ସୋସିଆଲ ମିଡ଼ିଆରେ ଏକ କୁକୁରର ଭିଡିଓ ଭାଇ-ରାଲ ହେଉଛି। ଯେଉଁଠି ଦେଖାଯାଇଛି କି, କୁକୁରଟି ତିନିଦିନ ଧରି କିଭଳି ଭାବେ ତା ମାଲିକଙ୍କୁ ଉତ୍ତରାଖଣ୍ଡର ଚମେଲୀ ଜିଲ୍ଲାର ତପୋବନ ସୁଡ଼ଙ୍ଗ ପାଖରେ ଅପେକ୍ଷା କରିଛି।
ଉତ୍ତରାଖଣ୍ଡର ଚମେଲୀ ଜିଲ୍ଲାରେ ଆସିଥିଲା ଏକ ବନ୍ୟା। ଯେଉଁଥିରେ ତପୋବନ- ବିଷ୍ଣୁଗଡ଼ ପରିଯୋଜନାର ସୁଡ଼ଙ୍ଗରେ ଫସିଥିବା ଲୋକମାନଙ୍କ ପାଇଁ ରେ-ସକ୍ୟୁ ଅପରେସନ ଚାଲିଛି। ସେହି ଅପରେସନରେ ଫସିଥିବା ଲୋକମାନଙ୍କ ସହ ମିଶିଯାଇଥିଲା କୁକୁରଟି। ସେଥିପାଇଁ ସେଠାରେ ସେ ୩ଦିନ ଧରି ଅପେକ୍ଷା କରିଛି।
ସେଥିରୁ ବଞ୍ଚି-ଥିବା ଲୋକ କଣ କହିଲେ:
This will melt your heart. He is blackie & he is most probably waiting for his owner to be rescued from the tapovan tunnel. What a heartwarming story. Via @AFP pic.twitter.com/yVG6A58DTW
— Parveen Kaswan, IFS (@ParveenKaswan) February 12, 2021
ଯେତେବେଳେ ବନ୍ୟା ହେଲା ସେତେବେଳେ ସେହି କୁକୁରଟି ସେଠାରେ ନଥିଲା। ପରେ ଯେତେବେଳେ ଫେରିଲା ସେଠାରେ ସବୁ ବଦଳିଯାଇଥିଲା। ଯେଉଁ ଲୋକମାନେ ସବୁଦିନ ଦେଖାଯାଆନ୍ତି, ଏବେ ଦେଖାଯାଉ ନଥିଲେ। ସେଠାରେ ସେମାନଙ୍କ ପାଇଁ କୁକରଟି ଅପେକ୍ଷା କରିଛି। ସେଥିରୁ ବଞ୍ଚି-ଥିବା ୩୪ ବର୍ଷର ରଜିନ୍ଦର କୁମାର କହିଥିଲେ ଯେ, ସେ କୁକୁର କୁ ଆମେ ସବୁବେଳେ ଖାଇବାକୁ ଦଉଥିଲୁ ଓ ଆମ କାମ ସରିଲା ପରେ ସେ ମଧ୍ୟ ଚାଲି ଯାଉଥିଲା।
କୁକରଟିର ଜନ୍ମ:
କୁକୁରର ନାମ ବ୍ଳାକି ଥିଲା। ସେ ଜନ୍ମହେବା ଠାରୁ ତାଙ୍କସହ ରହୁଥିଲା। ବନ୍ୟା ହେବା ପୂର୍ବରୁ ସେ ତଳକୁ ପଳେଇଥିଲା। ପରେ ଯେବେ ଫେରିଲା, ସେବେ ସେଠାରେ କୌଣସି ଚିହ୍ନା ଲୋକ ନଥିବାର ଦେଖି ଦୁଃଖ କରିଥିଲା।
ବ୍ଳାକିର ଦୁଃଖ:
ବ୍ଳାକି ପାଇଁ ସେହି ସ୍ଥାନ ଅପରିଚିତ ହେଇଯାଇଥିଲା। ସେ ସଦାବେଳେ ସୁଡ଼ଙ୍ଗ ପାଖରେ ବସି ରହୁଥିଲା। ସୁରକ୍ଷାକାରୀ ଦଳ ତାକୁ ଯେତେ ଗୋଡେଇଲେ ମଧ୍ୟ କିଛି ସମୟ ପରେ ସେ ସେଠାକୁ ଆସିଯାଉଥିଲା। ଏବେ ସେମାନେ ବ୍ଳାକିର ଦେଖାଶୁଣା କରୁଛନ୍ତି। ଏବଂ ଆଶା କରାଯାଉଛି କି ସେ ତାର ଚିହ୍ନା ଲୋକଙ୍କ ସହ ଶୀଘ୍ର ଦେଖା ହୋଇଯାଉ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।