କଣ କରିବେ କିମ ଜୋଙ୍ଗ ଉନ, ନିଜର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଆହୁରି ବି ଶକ୍ତିଶାଳୀ ବନାଉଛି ଉତ୍ତର କୋରିଆ

UN Report on North Nuclear Weapons: ପ୍ରତିବନ୍ଧକକୁ ବେଖାତିର କରି ଉତ୍ତର କୋରିଆ ନିଜର ଆଣବିକ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ବିକାଶ କରୁଛି।

ସଂଯୁକ୍ତ ରାଷ୍ଟ୍ର ବିଶେଷଜ୍ଞ କହୁଛନ୍ତି କି ଉତ୍ତର କୋରିଆ ପ୍ରତିବନ୍ଧକକୁ ବେଖାତିର କରି ନିଜର ଆଣବିକ ଅସ୍ତ୍ରଶସ୍ତ୍ର ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଆଧୁନିକୀକରଣ କରାଇଛନ୍ତି ଏବଂ ସେ ଏହି କାର୍ଯ୍ୟକ୍ରମରେ ବ୍ୟବହାର ହେବାକୁ ଥିବା ସାମଗ୍ରୀ ତଥା କୌଶଳକୁ ଅନ୍ୟ ଦେଶରୁ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି। ଉତ୍ତର କୋରିଆ ଉପରେ ଲଗାଯାଇଥିବା ସଂଯୁକ୍ତ ରାଷ୍ଟ୍ରର ପ୍ରତିବନ୍ଧକ ଉପରେ ତଦାରଖ କରୁଥିବା ବିଶେଷଜ୍ଞଙ୍କର ଏକ ଦଳ ସୋମବାର ଦିନ ସୁରକ୍ଷା ପରିଷଦରୁ ହସ୍ତାନ୍ତର କରା ଯାଇଥିବା ଏକ ରିପୋର୍ଟରେ କହିଛନ୍ତି କି କିମ ଜୋଙ୍ଗ ଉନଙ୍କ ସରକାର ଏମିତି ସାମଗ୍ରୀର ନିର୍ମାଣ ମଧ୍ୟ କରି ସାରିଛନ୍ତି ଯେଉଁଥିରୁ ଆଣବିକ ଅସ୍ତ୍ରଶସ୍ତ୍ରର ପ୍ରସ୍ତୁତି କରାଯାଇ ପାରିବ।

ବିଶେଷଜ୍ଞ କହିଛନ୍ତି, ‘ସେ (ଉତ୍ତର କୋରିଆ) କମ ଦୂରତାର ନୂଆ କ୍ଷେପଣାସ୍ତ୍ର, ମଧ୍ୟମ ଦୂରତାର ଜଳମଗ୍ନରୁ ମାରିବାକୁ ଯୋଗ୍ୟ ଏବଂ ଆନ୍ତରମହାଦ୍ଵୀପୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସୈନ୍ୟସାମନ୍ତଙ୍କୁ ପ୍ରଦର୍ଶନ କରିଛନ୍ତି।’ ସେ କହିଛନ୍ତି, ‘ସେ ନୂଆ ବାଲିଷ୍ଟିକ କ୍ଷେପଣାସ୍ତ୍ର ମୁଖାସ୍ତ୍ର ଏବଂ ରଣନୀତି ଆଣବିକ ଅସ୍ତ୍ରଶସ୍ତ୍ର ବିକାଶର ପରିକ୍ଷଣ ତଥା ନିର୍ମାଣର ଘୋଷଣା କରିଛନ୍ତି ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସରଂଞ୍ଚନାକୁ ନୂଆ କରିଛନ୍ତି।’

ଉତ୍ତର କୋରିଆ ୨୦୦୬ରେ ପ୍ରଥମ ଥର ଆଣବିକ ପରିକ୍ଷଣ କରିଥିଲେ ଯାହାପରେ ସଂଯୁକ୍ତ ରାଷ୍ଟ୍ର ତାଙ୍କ ଉପରେ କଡା ପ୍ରତିବନ୍ଧକ ଲଗାଇ ଦେଇଥିଲେ। ସଂଯୁକ୍ତ ରାଷ୍ଟ୍ର ପ୍ୟୋଙ୍ଗୟାଙ୍ଗ ଦ୍ଵାରା ଆଣବିକ ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଉତ୍ପାଦନକୁ ରୋକିବା ପାଇଁ ଦେଶକୁ ଅଧିକ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି ଏବଂ ଆମଦାନୀକୁ ବହୁ ମାତ୍ରାରେ ସିମୀତ କରି ଦେଇଛନ୍ତି।

ଏସୋସିଏଟେଡ ପ୍ରେସରୁ ପ୍ରାପ୍ତ ରିପୋର୍ଟର ଅଂଶରେ ସ୍ପଷ୍ଟ ଭାବରେ ଲେଖା ହୋଇଛି କି ଉତ୍ତର କୋରିଆ ପ୍ରତିବନ୍ଧକକୁ ବେଖାତିର କରି ନିଜର ଆଣବିକ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ବିକାଶ କରୁଛି, ଅବୈଧ ରୂପରେ ତେଲର ଆମଦାନୀ କରୁଛନ୍ତି, ଆନ୍ତରାଷ୍ଟ୍ରିୟ ବ୍ୟାକିଙ୍ଗ ଚ୍ୟାନେଲର ବ୍ୟବହାର କରୁଛନ୍ତି ଏବଂ ଅପ-ରାଧିକ ସାଇବର ଗତିବିଧିମାନଙ୍କୁ ବଢାଇ ଦେଉଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *