‘କୁକୁର ମନୁଷ୍ୟର ସବୁଠାରୁ ବିଶ୍ଵସ୍ତ ବନ୍ଧୁ ହୋଇଥାଏ।’ ଏହି କଥା ଆପଣ ଲକ୍ଷ ଥର ଶୁଣି ସାରିଥିବେ। ଏହାର ଅନେକ ଉଦାହରଣ ମଧ୍ୟ ଦେଖିଥିବେ। କିନ୍ତୁ କଣ ଆପଣ କେବେ ଏହା ଭାବିଛନ୍ତି କି ବିଶ୍ଵସ୍ତତା ଦୁଇ ପକ୍ଷରୁ ମଧ୍ୟ ହେବା ଆବଶ୍ୟକ। ଅର୍ଥାତ ଯେଉଁ ପ୍ରକାରରେ କୁକୁର ମନୁଷ୍ୟର ଧ୍ୟାନ ରଖିଥାଏ, ଠିକ ସେମିତି ହିଁ ମନୁଷ୍ୟକୁ ମଧ୍ୟ ଏହି କୁକୁରମାନଙ୍କୁ ରଖିବା ଉଚିତ। ବର୍ତମାନ ଏହି କଥାକୁ ୬୫ବର୍ଷୀୟ ଜଣେ ବେଘର ମହିଳା ବହୁତ ଭଲରେ ବୁଝାଇ ଦେଇଛନ୍ତି।
ବାସ୍ତବରେ ବର୍ତ୍ତମାନ ଇଣ୍ଟରନେଟରେ ଜଣେ ବୃଦ୍ଧ ମହିଳା ଏବଂ କୁକୁରମାନଙ୍କର ପ୍ଲାଷ୍ଟିକ ବ୍ୟାଗରେ ବସିଥିବାର କିଛି ଫଟୋ ବହୁତ ଜୋରରେ ଭାଇ-ରାଲ ହେଉଛି। ଏହି ଫଟୋ ମେକ୍ସିକୋର ତିଜୁଆନାର ରାସ୍ତା କଡର ଅଟେ। ଏଠାରେ ଲୁଜ ମାରିୟା ଓମ୍ଲେଡୋ ବେଲ୍ଟ୍ରାନ ବା Chole ନାମକ ଜଣେ ମହିଳା କଳା ପ୍ଲାଷ୍ଟିକ ବ୍ୟାଗରେ ୬ଟି କୁକୁରଙ୍କ ସହିତ ରହୁଛନ୍ତି। ଥଣ୍ଡା,ବର୍ଷା ଏବଂ ଗରମ ପ୍ରତ୍ୟେକ ପାଗରେ ସେ ଏହି କୁକୁରମାନଙ୍କର ଧ୍ୟାନ ରଖୁଛନ୍ତି।
ଯେତେବେଳେ ପୋ-ଲିସ ମହିଳାଙ୍କୁ ପ୍ଲାଷ୍ଟିକ ବ୍ୟାଗରେ ରହୁଥିବାର ଦେଖିଥିଲେ ତ ତାଙ୍କୁ ଏକ ଆଶ୍ରୟସ୍ଥଳୀ ଗୃହରେ ରଖିବା ପାଇଁ କହିଥିଲେ। ହେଲେ ମହିଳା ଏହା କହି ଯିବାକୁ ମନା କରିଦେଇଥିଲେ କି ‘ସେଠାର ଆଶ୍ରୟସ୍ଥଳୀ ଗୃହରେ କୁକୁରମାନଙ୍କୁ ରଖିବାକୁ ଅନୁମତି ଦିଆଯିବ ନାହିଁ। ମୁଁ ଏହି କୁକୁରମାନଙ୍କୁ ବେସାହାରା ଭାବରେ ଛାଡ଼ି ପାରିବି ନାହିଁ।’
