ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିବା ପାଇଁ ଚାହୁଁଥିବା ଯୁବକମାନଙ୍କ ପାଇଁ ଡ୍ରାଇଭିଂ ଟେଷ୍ଟ ଦେବାର ବିରକ୍ତି ସବୁଦିନ ପାଇଁ ଶେଷ ହେବାକୁ ଯାଉଛି। ଏହା ସହିତ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ଠାରୁ ନେଇ ପ୍ରସ୍ତୁତି ହେବା ପର୍ଯ୍ୟନ୍ତ ଲାଗୁଥିଲା ମାସ ମାସର ଅପେକ୍ଷା କରିବାର ସମସ୍ୟା ମଧ୍ୟ ଶେଷ ହୋଇଯିବ।
ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିବା ପାଇଁ ଚାହୁଁଥିବା ଯୁବକମାନଙ୍କ ପାଇଁ ଡ୍ରାଇଭିଂ ଟେଷ୍ଟ ଦେବାର ବିରକ୍ତି ସବୁଦିନ ପାଇଁ ଶେଷ ହେବାକୁ ଯାଉଛି। ଏହା ସହିତ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ଠାରୁ ନେଇ ପ୍ରସ୍ତୁତି ହେବା ପର୍ଯ୍ୟନ୍ତ ଲାଗୁଥିବା ମାସ ମାସର ଅପେକ୍ଷା କରିବାର ସମସ୍ୟା ମଧ୍ୟ ଶେଷ ହୋଇଯିବ। ବାସ୍ତବରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର୍ସକୁ ନେଇ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି।
ସରକାରଙ୍କ ଏହି ଡ୍ରାଫ୍ଟର ନିୟମ ପ୍ରସ୍ତୁତି ହୋଇଯିବା ପରେ ଲୋକମାନେ ବିନା ବିରକ୍ତିରେ ଲାଇସେନ୍ସ ପ୍ରସ୍ତୁତ କରି ପାରିବେ। ବାସ୍ତବରେ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର୍ସକୁ ମାନ୍ୟତା ଦିଆଯିବା ସନ୍ଦର୍ଭରେ ଅଧୀସୂଚନାର ଚୁକ୍ତି ଜାରୀ କରିଛନ୍ତି। ସରକାର ଏହାର ସାହାଯ୍ୟରେ ଲୋକମାନଙ୍କୁ ଭଲ ଡ୍ରାଇଭିଂ ଟ୍ରେନିଂ ଦେବାକୁ ଚାହୁଁଛନ୍ତି।
It will also help the transport industry in having especially trained drivers improving the efficiency of the vehicle & reduce accidents.
The draft notification has been uploaded on the Ministry’s website for public consultation, & will be formally issued after this stage.— MORTHINDIA (@MORTHIndia) February 5, 2021
ଲୋକମାନଙ୍କୁ ଭଲ ଡ୍ରାଇଭିଂ ଟ୍ରେନିଂ ଦେବାପାଇଁ ମନ୍ତ୍ରଣାଳୟ ଏହି କେନ୍ଦ୍ର ପାଇଁ ବାଧ୍ୟତାମୂଳକ ଆବଶ୍ୟକତା ଏବଂ ଆଚରଣ ଲାଗୁ କରିବାର ବିସ୍ତୃତ ପ୍ରସ୍ତାବ ଜାରୀ କରିଛନ୍ତି। ଏହି ପ୍ରସ୍ତାବରେ ସରକାର ଡ୍ରାଇଭିଂ ଟ୍ରେନିଂ ସେଣ୍ଟର୍ସ ପାଇଁ ଗାଇଡଲାଇନ ଜାରୀ କରିଛନ୍ତି। ଯାହାଦ୍ଵାରା ଲୋକମାନଙ୍କୁ ଡ୍ରାଇଭର ରୂପରେ ଶିକ୍ଷା ଦିଆଯିବ।
ଏହା ସହିତ ମନ୍ତ୍ରଣାଳୟ ଏହା ମଧ୍ୟ ପ୍ରାବଧାନ କରିଛନ୍ତି କି କୈାଣସି ବି ବ୍ୟକ୍ତି, ଯିଏ ଏହି କେନ୍ଦ୍ରରେ ସଫଳତାପୂର୍ବକ ଟ୍ରେନିଂ ପୂରା କରିନେବ ତାହେଲେ ଏହାକୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ସମୟରେ ଡ୍ରାଇଭିଂ ଟେଷ୍ଟ ଦେବା ସମୟରେ ମୁକ୍ତି ମିଳିଯିବ। କିମ୍ବା ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟ ଦେବାକୁ ପଡ଼ିବ ନାହିଁ।
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ନିଜ ବୟାନରେ କହିଛନ୍ତି କି ଏହି ପଦକ୍ଷେପରେ ଟ୍ରାନ୍ସପୋର୍ଟ ଇଣ୍ଡଷ୍ଟ୍ରିକୁ ମଧ୍ୟ ସାହାଯ୍ୟ ମିଳିବ, କାରଣ ତାଙ୍କୁ ବିଶେଷ ରୂପରେ ଟ୍ରେଣ୍ଡ ଡ୍ରାଇଭର ମିଳିଯିବ, ଯାହାଦ୍ଵାରା ଡ୍ରାଇଭିଂ କୁଶଳତା ବଢିବ ଏବଂ ସଡ଼କ ଦୁର୍ଘଟଣାରେ କମି ଆସିଯିବ। ପରିଶେଷରେ ଏହି ଅଧୀସୂଚନାର ଚୁକ୍ତିକୁ ମନ୍ତ୍ରଣାଳୟର ୱେବସାଇଟରେ ଲୋକଙ୍କ ପରାମର୍ଶ ପାଇଁ ଅପଲୋଡ଼ କରା ଯାଇଛି, ଯାହାପରେ ଏହାକୁ ଔପଚାରିକ ରୂପରେ ଜାରୀ କରାଯିବ।
ବର୍ତମାନ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିବାର ପ୍ରକ୍ରିୟାକୁ ଅନଲାଇନ କରି ଦିଆଯାଇଛି ଯାହାଦ୍ଵାରା ଆବେଦନକର୍ତ୍ତାଙ୍କୁ ଟେଷ୍ଟ ପାଇଁ ଅନଲାଇନ ନିବେଦନ କରିବା ପରେ ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ ତାପରେ ଯାଇ ଟେଷ୍ଟ ହୋଇଥାଏ। ଏଥି ମଧ୍ୟରେ ଲାଇସେନ୍ସ ମିଳିବା ପର୍ଯ୍ୟନ୍ତ ବହୁତ ସମୟ ନଷ୍ଟ ହୋଇଯାଇଥାଏ। ଏହା ମଧ୍ୟରେ ସରକାରଙ୍କର ଏହି ପ୍ରସ୍ତାବ ଲାଗୁ ହୋଇଯିବା ପରେ ଡ୍ରାଇଭିଂ ଟେଷ୍ଟର ସମସ୍ୟା ଶେଷ ହୋଇଯିବ।