ଆପଣ ଜାଣିଥିବେ ଯେ, ଅଦା ଖାଇବା ଦ୍ୱାରା କିଭଳି ଭାବେ ଆମ ପାଇଁ ଲାଭଦାୟକ ହୋଇଥାଏ। ଅଦାକୁ ଆଜି ଆମେ ସାଲାଡ଼ ତିଆରି କରିବା। ଯାହା ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥାଏ। ଏହାର ଏକ ଉପକାରିତା ଆମ ଶରୀରର ରୋଗ ଦୁର ପାଇଁ ରହିଛି।
ଅଦାର ସାଲାଡ଼ ତିଆରି କରିବା:
ପ୍ରଥମେ ଏକ ବଡ଼ ଅଦା ଓ ଏକ ଧାରୁଆ ଛୁରୀ ନିଅନ୍ତୁ। ସେହି ଛୁରୀ ସାହାଯ୍ୟରେ ଅଦାରୁ ଚୋପା ଛଡ଼ାଇ ଦିଅନ୍ତୁ। ପରେ ଚୋପାଛଡ଼ା ଅଦାକୁ ଲମ୍ବା ଓ ସରୁ ଭାବେ କାଟି ଦିଅନ୍ତୁ। କଟା ଅଦାକୁ ଏକ ପାତ୍ରରେ ରଖନ୍ତୁ। ଅଦାର ସାଲାଡ଼ ତିଆରି ପାଇଁ ଆମକୁ ଏକ ବଡ଼ ଲେମ୍ବୁ ଓ ସ୍ୱାଦ ଅନୁସାରେ ସୈନ୍ଧବ ଲୁଣ କିମ୍ବା ବିଟଲୁଣ ନେବା। ପରେ ସବୁ ମିଶାଇ ଦିଅନ୍ତୁ। ଆପଣଙ୍କର ସାଲାଡ଼ ପ୍ରସ୍ତୁତ ହୋଇଗଲା।
ଅଦା ଦ୍ୱାରା ଆମେ ପାଉଥିବା ସାହାଯ୍ୟ:
ଅଦାରେ ଅନେକ ପ୍ରକାରର ଭିଟାମିନ ଓ ମିନେରାଲ ରହିଛି, ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରୁ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ। ଏହି ଅଦାରୁ ଆମେ ଉର୍ଜା ବା ଶକ୍ତି ପାଇଥାଉ। ଯାହା ଆମ ଶରୀରରୁ ରୋଗମୁକ୍ତ କରିବାରେ ସାହାଯ୍ୟ କରେ। ଏହା ଆମ ଶରୀରରୁ ଏଲର୍ଜି ଓ ଇଂଫେକ୍ସନ ରୁ ବଞ୍ଚାଇଥାଏ।
ଅଦାର ବ୍ୟବହାର:
ଏହି ଅଦାକୁ ଆମେ ବିଭିନ୍ନ ରୂପରେ ବ୍ୟବହାର କରିଥାଉ। ଥଣ୍ଡା କିମ୍ବା କାଶ ହେଲେ ଘରୋଇ ରାମବାଣ ଅଦାର ଗାଢ଼ା ଅଥବା ଅଦାର ଚାହା ହୋଇଥାଏ। ଏହାକୁ ଖାଇଲେ ଆମ ଶରୀରକୁ ସୁସ୍ଥ ଅନୁଭୂତି ହୋଇଥାଏ। ଅଦାରେ ଗୁଜୁରାତି, ତୁଳସୀ, ଲେମ୍ବୁ ମିଶାଇ ସେବନ କଲେ, ଆପଣଙ୍କୁ ବହୁତ ଆରାମ ମିଳିଥାଏ।
ପାଚନ ପ୍ରକ୍ରିୟାରେ ଅଦାର ଗୁଣକାରୀ:
ପାଚନ ପ୍ରକ୍ରିୟାକୁ ଶକ୍ତ କରିବା ପାଇଁ ଅଦାର ଆବଶ୍ୟକତା ହୋଇଥାଏ। ଏହାକୁ ସେବନ କଲେ ପାଚନ ପ୍ରକ୍ରିୟା ସୁଦୃଡ଼ ହୋଇଥାଏ। ଏହା ମଧ୍ୟ ପେଟ ଯନ୍ତ୍ରଣା ତଥା ଗ୍ୟାସ ଭଳି ସମସ୍ୟାକୁ ଦୁର କରିଦେଇଥାଏ। ଶୀତଦିନେ ଏହାକୁ ସେବନ କଲେ ଆପଣଙ୍କ ଶରୀରକୁ ଗରମ ରଖିଥାଏ।
ଅଦାକୁ ଖାଇଲେ କଣ ହୁଏ:
ଅଦାକୁ ଖାଇବା ଦ୍ୱାରା ଆପଣଙ୍କର ମୋଟାପଣ କମେଇବ। ଏଥିରେ କେରୋଟିସନ ନାମକ ଭିଟାମିନ ଅଛି। ଯାହାଦ୍ୱାରା କି ଶରୀରରେ ଜମିଥିବା ଚର୍ବିକୁ କମାଇଥାଏ।
ଅଦାର ସାଲାଡ଼ ଖାଇଲେ କଣ ହୁଏ:
ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ଅଟେ। ଏହାକୁ ଖାଇବା ଦ୍ୱାରା ଆପଣଙ୍କର ଅନେକ ରୋଗ ଯେମିତି କି, ବାତ ରୋଗ, ଜଏଣ୍ଟ ପେନ, କ୍ୟାଲସିୟମ ଅଭାବ, ଦୁର୍ବଳତା ଓ ପେଟଜନିତ ରୋଗ ଆଦି ଭଲ ହେଇଯିବ। ଏହାକୁ ଏକ ସପ୍ତାହ ଯାଏଁ ଷ୍ଟୋର କରିପାରିବେ। ଅଦା ଶରୀରକୁ ଗରମ କଲେ ମଧ୍ୟ ଅଦାର ସାଲାଡ଼ ଆପଣଙ୍କୁ ଥଣ୍ଡା ଦେବ।