ଅଧିକ ସ୍ଥାନରେ ଆମେ ବସରେ ପୁରୁଷ କଣ୍ଡକ୍ଟର ଦେଖିଥାଉ। କିନ୍ତୁ ଉତ୍ତରପ୍ରଦେଶ ର ଗୋରଖ ପୁର ଠାରେ ଏକ ରୋଡ଼ ଵେଜ ବସ ରେ ଜଣେ ମହିଳା କଣ୍ଡକ୍ଟର ଥିବାର ଦେଖାଯାଇଛି। ତାର କଷ୍ଟଦାୟକ ଯେ, ସେ ତାର ୫ ମାସର ଝିଅକୁ କୋଳ କରି ବସ ରେ ୧୬୫ କି.ମି. ବୁଲି ଟିକେଟ ସଂଗ୍ରହ କରୁଛନ୍ତି। ସେ ନିଜର ଅବକାଶ ପାଇଁ ବସ ବିଭାଗର ଉପର ଅଫିସର ଙ୍କୁ ଦରଖାସ୍ତ କରିଥିଲେ। କିନ୍ତୁ ତାଙ୍କ ଚାଇଲଡ କେଆର ଲିବ ର ଆବେଦନ ଆଡ଼େଇ ଦିଆଯାଇଥିଲା।
ବିଭାଗର ଅଫିସର ଙ୍କୁ ଦୟା ଆସିନଥିଲା ମହିଳାଙ୍କ ଉପରେ। ଗୋରଖ ପୁର ର ସେହି ମହିଳାଙ୍କ ଜୀବନ ଅତ୍ୟନ୍ତ ଦୁଃଖପୁର୍ଣ ହୋଇଯାଇଛି। ସେ ନିଜର ଚାକିରୀ ରେ ଖୁସି ଥିଲେ ଓ ନିଜ ଇଛା ଅନୁସାରେ ପ୍ରାପ୍ତ କରିଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କର ଯେଉଁ ପରିସ୍ଥିତି, ଯିଏ ବି ଦେଖିବ ତା’ର ମନରେ ଦୟା ଆସିଯିବ। କିନ୍ତୁ ବିଭାଗୀୟ ଅଫିସରଙ୍କ ମନରେ ଟିକେ ହେଲେବି ଦୟା ଆସିନଥିଲା। ମହିଳା ଜଣକ ନିଜ ଝିଅକୁ ଅଲଗା ରଖି ପାରିବେ ନାହିଁ। କାରଣ ଘରେ ଜଣେ ହେଲେବି କୌଣସି ସ୍ତ୍ରୀ ଲୋକ ନାହାନ୍ତି ଝିଅର ଦେଖାଶୁଣା କରିବାକୁ।
ମହିଳା ଜଣଙ୍କର ନାମ ସିପ୍ରା ଦିକ୍ଷୀତ। ତାଙ୍କୁ ଏହି କଣ୍ଡକ୍ଟର ସ୍ଥାନ ୨୦୧୬ ରେ ତାଙ୍କ ପିତା ପି.କେ. ସିଂହଙ୍କ ମୃ-ତ୍ୟୁ ପରେ ମିଳିଥିଲା। ତାଙ୍କ ପିତା ଜଣେ ଆକାଉଣ୍ଟାଣ୍ଟ ଥିଲେ ସେହି ବିଭାଗରେ। କିନ୍ତୁ ସିପ୍ରା ସାଇନ୍ସ ରେ ଗ୍ରାଜୁଏସନ କରିଥିଲେ ମଧ୍ୟ ତାଙ୍କୁ କଣ୍ଡକ୍ଟର ପୋଷ୍ଟ ମିଳିଥିଲା। ସେ କହିଥିଲେ କି, ଏତେ ପଢ଼ି ସାରିଲା ପରେ ବି ମତେ କଣ୍ଡକ୍ଟର ପୋଷ୍ଟ ମିଳିଲା ଓ ସେଥିରେ ବି ପ୍ରମୋସନ କରୁ ନଥିଲେ। କିମ୍ବା ମତେ CCL ଲିବ ମିଳୁନାହିଁ।
ସିପ୍ରା ଏହା ମଧ୍ୟ କହିଥିଲେକି, ପ୍ରତିଦିନ ବସ ରେ ଅଧିକ ଦୁର ଯିବା ଆସିବା ଦ୍ୱାରା ତାଙ୍କ ଝିଅର ଦେହ ଅଧିକ ଥର ଅସୁସ୍ଥ ହୋଇଯାଉ ଥିଲା। ସେଥିରେ ବି ଅଫିସର ଅବକାଶ ଦେଇନଥିଲେ। ତାଙ୍କୁ ଟିକେଟ କାଟିବା ସମୟରେ ବି ବହୁତ କଷ୍ଟ କରିବାକୁ ପଡ଼ୁଥିଲା। ଏଥିପାଇଁ ସେ ନିଜ ଝିଅକୁ ତାର ଭୋକ ସମୟରେ କ୍ଷୀର ଦେଇପାରୁ ନଥିଲେ। ସେ କହିଥିଲେକି ନିଜ ଯୋଗ୍ୟତା ତଥା ପିତାଙ୍କ ପଦ ଅନୁସାରେ ତାଙ୍କୁ ଏକ ଭଲ ଚାକିରୀ ମିଳିବାର ଆବେଦନ ସେହି ପ୍ରଦେଶ ର ସି.ଏମ ଯୋଗୀ ଆଦିତ୍ୟନାଥ ଙ୍କୁ ଦେଇଥିଲେ।
ସେହି ବସ କଣ୍ଡକ୍ଟର ସିପ୍ରା ଙ୍କ ପତି ନୀରଜ କୁମାର ଜଣେ ସଫ୍ଟୱେଆର ରେ କାମ କରୁଥିଲେ। ଲାକଡାଉନ ରେ ସେ ଘରେ ଆସି ରହିଛନ୍ତି। କିନ୍ତୁ ସେ ପତ୍ନୀ ର କଷ୍ଟରେ ସାହାଯ୍ୟ ନକରିବା ସହ ସ୍ତ୍ରୀଙ୍କ କଥା ଶୁଣିବାକୁ ଅରାଜ ହୋଇଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।