ଆହତ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷ ଚାରି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜରୁ ବାଦ ପଡିଛନ୍ତି । ଚେନ୍ନାଇରେ ପ୍ରଥମ ଟେଷ୍ଟରେ 227 ରନରେ ହାରି ଭାରତ ସିରିଜରେ 0–1 ରେ ପଛରେ ଅଛି । ସିରିଜର ଦ୍ୱିତୀୟ ଟେଷ୍ଟ 13 ଫେବୃଆରୀରୁ ଚେନ୍ନାଇରେ ଆରମ୍ଭ ହେବ । ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ଜାଡେଜାଙ୍କ ବୁଢା ଆଙ୍ଗୁଠି ଫାଟି ଯାଇଥିଲା ଯାହା ଫଳରେ ବ୍ରିସବେନରେ ଚତୁର୍ଥ ଟେଷ୍ଟରୁ ସେ ବାଦ୍ ପଡ଼ିଥିଲେ । ସିଡନୀରେ ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ଜାଡେଜାଙ୍କୁ ଚିକିତ୍ସା ପାଇଁ ବାଙ୍ଗାଲୋର ସ୍ଥିତ ନ୍ୟାସନାଲ କ୍ରିକେଟ୍ ଏକାଡେମୀକୁ ପଠାଯାଇଥିଲା ।
IPL 2021 ରେ ବଦଳିପାରେ କିଙ୍ଗସ୍ ଏକାଦଶ ପଞ୍ଜାବର ନାମ ଏବଂ ଲୋଗୋ :
ଚେନ୍ନାଇରେ ହେବାକୁ ଥିବା ଉଭୟ ଟେଷ୍ଟ ମ୍ୟାଚ ପାଇଁ ଦଳ ଘୋଷଣା କରାଯାଇଥିଲା ଏବଂ ଆଶା କରାଯାଉଥିଲା ଯେ ଅହମ୍ମଦାବାଦରେ ତୃତୀୟ ତଥା ଚତୁର୍ଥ ଟେଷ୍ଟ ପାଇଁ ଜାଡେଜା ଫିଟ୍ ହେବେ କିନ୍ତୁ ତାଙ୍କୁ ଠିକ୍ ହେବାପାଇଁ ଆଶାଠାରୁ ଅଧିକ ସମୟ ଲାଗିପାରେ ଏବଂ ଶେଷ ଦୁଇଟି ଟେଷ୍ଟ ସୁଦ୍ଧା ତାଙ୍କର ଫିଟ୍ ହେବାର କୌଣସି ସମ୍ଭାବନା ନାହିଁ । ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ସୁଦ୍ଧା ସେ ଫିଟ୍ ହୋଇପାରିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।
T-20 ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଦଳ କରିବେ ବାଂଲାଦେଶ ଭ୍ରମଣ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ :
ରବିନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ଟିମ୍ ଇଣ୍ଡିଆକୁ ବହୁତ କଷ୍ଟ ଦେଉଛି । ପ୍ରଥମ ଟେଷ୍ଟ ମ୍ୟାଚରେ ୱାଶିଂଟନ୍ ସୁନ୍ଦର ଏବଂ ଶାହାବାଜ ନଦିମ ବଲ ସହ ବିଶେଷ କିଛି କରିପାରି ନଥିଲେ । ଯେଉଁଥିପାଇଁ ଅଶ୍ୱିନଙ୍କ ଉପରେ ଚାପ ବଢ଼ିଯାଇଥିଲା । ତେବେ ସୁନ୍ଦର ପ୍ରଥମ ଇନିଂସରେ ଭଲ ପ୍ରଦର୍ଶନ କରିଥିଲେ । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ । ଏଥି ସହିତ କିଛି କ୍ରିକେଟର ମଧ୍ୟ କୁଲଦୀପ ଯାଦବଙ୍କୁ ସୁଯୋଗ ଦେବା କଥା କହୁଛନ୍ତି ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।