ମୁସଲିମ ବିବାହ ଓ ଅଦା-ଲତ ଦ୍ୱାରା ହୋଇଥିବା ବିଭିନ୍ନ ନିର୍ଣ୍ଣୟ ଗୁଡ଼ିକ ଯେଉଁ ପତ୍ର ରେ ଉଲ୍ଲେଖ ଅଛି, ତାକୁ ଆଧାର କରି ପଞ୍ଝାବ ଓ ହରିୟାଣା ର ଉଚ୍ଚ ନ୍ୟାୟାଳୟ ଏକ ଶୁଣାଣି କଲା। ଯେଉଁ ଶୁଣାଣି ରେ କୁହାଯାଇଛି କି ୧୮ ବର୍ଷରୁ କମ ବୟସର ମୁସଲିମ ଝିଅ ଯିଏକି ଯୌବନ ପ୍ରାପ୍ତ କରିସାରିଛି, ସେ ବ୍ୟକ୍ତିଗତ ନିୟମ ଅନୁସାରେ କାହାକୁ ବି ବିବାହ କରିବା ପାଇଁ ସ୍ୱତନ୍ତ୍ର ଅଟେ। ଏଥିପାଇଁ କୋର୍ଟ, ସାର ଦିନସାହା ଫରଦୁନଜି ମୁଲ୍ଲା ଙ୍କ ବହିରେ ଥିବା “ପ୍ରିନ୍ସିପଲସ ଅଫ ମୋହମ୍ମଡନ ଲ” ର ୧୯୫ ଅନୁଚ୍ଛେଦ କୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ହାଇକୋର୍ଟ ଅନୁଭବ କଲା କି ଜଣେ ମୁସଲିମ ଝିଅ ଯୁବାବସ୍ଥା ପ୍ରାପ୍ତ କଲାପରେ ସେ ନିଜ ପସନ୍ଦ ବ୍ୟକ୍ତି ସହ ବିବାହ କରିବା ପାଇଁ ସ୍ୱତନ୍ତ୍ର ଅଟେ।
ମୁସଲିମ ବ୍ୟକ୍ତିଗତ ନିୟମ ଅନୁସାରେ “ବିବାହର କ୍ଷମତା” ବିଷୟରେ ମୁଲ୍ଲା ଙ୍କ ପୁସ୍ତକର ୧୯୫ ଅନୁଚ୍ଛେଦ ରେ କୁହାଯାଇଛି କି” ପରିପକ୍ଵ ମସ୍ତିସ୍କ ଥିବା ମୁସଲିମ ଯିଏ ଯୌବନ ହାସଲ କରିସାରିଛି ସେ ବିବାହ ହେବା ପାଇଁ ଉପଯୁକ୍ତ। ଯେଉଁ ନାବାଳିକା ଯୌବନ ପ୍ରାପ୍ତ କରି ନାହିଁ ସେ ନିଜ ଅଭିଭାବକଙ୍କ ଦ୍ୱାରା ବିବାହ କରିବା ବିଧିବଦ୍ଧ ଅଟେ।
ପୁସ୍ତକ ଅନୁସାରେ “୧୫ ବର୍ଷର ଝିଅ ଟି ଯୌବନ ଅବସ୍ଥା ପ୍ରାପ୍ତ କରିସାରିଛି ଏହା ମାନ୍ୟତା ଅଟେ”। ନ୍ୟାୟ ମୂର୍ତ୍ତି ଅଳକା ସରୀନ ଏହି ଆଦେଶ ଏକ ପଞ୍ଝାବର ଦମ୍ଫତ୍ତିଙ୍କ ଆବେଦନ ପତ୍ରକୁ ଦେଇଥିଲେ। ଏହି ମାମଲାରେ ଥିବା ଆବେଦନ କାର୍ତ୍ତାଙ୍କ ମଧ୍ୟରୁ ଜଣେ ୩୬ ବର୍ଷର ବ୍ୟକ୍ତି, ଅନ୍ୟ ଜଣେ ୧୭ ବର୍ଷର ବାଳିକା ନିଜର ବିବାହ ୨୧ ଜାନୁୟାରୀ ୨୦୨୧ ରେ କରିବା ପାଇଁ ଦିଶା-ନିର୍ଦେଶ ମାଗିଥିଲେ ଯାହାଦ୍ୱାରା ସେ ଦୁହେଁ ମୁସଲିମ ସଂସାର ଅନୁସାରେ ସୁରକ୍ଷିତ ବିବାହ କରିପାରିବେ।
ଆବେଦନକାରୀ ତର୍କ ଦେଇଥିଲେକି, ଜଣେ ଝିଅ ୧୫ ବର୍ଷର ହେଇସାରିଲା ପରେ ବହୁମତ ପ୍ରାପ୍ତ କରି ସାରିଥାଏ। ସେ କହିଥିଲେ କି ଜଣେ ମୁସଲିମ ଯୁବାବସ୍ଥା ପାଇ ସାରିଲା ପରେ ସେ ଅଭିଭାବକଙ୍କ ବିନା ଅନୁମତିରେ ବିବାହ କରିବା ପାଇଁ ସକ୍ଷମ ଅଟେ। ତେଣୁ ସେ ତାଙ୍କ ବିବାହ ରେ ଜୀବନ ରକ୍ଷା ପାଇଁ ମୋହାଲି ଏସଏସପି ଙ୍କ ଠାରେ ଆବେଦନ କରିଥିଲେ।
ଦମ୍ପତ୍ତିଙ୍କ କଥା ଶୁଣିଲା ପରେ ନ୍ୟାୟାଧିସ ଦେଖିଲେ କି ମୁସଲିମ ଝିଅ ମୁସଲିମ ନିୟମ ଦ୍ୱାରା ଶାସିତ ଅଟେ। କେବଳ ସେଥିପାଇଁ ଆବେଦନକାରୀ ନିଜର ବିବାହ ସମ୍ବନ୍ଧୀଅଙ୍କ ବିନା ଅନୁମତିରେ କରିଛନ୍ତି। ସେମାନେ ସମ୍ବିଧାନ ଦ୍ୱାରା ପ୍ରଦାନ କରାଯାଇଥିବା ମୌଳିକ ଅଧିକାର ରୁ ବଞ୍ଚିତ ରହିପାରିବେ ନାହିଁ। ହାଇକୋର୍ଟ ସେମାନଙ୍କ ସୁରକ୍ଷା ହେତୁ ଏକ ଉଚିତ ନିର୍ଦେଶ ନେବା ପାଇଁ ମୋହଲି ଏସଏସପି ଙ୍କୁ ଆଦେଶ ଦେଇଥିଲେ।