ଆପଣ କଣ ଜାଣିଛନ୍ତି କି କେଉଁ ନାରୀ ସହ କେଉଁ ପୁରୁଷ ବିବାହ କଲେ ସେମାନଙ୍କ ଜୀବନ ଆନନ୍ଦମୟ ହେବ?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାରୀ ଓ ପୁରୁଷ ମାନଙ୍କୁ ୪ ଭାଗରେ ବିଭକ୍ତ କରାଯାଇଛି। କେଉଁ ନାରୀ କେଉଁ ପୁରୁଷ ସହ ବିବାହ କଲେ ତାର ବୈବାହିକ ଜୀବନ ଉଲ୍ଲାସ ମୟ ହେବ ତାହା ଆସନ୍ତୁ ଜାଣିବା।

ବନ୍ଧୁଗଣ ନାରୀ ମାନେ ୪ ପ୍ରକାର ର ହୋଇଥାଆନ୍ତି। ଯେମିତିକି ୧. ପଦ୍ମିନୀ, ୨. ଚିତ୍ରେଣୀ, ୩. ସଂଖିନୀ, ୪. ହସ୍ତୀନି। ସେହିଭଳି ଭାବରେ ପୁରୁଷ ମଧ୍ୟ ୪ ପ୍ରକାରର ହୋଇଥାଆନ୍ତି। ଯେମିତିକି ୧. ଶଶକ, ୨. ମୃଗ, ୩. ବୃଷ ଏବଂ ୪. ଅଶ୍ୱ ଜାତିର ହୋଇଥାଆନ୍ତି।

୧. ପଦ୍ମିନୀ ନାରୀ:

ଏହି ନାରୀ ମାନେ ଦୁନିଆ ରେ ବହୁତ କମ ଦେଖାଯାଇଥାନ୍ତି। ଏମାନଙ୍କୁ ଜ୍ୟୋତିଷ ଶାସ୍ତ୍ର ରେ ଉଚ୍ଚତମ ମାନ୍ୟତା ଦିଆଯାଇଛି। ଜ୍ୟୋତିଷ ଶାସ୍ତ୍ର ଅଥବା ସାମୁଦ୍ରିକ ଶାସ୍ତ୍ର ରେ ଏମାନଙ୍କ ବିଷୟରେ କୁହାଯାଇଛି ଯେ ଏମାନେ ସୁଖିନୀ, ଧର୍ମ ଓ ପୂଜା ପାଠରେ ଭକ୍ତି ରଖି ଥାଆନ୍ତି। ଗୁରୁଜନ, ବ୍ରାହ୍ମଣଙ୍କର ସେବା କରିଥାଆନ୍ତି। ଏମାନେ ନିଜ ବାପା ମାଆଙ୍କ ସେବା ଯତ୍ନ କରିଥାଆନ୍ତି। ଏହା ସହ ବିବାହ ପରେ ଉଭୟ ଶାଶୁ ଘର, ବାପ ଘର ର ହୀତକାରୀଣୀ ହୋଇଥାଆନ୍ତି।

ଏମାନେ ସୁନ୍ଦର ହେବା ସହ ଶରୀର ରୁ ପଦ୍ମ ଫୁଲର ସୁଗନ୍ଧ ଆସିଥାଏ। ଏମାନଙ୍କର କେଶ ଲମ୍ବା, ଘନ, କଳା ହୋଇଥାଏ। ଏମାନଙ୍କର କହିବା ଶୈଳୀ ମଧୁର ହୋଇଥାଏ। ଏମାନେ ଏତେ ଆକର୍ଷକ ହୋଇଥାନ୍ତିକି ଯିଏ ବି ଦେଖିଲେ ମନ ମୁଗ୍ଧ ହୋଇ ରହିଯାଏ। ଏମାନଙ୍କର ଆଖି ସାମାନ୍ୟ ବଡ଼ ହେବା ସହ ଗୋଲ ଓ ଛୋଟ ମୁହଁ ହୋଇଥାଏ। ଏମାନଙ୍କର ନାକ, କାନ, ଦାନ୍ତ, ଓଠ, ଆଙ୍ଗୁଳି ଛୋଟ ହୋଇଥାଏ। ଏମାନଙ୍କର ବେକ ଶଙ୍ଖ ଆକୃତି ର ହୋଇଥାଏ।

ଏମାନେ ସର୍ବଗୁଣ ସମ୍ପର୍ଣ୍ଣ ହେବା ସହ ସାନକୁ ଆଦର , ସାଙ୍ଗକୁ ଭାଇ ଭଉଣୀ ଓ ବଡ଼ମାନଙ୍କୁ ସମ୍ମାନ ଦେଇଥାଆନ୍ତି। ଏମାନଙ୍କୁ ଲାଲ ବସ୍ତ୍ର ପସନ୍ଦ ଅଟେ। ଏମାନେ ଯଦି ଶଶାକ ପୁରୁଷଙ୍କୁ ବିବାହ କରନ୍ତି ତେବେ ତାଙ୍କ ଜୀବନ ରେ ଆନନ୍ଦ, ଶାନ୍ତି ଆଣିଦେଇ ଥାଆନ୍ତି।

୨. ଚିତ୍ରେଣୀ ନାରୀ:

