ସମୁଦ୍ର ଭିତରରୁ ହଠାତ ବାହାରି ଆସିଥିଲା କୁମ୍ଭୀର। ଏବଂ ସେ କିପରି ସାର୍କକୁ ଶିକାର କଲା, ଦେଖନ୍ତୁ ଭିଡିଓ

ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇ-ରାଲ ହେଉଛି। ସେହି ଭିଡିଓଟି ଅଷ୍ଟ୍ରେଲିଆର ଅଟେ। ଯେଉଁଥିରେ ଦେଖାଯାଉଛି କି, କିପରି ଏକ କୁମ୍ଭୀର ହଠାତ ସମୁଦ୍ର କୂଳକୁ ଚାଲିଆସିଥିଲା। ଏବଂ ସେଠାରେ ଥିବା ଏକ ସାର୍କକୁ ଖାଇଦେଇ ଥିଲା।

ସାର୍କ ହେଲା କୁମ୍ଭୀରର ଶିକାର:

ଯେତେବେଳେ ସାର୍କଟି ସମୁଦ୍ରକୂଳରେ ପଡ଼ିରହିଥିଲା, ସେତେବେଳେ ଏହାର ସୁଯୋଗ ନେଇ କୁମ୍ଭୀରଟି ସାର୍କର ଶିକାର କରିଥିଲା। ଏହି ଘଟଣାଟି ଅଷ୍ଟ୍ରେଲିଆର ସୁଦୂର ଉତ୍ତର କ୍ୱିନ୍ସଲ୍ୟାଣ୍ଡର କୈଶୋବରୀ କୁଳରେ (ସମୁଦ୍ର କୁଳ) ଘଟିଥିଲା।

କିପରି ସେହି ଛୋଟ ସାର୍କଟି ସମୁଦ୍ରକୂଳରେ ପହଞ୍ଚିଥିଲା:

N Z Heraldଙ୍କ କହିବା ଅନୁସାରେ, yvonne palmer ଏହି ରବିବାର ଦିନ ସୁଦୂର ଉତ୍ତର କ୍ୱିନ୍ସଲ୍ୟାଣ୍ଡର କୈଶୋବରୀ କୁଳରେ (ସମୁଦ୍ର କୂଳରେ) ମାଛ ଧରୁଥିଲେ। ସେଠାରେ ସେ ୨ଟି ଛୋଟ ସାର୍କ ଦେଖିଥିଲେ। ସେହି ୨ ସାର୍କଙ୍କ ମଧ୍ୟରୁ ଗୋଟେ ପାଣିରୁ ଉପରକୁ ଉଠିଆସିଥିଲା। ପାମର ବିଚାର କଲେ କି, ସାର୍କକୁ ସମୁଦ୍ର ଭିତରେ ଛାଡିବା ପାଇଁ। କିନ୍ତୁ କୂଳରୁ ୧୩ ଫୁଟ ଦୂରରେ ଥିବା କୁମ୍ଭୀର ପାମରଙ୍କୁ ଶିକାର କରିବା ପାଇଁ ଗୋଡ଼ାଇଥିଲା। ତେଣୁ ସେ ସାର୍କର ଜୀବନ ରକ୍ଷା କରିପାରିଲେ ନାହିଁ। ପରେ କୁମ୍ଭୀରଟି ପାଣିରୁ ବାହାରି ଆସି ସାର୍କକୁ ଶିକାର କରିଥିଲା।

ଭିଡିଓଟି ଭାଇ-ରାଲ ହେଲା କିପରି:

ଯେତେବେଳ ଠାରୁ ସାର୍କକୁ ପାମର ଦେଖାଦେଇ ଥିଲା, ସେତେବେଳ ଠାରୁ ସେ ଫୋନରେ ରେକଡିଂ କରୁଥିଲେ। ଯାହା ଦ୍ୱାରା କି ଏକ କୁମ୍ଭୀର କିପରି ହଠାତ ପାଣିରୁ ବାହାରି ଆସି ସାର୍କର ଶିକାର କରିଥିଲା, ତାହାର ପ୍ରମାଣ ରହିଛି। ପରେ ଏହି ଭିଡିଓକୁ ପାମର ସେୟାର କରିଥିଲେ। ଏହି ଭିଡିଓଟି ଅନେକ ସାଇଟରେ ୧୦୦୦ରୁ ଅଧିକ ଥର ଦେଖାସରିଛି।

କାହିଁକି ସେଠାରେ ମାଛ ଧରିବାରେ ଅଟକ କାରାଯାଇଛି:

ଜଣେ ଫେସବୁକ ୟୁଜର ଲେଖିଥିଲେ କି,” ମୁଁ ବୁଝିପାରୁନି ଯେ, ସେଠାରେ ଅଧିକ ମାତ୍ରାରେ କୁମ୍ଭୀର ଥିବାର ଜାଣିଲା ପରେ ବି ଲୋକମାନେ ସେହି କୂଳକୁ ଯାଇ ମାଛ ଧରୁଛନ୍ତି। ସମାଚାର ୱେବସାଇଟ ପର୍ଥ ନାଓ ଅନୁସାରେ, ସେଠାରେ କାହିଁକି ବନ୍ଧକ ଥିଲା ମାଛ ଧରିବାର ତାହା ଏହି ଭିଡିଓ ରୁ ସ୍ପଷ୍ଟ ଜଣାପଡୁଛି। ତେଣୁ ସେଠାକୁ ଯିବା ଅର୍ଥାତ କୁମ୍ଭୀରର ଶିକାର ହେବା ସହ ସମାନ ହେବ।

Leave a Reply

Your email address will not be published. Required fields are marked *