ଆପଣ ଜାଣିଥିବେ ଯେ, ବର୍ତ୍ତମାନ ସମୟରେ ପେଟ୍ରୋଲ ଓ ଡିଜେଲର ଦର ବଡ଼ି ଚାଲିଛି। କେତେକ ସ୍ଥାନରେ ପ୍ରିମିୟମ ପେଟ୍ରୋଲର ଦାମ ୧୦୦ରୁ ଅଧିକ ହେଲାଣି। କିନ୍ତୁ ଦକ୍ଷିଣ ଭାରତର ତାମିଲନାଡ଼ୁ ଜିଲ୍ଲାର କଋର ସହରରେ ଏକ ପମ୍ପ ତାର ଗ୍ରାହକଙ୍କ ପାଇଁ ନୂଆ ଅଫର ଆଣିଛି। ସେହି ଅଫରଟି ହେଲା, ଯଦି ଗ୍ରାହକଙ୍କ ଛୁଆ ତିଋକ୍କୁରଳ ବା ତାମିଲ ଶାସ୍ତ୍ରୀୟ ଗ୍ରନ୍ଥର ଦୋହା ଶୁଣାଇବେ, ତେବେ ଫ୍ରିରେ ମିଳିବ ପେଟ୍ରୋଲ। ଯଦି ୨୦ଟି ଦୋହା ବୋଲନ୍ତି ତେବେ ୧ ଲିଟର ତେଲ ମିଳିବ। ଯଦି ୧୦ଟି ଦୋହା ବୋଲନ୍ତି, ତେବେ ଅଧା ଲିଟର ତେଲ ମିଳିବ।
ଏପ୍ରିଲ ଶେଷ ଯାଏଁ ଅଫରଟି ରହିବ:
ଏହି ଅଫରଟି ପୂର୍ବ ମାସରେ ପଡ଼ିଥିବା ତିଋବଲ୍ଲବୁର ଦିବସ ଅବସରରେ ଆରମ୍ଭ ହୋଇଥିଲା। ଏଥିରେ ଗ୍ରାହକଙ୍କ ଛୁଆ ୧ମ ଶ୍ରେଣୀରୁ ଆରମ୍ଭ କରି ୧୧ତମ ଶ୍ରେଣୀ ମଧ୍ୟରେ ହୋଇଥିଲେ ଭାଗ ନେଇପାରିବେ। ସେମାନେ ଯେଉଁ ଦୋହା ଶୁଣାଇବେ, ତାହା ଲେଖିକରି ପ୍ରଥମେ ଦେବେ। ସେମାନେ ତାଙ୍କ ପିତା ମାତାଙ୍କ ସହ ଆସିବା ଜରୁରୀ। ସେମାନେ ଏହି ଅଫରକୁ ଅନେକ ଥର ବ୍ୟବହାର କରିପାରିବେ, କିନ୍ତୁ ସେମାନଙ୍କୁ ସବୁବେଳେ ନୂତନ ଦୋହା ଶୁଣାଇବାକୁ ପଡ଼ିବ।
ଏହି ଅଫରର ଉଦ୍ଦେଶ୍ୟ କଣ ରହିଛି:
ଏହି ଅଦ୍ଭୁତ ପ୍ରକାରର ଅଫର ବଲ୍ଲୁବର କଲେଜ ଅଫ ସାଇନ୍ସ ଆଣ୍ଡ ମ୍ୟାନେଜମେଣ୍ଟ ର ଅଧ୍ୟକ୍ଷ କେ. ସେନଗୁଟ୍ଟୁବନ ଓ ଇଣ୍ଡିଆନ ପେଟ୍ରୋଲ ପମ୍ପର ମାଲିକଙ୍କ ଦ୍ୱାରା ହୋଇଥିଲା। ଏହି ଅଫରର ଉଦ୍ଦେଶ୍ୟ ଥିଲାକି, ସମସ୍ତ ଛାତ୍ରଙ୍କୁ ଦୋହା ଶିଖାଇବା ପାଇଁ। ଏହି ଅଫର ଦ୍ୱାରା ଗୁରୁବାର ଯାଏଁ ପ୍ରାୟ ୧୪୭ ଜଣ ଛାତ୍ର ଦୋହା ଶୁଣାଇ ସାରିଲେଣି। ରଚିତ ହୋଇଥିବା ତିଋକ୍କୁରଳର କବି-ସନ୍ଥ ତିରୁବଲ୍ଲୁବରର ମହାନ ରଚନାତ୍ମକ ଅଟନ୍ତି।