କୁକୁରମାନଙ୍କ ଯତ୍ନ ବଦଳରେ ମହିଳାଙ୍କୁ ତାଙ୍କ ଠାରୁ ସୁରକ୍ଷା, ଉଷ୍ମତା ଏବଂ ବହୁତ ଅଧିକ ଭଲପାଇବା ମିଳୁଛି। ପୋ-ଲିସଙ୍କ ଜୋର ଜବରଦସ୍ତି ଯୋଗୁଁ ମହିଳା ଜଣଙ୍କ ଗୋଟିଏ ରାତି ନିଜ ପୁଅ ଘରେ ବିତେଇ ଥିଲେ, କିନ୍ତୁ ପୁଣି ସେ ରାସ୍ତା କଡକୁ ଆସି ପ୍ଲାଷ୍ଟିକ ବ୍ୟାଗରେ କୁକୁରମାନଙ୍କ ସହିତ ରହିବାକୁ ଲାଗିଥିଲେ। ସେ ଏହି ଅସମର୍ଥ ପ୍ରାଣୀମାନଙ୍କୁ ଏହି ଥଣ୍ଡାରେ ଏକୁଟିଆ ଛାଡ଼ିବାକୁ ଚାହୁଁନାହାଁନ୍ତି।
ଏହି ପୂରା ଘଟଣାକୁ ଫଟୋଗ୍ରାଫର Omar Camarillo କ୍ୟାମେରାରେ ବନ୍ଦି କରି ନେଇଛନ୍ତି। ବହୁତ ଶୀଘ୍ର ଏହି ଫଟୋ ସୋସିଆଲ ମିଡିଆରେ ଭାଇ-ରାଲ ହେବାକୁ ଲାଗିଛି। ଯିଏ ମଧ୍ୟ ଏମାନଙ୍କୁ ଦେଖୁଛନ୍ତି ସେମାନଙ୍କ ହୃଦୟ ଭରି ଯାଉଛି। ସେମାନଙ୍କୁ ମହିଳା ଜଣଙ୍କ ଏମିତି ଭାବରେ ରହିବାକୁ ନେଇ ଦୁଃଖ ତ ହେଉଛି, କିନ୍ତୁ ଏହି କଥାକୁ ନେଇ ଖୁସି ମଧ୍ୟ ଲାଗୁଛି କି ସେ ନିଜର ଖରାପ ଅବସ୍ଥା ପରେ ମଧ୍ୟ କୁକୁରମାନଙ୍କୁ ଦୟା କରୁଛନ୍ତି।
ଧିରେ ଧିରେ ଅନେକ ଲୋକ ଏହି ବୃଦ୍ଧ ମହିଳାଙ୍କ ସାହାଯ୍ୟକୁ ଆଗକୁ ଆଣିବାକୁ ଲାଗିଛନ୍ତି। ଜଣେ ସ୍ଥାନୀୟ ମହିଳା Alejandra Choleଙ୍କୁ ସାହାଯ୍ୟ କରିବା ପାଇଁ ସୋସିଆଲ ମିଡିଆରେ ଅଭିଯାନ ମଧ୍ୟ ଦେଇଥିଲେ ତାଙ୍କର ଏହି ପରିଶ୍ରମର ମୂଲ୍ୟ ମଧ୍ୟ ରହିଥିଲା। ବର୍ତମାନ Chole ନିଜର ୬ଟି କୁକୁରଙ୍କ ସହିତ ଏକ ଆଶ୍ରୟସ୍ଥଳୀ ଗୃହରେ ରହୁଛନ୍ତି। ସେ ସରକାରଙ୍କ ଠାରୁ ଆଶା ରଖିଛନ୍ତି କି ତାଙ୍କ ସହିତ କିଛି ଅଧିକ କୁକୁରଙ୍କୁ ମଧ୍ୟ ଏଠାରେ ଆଶ୍ରୟ ଦିଆଯାଉ।
ଏମିତିରେ ଆପଣଙ୍କୁ ଏହି ଅଜବ ମହିଳାଙ୍କ ଘଟଣାଟି କେମିତି ଲାଗିଲା? ମୁଁ ଏବଂ ଆପଣମାନେ ମଧ୍ୟ ଏହି ମହିଳାଙ୍କ ଠାରୁ ବହୁତ କିଛି ଶିଖି ପାରିବେ। ପରିଶେଷରେ ଏହି ଆର୍ଟିକିଲ ପସନ୍ଦ ଆସିଛି ତ ଏହାକୁ ଅଧିକରୁ ଅଧିକ ଶେୟାର କରନ୍ତୁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।