମୟରୁ କାମ କରୁଥିଲେ:

ମାନ୍ୟା ଏକ ଅଟୋ ଚାଳକଙ୍କର ଝିଅ ଥିଲେ। ସେ ଅତ୍ୟନ୍ତ ଗରୀବରେ ଜୀବନ କାଟିଛନ୍ତି। ଏହି କାରଣରୁ ସେ କେବେ ସ୍କୁଲ ଯାଇନଥିଲେ। ତେଣୁ ଗରିବକୁ ଦୁର କରିବା ପାଇଁ ସେ କିଶୋର ସମୟରୁ କାମ ମଧ୍ୟ କରି ଆସିଛନ୍ତି। ତାଙ୍କର ଏହି ସଫଳତା ଝାଳ, ରକ୍ତ, ଲୁହ ଦ୍ୱାରା ପାଇଛନ୍ତି ବୋଲି ଏକ ଇଣ୍ଟରଭ୍ୟୁରେ କହିଥିଲେ।

ମାନ୍ୟା କେବଳ ସେତିକି ନୁହେଁ, ଆହୁରି ମଧ୍ୟ କଷ୍ଟ ସହିଥିଲେ। ତାଙ୍କର ଡିଗ୍ରୀ ପାଇଁ ତାଙ୍କ ଘରେ ଥିବା ଗହଣାକୁ ବନ୍ଧକ ରଖିଥିଲେ। ସେ ଦିନରେ ପାଠପଢ଼ିବା ସହ ସନ୍ଧ୍ୟାରେ ବାସନ ମାଜିବାକୁ ଓ ରାତ୍ରିରେ କଲସେଣ୍ଟରକୁ ଯାଉଥିଲେ।

ମାନ୍ୟା ଷ୍ଟେଜ ଉପରେ କଣ କହିଥିଲେ:

ମାନ୍ୟାଙ୍କ ଖୁସି ପାଇଁ ତାଙ୍କ ପରିବାରର ଲୋକ ଅନେକ ତ୍ୟାଗ କରିଥିଲେ। ସେ ଅଟୋ ଭଡ଼ା ବଞ୍ଚାଇବା ପାଇଁ ବହୁତ ରାସ୍ତା ଚାଲି ଚାଲି ଯାଉଥିଲେ। ତାଙ୍କ ପିତା, ମାତା, ଓ ଭାଇଙ୍କୁ ସମ୍ମାନ କରି କହିଥିଲେ ଯେ, ଯିଏ ନିଜର ଲକ୍ଷ୍ୟ ପୂରଣ ପାଇଁ ଜୀବନସାରା ସଂଘର୍ଷ କରିଛି, ସେ କେବେହେଲେ ବିଫଳ ହେବ ନାହିଁ।

Leave a Reply

Your email address will not be published. Required fields are marked *