ଏହି ନାରୀ ମାନେ ସ୍ୱଭାବରେ ଶାନ୍ତ ସରଳ ଓ ସହନଶୀଳତା ହୋଇଥାଆନ୍ତି। ଏମାନଙ୍କ ଶରୀର ରୁ ଦୁଗ୍ଧ ର ସୁଗନ୍ଧ ଆସିଥାଏ। ଏମାନଙ୍କର ଗୀତ, ନୃତ୍ୟ, ଓ କଳା ରେ ରୁଚି ରହିଥାଏ। ଏମାନେ ପତିବ୍ରତା ହେବ ସହ, ଅତିଥି ତଥା ଗୁରୁ ମାନଙ୍କୁ ସେବା କରିଥାଆନ୍ତି।

ଏମାନଙ୍କ ଆୟୁଷ ମଧ୍ୟମ ହୋଇଥାଏ। ଏମାନେ ଅତ୍ୟନ୍ତ ବିଚକ୍ଷଣ ବୁଦ୍ଧି ର ପାତ୍ରୀ ହେବା ସହ ଅଧିକ କାମରେ ରୁଚି ରଖନ୍ତି ନାହିଁ। ଏମାନେ ଯେତେ ସନ୍ତାନ ଜନ୍ମ କଲେ ବି କେବଳ ୩ଟି ବଞ୍ଚି ଥାଆନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ରାଜ ଗାଦୀ ର ସୁଖ ମିଳିଥାଏ। ଏହି ନାରୀ ମାନେ ମୃଗ ପୁରୁଷଙ୍କୁ ବିବାହ କଲେ ଜୀବନରେ ଅନେକ ଆନନ୍ଦ, ଶାନ୍ତି ପାଇଥାଆନ୍ତି।

୩. ସଂଖିନୀ ନାରୀ:

ଏମାନେ ଲମ୍ବା ହୋଇଥାଆନ୍ତି। ଏମାନେ ସ୍ୱଭାବରେ ଅସନ୍ତୁଷ୍ଟ ଓ ଅପ୍ରସନ୍ନ ରହି ଥାଆନ୍ତି। ଏମାନେ ଅଳ୍ପ କିଛି କଥାରେ ରାଗିଯାଆନ୍ତି। ପତିଙ୍କ କଥା ଶୁଣିବା ପରିବର୍ତ୍ତେ ନିଜକୁ ଚାକରାଣୀ ବୋଲି ଭାବିଥାନ୍ତି। ଏମାନଙ୍କ ମନ ସଦାବେଳେ ଭୋଗ ବିଳାଶ ରେ ରହିଥାଏ। ଏମାନେ ଚୁଗୁଲି କରିବାରେ ନିପୁଣ ହୋଇଥାଆନ୍ତି। ଆ କଥା ତା ଆଗରେ ତା କଥା ଆ ଆଗରେ କହି ବିଦ୍ରୋହ ସୃଷ୍ଟି କରନ୍ତି। ଏମାନଙ୍କ ଶେଷ ସମୟ ଅତ୍ୟନ୍ତ କଷ୍ଟ ଦାୟକ ହୋଇଥାଏ। ଏମାନଙ୍କ ଶରୀରରୁ ମାଛର ଗନ୍ଧ ଆସିଥାଏ। ଏମାନେ କେବେ ବି ସନ୍ତୁଷ୍ଟରେ ରହି ପାରନ୍ତି ନାହିଁ। ଯଦି ଏମାନେ ବୃଷ ଜାତିର ପୁରୁଷଙ୍କୁ ବିବାହ କରନ୍ତି ତେବେ ଏମାନେ କିଛି ମାତ୍ରା ରେ ସନ୍ତୁଷ୍ଟ ହୋଇଥାଆନ୍ତି।

୪. ହସ୍ତୀନି ନାରୀ:

ଏମାନଙ୍କର ସ୍ଵଭାବ ସର୍ବଦା ପରିବର୍ତ୍ତନ ଶୀଳ ହୋଇଥାଏ। ଏମାନଙ୍କର ସବୁ କଥା କେବେବି ଠିକ ହୋଇନଥାଏ। ଏମାନଙ୍କ ର ଶରୀର ମୋଟା ହୋଇଥାଏ। ଏମାନେ ନିଷ୍ଠୁର ମଧ୍ୟ ହୋଇଥାଆନ୍ତି। ଏମାନଙ୍କର ପାଦର ଆଙ୍ଗୁଳି ସମାନ ନଥାଏ। ଏମାନେ ଅଳ୍ପ କଥାରେ ରାଗୀ ହେବା ସହ ସବୁ କଥାରେ ହସି ଦିଅନ୍ତି। ଭୋଗବିଳାଶ ରେ ରିତ ରଖିଥାଆନ୍ତି।

ଏମାନଙ୍କ ଶରୀର ରୁ ମଦର ଗନ୍ଧ ବାହାରିଥାଏ। ଏମାନେ ନିଜର କଳହ ପ୍ରକୃତି ଦ୍ୱାରା ଘରେ ଅଶାନ୍ତ ସୃଷ୍ଟି କରିଥାଆନ୍ତି। ଏମାନେ ପର ପୁରୁଷ ସହ ରତି ହୋଇଥାଆନ୍ତି। ଏମାନେ ଯଦି ଅଶ୍ୱ ଜାତିର ପୁରୁଷଙ୍କୁ ବିବାହ କରନ୍ତି ତେବେ ଏମାନଙ୍କ ଜୀବନରେ କିଛିଟା ଶାନ୍ତି ଆସିବାର ସମ୍ଭାବନା ହେଇପାରିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *