ରାଜ୍ୟରେ କରୋନା ମହାମାରୀର ପ୍ରକୋପ କମିବାରୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲାଯାଇଛି। ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବା ପାଇଁ ଗାଁରୁ ସହରକୁ ଆସନ୍ତି। କିନ୍ତୁ ଘରୁ ବାହାରିଲା ପରେ ତାଙ୍କର ପ୍ରେମ ସପ୍ତାହରେ ମନ ଲାଗିଯାଇଥାଏ। ପୁରୀ ସହରରେ ପ୍ରତିବର୍ଷ ଏହି ଦିନରେ ବିଭିନ୍ନ କଲେଜରୁ ଭିଡିଓ ଭାଇ-ରାଲ ହୁଏ। ଏହି ବର୍ଷ ବି ଭାଇ-ରାଲ ହୋଇଛି ଏକ ଅବିଶ୍ୱସନୀୟ ଭିଡିଓ।
ପ୍ରେମିକା ପିନ୍ଧିଲା ସିନ୍ଦୁର:
ପୁରୀର ମଙ୍ଗଳାଘାଟ- ଷ୍ଟ୍ରଲିଂର ବାଇପାସ ସଡ଼କରେ ଜଣେ ପ୍ରେମିକ ତାର ପ୍ରେମିକାକୁ ସିନ୍ଦୁର ପିନ୍ଧାଇଛି। ସିନ୍ଦୁର ପିନ୍ଧିଲା ପରେ ପ୍ରେମିକା ପ୍ରେମିକକୁ ମୁଣ୍ଡରେ ଓଢଣୀ ଦେଇ ଜୁହାର ହୋଇଛି। ଏହି ଘଟଣା ଟି କଲେଜ ଯିବା ସମୟରେ ହୋଇଛି। ସେ ଦୁହେଁ ଏକା କଲେଜର ବୋଲି ଜଣାପଡ଼ିଛି, ସେମାନଙ୍କ ୟୁନିଫର୍ମ ରୁ। ଏହି ୭ ସେକେଣ୍ଡର ଭିଡିଓ ସୋସିଆଲ ମିଡ଼ିଆରେ ଅତି ଜୋରରେ ଭାଇ-ରାଲ ହେଉଛି।
ଭିଡିଓ ଭାଇ-ରାଲ ହେଲା କିପରି?
ଏହି ଭିଡିଓ ଟି ଶୁକ୍ରବାର ଦିନ ସଖାଳର ଅଟେ। ଏହି ଭିଡିଓ କୁ ସୁଟିଂ କରିବାରେ ତାଙ୍କ ସାଙ୍ଗର ସାହାଯ୍ୟ ନେଇଛନ୍ତି। ଏହା ଜଣାପଡ଼ୁଛି ଯେ, ତାଙ୍କ ଅନୁମତିରେ ଭିଡିଓ ସୁଟିଂ ହୋଇ ସେୟାର କରାଯାଇଛି। ଏହି ଭିଡିଓ କୁ ଅଧିକ ପ୍ରଶ୍ନ ନକରି ଲୋକମାନେ ଫେସବୁକ, ହ୍ଵାଟ୍ସଆପ ରେ ଷ୍ଟାଟସ ଦେଇଚାଲିଛନ୍ତି। ଯାହା ଫଳରେ ଏହା ବର୍ତ୍ତମାନ ଯାଏଁ ୧୦୦୦ରୁ ଅଧିକ ଦେଖିସାରିଲେଣି।