ସୋସିଆଲ ମିଡ଼ିଆ ରେ ମନ କିଣି ନେଲା ଭଳି ହାତୀ ର ଏକ ଭିଡିଓ ଅତି ବେଗରେ ପ୍ରସାରିତ ହେଉଛି। ଯେଉଁଥିରେ ଆମେ ଦେଖିବାକୁ ପାଇବାକି, ହାତୀ ଟି ପ୍ରଭୁ ଗଣେଶଙ୍କ ଆରତୀ ସମୟରେ ମନ୍ଦିର ଭିତରକୁ ପ୍ରବେଶ କରି ମୁଣ୍ଡ ନୁଆଇଁ ପ୍ରଣାମ କରି ଆଶୀର୍ବାଦ ନେଇଛି।
ଗୋଟେ ହାତୀର ହୃଦୟ କିଣି ନେଲା ଭଳି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଅତି ବେଗରେ ପ୍ରବାହିତ ହେଉଛି। ଯାହାକୁ ଆପଣ ଦେଖିଲେ ଆପଣଙ୍କ ମନ ପ୍ରଫୁଲ୍ଲିତ ହୋଇ ଉଠିବ। ସେହି ଭିଡିଓ ଟି ଇଣ୍ଡିଆନ ଫରେଷ୍ଟ ସର୍ବିସ ର ଅଫିସର ପ୍ରବୀଣ ଅଙ୍ଗୁସାମୀ ସେୟାର କରିଥିଲେ। ଯେଉଁଥିରେ ଦେଖିବାକୁ ପାଇବା କି, ସନ୍ଧ୍ୟା ସମୟରେ ଗଣେଶଙ୍କ ମନ୍ଦିର ରେ ଆରତୀ ହେବା ସମୟରେ ହାତୀ ଭିତରକୁ ପଶି ଆସି କେମିତି ଜୁହାର ହୋଇ ଆଶୀର୍ବାଦ ନେଇଛି।
ଭିଡିଓ ଟିରେ ଦେଖା ଯାଇଛି କି, ସନ୍ଧ୍ୟା ସମୟରେ ମନ୍ଦିର ରେ ଆରତୀ ଚାଲୁଥିଲା। ଭକ୍ତ ମାନେ ସେଠାରେ ଉପସ୍ଥିତ ଥିଲେ। ସେହି ସମୟରେ ହାତୀଟି ମନ୍ଦିର ଭିତର କୁ ପସିଆସି ଭକ୍ତ ମାନଙ୍କ ସହ ଯୋଗଦେଇ ଥିଲା। ସେ ତାର ଶୁଣ୍ଢ ଓପରକୁ କରି ପ୍ରଭୁ ଗଣେଶ ଙ୍କ ଆଶୀର୍ବାଦ ନେଇଥିଲା। ଏହି ସମୟରେ ପଛରେ ଥିବା କୌଣସି ଏକ ବ୍ୟକ୍ତି ଏହାକୁ ନିଜ ଫୋନ ରେ ଉଠାଇ ଦେଇଥିଲେ।
https://twitter.com/PraveenIFShere/status/1359322778692841472?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1359322778692841472%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Felephant-offering-prayers-in-a-ganesh-temple-beautiful-video-is-going-viral-on-social-media-2367357
ଆଇଏଫଏସ ଅଫିସର ଭିଡିଓ ର କ୍ୟାପସନ ରେ ଲେଖିଥିଲେ, “। ସେ ଏହି ଭିଡିଓ କୁ ୧୦ ଫେବୃଆରୀ ରେ ସେୟାର କରିଥିଲେ। ଯାହା ଏବେ ଯାଏଁ ୧୦୦୦ ରୁ ଅଧିକ ଦେଖାଯାଇ ସାରିଲାଣି ଓ ୧୦୦ ରୁ ଅଧିକ ଲାଇକ କରିଛନ୍ତି। ଆଉ କିଛି ଲୋକ ଏହାକୁ ରିଟ୍ୱିଟ କରୁଛନ୍ତି। ଲୋକ ମାନେ ଏହି ଭିଡିଓ କୁ ବହୁତ ପସନ୍ଦ କରିଛନ୍ତି।
ଜଣେ ୟୁଜର ଲେଖିଛନ୍ତି କି ” ବହୁତ ସୁନ୍ଦର ଏହି ଭିଡିଓ ” । ଆଉ ଜଣେ ୟୁଜର ଲେଖିଛନ୍ତି କି ” ଏହି ଭିଡିଓ ଟି ମୋର ମନ ଖୁସି କରିଦେଲା ” ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।